ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଆରମ୍ଭ ହୋଇ ସାରିଲାଣି ବାହାଘର ସିଜିନ । ସାଧାରଣ ଲୋକଙ୍କ ଠାରୁ ନେଇ ଓଲିଉଡ ତଥା ବଲିଉଡ ରେ ମଧ୍ୟ ବିବାହ ର ଉତ୍ସବ ଚାଲୁଛି । ତେବେ ବର୍ତ୍ତମାନ ଓଲିଉଡ ର ଚୁଲବୁଲି ଅଭିନେତ୍ରୀ ପ୍ରିୟା ଚୌଧୁରୀ ଙ୍କ ଭାଇର ବାହାଘରର କିଛି ପୋଗ୍ରାମ ର ଭିଡିଓ ଏବଂ ଫୋଟୋ ଭାଇରାଲ ହେଉଛି । ତେବେ ଆପଣ ମାନେ ଓଲିଉଡ ଜଗତର ଚୂଳବୁଲି ନାୟିକା ପ୍ରିୟା ଚୌଧୁରୀ ଙ୍କୁ ତ ଜାଣିଥିବେ ତେବେ ସେ ନିଜର ଅଭିନୟ ମାଧ୍ୟମରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
ତେବେ ଅଭିନେତ୍ରୀ ପ୍ରିୟା ଚୌଧୁରୀ ନିଜ କ୍ୟାରିଆର ର ଆରମ୍ଭ ୨୦୦୮ ମସିହାରେ ନିଜର ପ୍ରଥମ ଫିଲ୍ମ ‘ଡ୍ରିମ ଗାର୍ଲ’ ରୁ କରିଥିଲେ ଏବଂ ଏହି ଫିଲ୍ମ ମାଧ୍ୟମରେ ସେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । ଏହାପରେ ତାଙ୍କ ଅଭିନୀତ ୨୦୦୯ ମସିହାରେ ଫିଲ୍ମ ‘ଅଭିମନ୍ୟୁ’ ଏବଂ ୨୦୧୪ ମସିହାରେ ଫିଲ୍ମ ‘ତୋ ବାଟ ଚାହିଁଛି ରାତି ସାରା’ ଦର୍ଶକ ମାନଙ୍କୁ ବହୁତ ମାତ୍ରା ରେ ପସନ୍ଦ ଆସିଥିଲା ।
ଏହା ସହ ଏହାଛଡା ତାଙ୍କର ଫିଲ୍ମ ‘ରୁମକୁ ଝୁମାନା’, ‘ଗୁଡ଼ ବଏ’, ‘ଦୋସ୍ତି’, ‘ଚାନ୍ଦିନୀ ଆଇ ମିସ ୟୁ’, ‘ହିରୋ’, ‘ମେଘ ସବାରୀ ରେ ଆସିବ ଫେରି’, ‘ଦିଲ ତତେ ଦେଇଛି’, ‘ଆଲୋ ମୋର କଣ୍ଢେଇ’ ଆଦି ଚଳଚ୍ଚିତ୍ର ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ ଏବଂ ପ୍ରିୟା ଙ୍କ ଅଭିନୟ ର ମଧ୍ୟ ପ୍ରଶଂସା କରିଥିଲେ । ତେବେ ପ୍ରିୟା ବର୍ତ୍ତମାନ ସିନେମା ଜଗତରୁ ଦୁରେଇ ରହୁଥିଲେ କିନ୍ତୁ ଫୁଣି ଥରେ ସେ ରଜ କୁଇନ ରେ ଜଜ୍ ଭାବରେ ଏହି ଇଣ୍ଡଷ୍ଟ୍ରୀ କୁ ପୁନର୍ବାର ଆଗମନ ହୋଇ ସାରିଛନ୍ତି ।
ତେବେ ଆପଣ ମାନେ ତ ଜାଣିଥିବେ ଯେ, ଅଭିନେତ୍ରୀ ପ୍ରିୟା ଚୌଧୁରୀ ବିବାହ ମଧ୍ୟ କରି ସାରିଛନ୍ତି ଏବଂ ବର୍ତ୍ତମାନ ପ୍ରିୟା ଙ୍କ ଜଣେ ଛୋଟ ପୁଅ ସନ୍ତାନ ମଧ୍ୟ ଅଛନ୍ତି । ତେବେ କିନ୍ତୁ ପ୍ରିୟା ସୋସିଆଲ ମିଡ଼ିଆ ରେ ବେଶ ଆକ୍ଟିଭ ରୁହନ୍ତି ଏବଂ ନିଜର ସୁନ୍ଦର ସୁନ୍ଦର ପୋଷ୍ଟ,ଫୋଟୋ ଏବଂ ଭିଡିଓ ଦର୍ଶକ ମାନଂକୁ ମଧ୍ୟ ଖୁବ ପସନ୍ଦ ଆସିଥାଏ ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି ।
ତେବେ ସେହି ଭିଡିଓ ରେ ସେ ନିଜ ସାନ ଭାଇଙ୍କୁ ହଳଦୀ ରସମ ରେ ହଳଦୀ ଲଗାଇ ଦେଉଛନ୍ତି ଏବଂ ବାଡୁଆ ପାଣି ରେ ଗାଧୋଇ ମଧ୍ୟ ଦେଉଛନ୍ତି ।ତେବେ ସେହି ଭିଡିଓ ରେ ସମସ୍ତେ ଖୁସି ଏବଂ ଖାସ କରି ପ୍ରିୟା ଅଧିକ ଖୁସି ଥିବାର ନଜର ଆସୁଛନ୍ତି ସମସ୍ତେ ମିଶି ମଜା ମସ୍ତି କରୁଛନ୍ତି । ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ମଧ୍ୟ ହେଉଛି ।ତେବେ ଏହି ଲେଖା ଟି କିପରି ଲାଗିଲା ମତାମତ ନିଶ୍ଚିତ ଜଣାନ୍ତୁ ।