ଦିଅର ନିଜର ହିତାହିତ ଜ୍ଞାନ ଭୁଲି ଭାଉଜଙ୍କୁ ମାରିଲା ମାଡ, ସାମାନ୍ୟ ଜମିବାଡି ବିବାଦ ପାଇଁ ଭାଉଜଙ୍କ ସହ ଏପରି କିଛି ଦିଅର କରିଲା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦିଅର ଭୁଲିଗଲା ଭାଉଜର ସମ୍ପର୍କ ! ସାମାନ୍ୟ ଜମିଜମା ପାଇଁ କରିଲା ମରଣାତ୍ମକ ଆକ୍ରମଣ ! ତେବେ ସୂଚନା ମୁତାବିକ ମୟୂରଭଞ୍ଜ କପ୍ଟିପଦା ମୁଣ୍ଡଢିଆ ନୂଆଗାଁ ଗ୍ରାମରେ ଏପରି କିଛି ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ନୂଆଗାଁ ଗ୍ରାମର ଆରତୀ ରାଉତ ନାମକ ଏକ ମହିଳା ନିଜ ଯମୀ ଉପରେ ଘର ତିଆରି କରୁଥିଲେ । ତେବେ ଯେଉଁ ଯମୀ ଉପରେ ଆରତୀ ରାଉତ ନୂଆ ଘର କରୁଛନ୍ତି । ସେହି ଜାଗାକୁ ନେଇ ପୂର୍ବରୁ ତାଙ୍କର ଓ ତାଙ୍କ ଦିଅରଙ୍କ ମଧ୍ୟରେ କିଛି ଜମିବାଡି ବିବାଦ ରହିଥିଲା ।

ଯାହାକୁ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଏହି ଜମି ବିବାଦର ସମାଧାନ ମଧ୍ୟ କରଯାଇଥିଲା । ହେଲେ ଯେତେବେଳେ ଆରତୀ ଭାଉଜ ସେହି ସ୍ଥାନରେ ନିଜର ଏକ ନୂଆ ଘର ତିଆରି କରୁଥିଲେ । ସେହି ଅର୍ଦ୍ଧ ନିର୍ମାଣ ଘର ତିଆରି ଚାଲୁଥିବା ସମୟରେ ହଟାତ ଆରତୀଙ୍କ ଦିଅର ଆସି ସେହି ଅଧାକାନ୍ଥ ତିଆରି ଘରକୁ ଭାଙ୍ଗିବାକୁ ବସିଥିଲେ । ଗୋଇଠା ମାରି ନବ ନିର୍ମିତ କାନ୍ଥକୁ ଭାଙ୍ଗି ମଧ୍ୟ ଦେଇଥିଲେ ।

ଏହାପରେ ଏହି ଘଟଣାକୁ ଭାଉଜ ଓ ଦିଅରଙ୍କର ମଧ୍ୟରେ ଜମିଜମା ଓ ଘର ତିଆରି ବିବାଦକୁ ନେଇ କଳହ ଲାଗିଥିଲା । ଏପରି ଯୁକ୍ତିତର୍କ ଓ କଥାକଟାକଟି ପରେ ହଟାତ ଦିଅର ଶରତ ଚନ୍ଦ୍ର ରାଉତ ନିଜ ଭାଉଜ ଆରତୀଙ୍କୁ ମାଡ ମାରିଥିଲେ । ଏହା ସହ ତାଙ୍କ ଭାଉଜଙ୍କ ଉପରେ ମାରଣାତ୍ମକ ଭାବେ ଆକ୍ରମଣ ମଧ୍ୟ କରିଥିଲେ । ଯାହା ପରେ ଆରତୀଙ୍କ ସ୍ଵାସ୍ଥବସ୍ତା ସଙ୍କଟପର୍ଣ୍ଣ ହୋଇଯାଇଥିଲା । ଏହା ପରେ ଗୁରୁତର ଭାବେ ଆହତ ହୋଇଥିବା ଆରତୀଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା ।

ସେଠାରେ ତାଙ୍କ ଗୁରୁତର ସ୍ଵାସ୍ଥବସ୍ତାକୁ ଆଖିରେ ରଖି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ତାନନ୍ତରଣ କରିଦେଇଥିଲେ । ଏହି କଥାକୁ ନେଇ ଆରତୀଙ୍କ ଝିଅ ସୋନାଲୀ ରାଉତ ନିଜର ପ୍ରତିକ୍ରିୟାରେ କହିଛନ୍ତି । ଯେ ଶରତ ଚନ୍ଦ୍ର ରାଉତ ନିଜେ ଘର ଶୁଭ ପକା ଦିନ ସେଠାରେ ଉପସ୍ଥିତ ରହିଥିଲେ। ହେଲେ ଘର କାମ ଆଧା ଅଧା ଆରମ୍ଭ ହେବା ବେଳକୁ ହଟାତ ଆସି ଘର ଭାଙ୍ଗିବାକୁ ଲାଗିବା ସହ ଏହାକୁ ବିରୋଧ କରିବାରୁ ମା’ ଙ୍କୁ ସେ ମାଡ ମାରିଥିଲେ ।

ତେବେ ଏହି ଘଟଣା ପରେ ଆରତୀ ରାଉତଙ୍କ ଝିଅ ଥାନାରେ ଅଭିଯୋଗ କରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *