ଡାଇବେଟିସ ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 4 ଖାଦ୍ଯ, ହୋଇଥାଏ ବିଷ ସମାନ (Health Tips)

ନମସ୍କାର ବନ୍ଧୁଗଣ ତେବେ ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହା ନୁହେଁ ଯେ କେବଳ ବୟସ୍କ ବ୍ୟକ୍ତିମାନେ ଏହାର ଶିକାର ହେଉଛନ୍ତି, ବରଂ ଯୁବକମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଲୋକଙ୍କ ଖାଦ୍ୟ ଏବଂ ଜୀବନଶୈଳୀ ।   ତେଣୁ ଯେଉଁମାନେ ମଧୁମେହରେ ପୀଡିତ, ସେମାନଙ୍କର ଖାଦ୍ୟପାନୀୟ ଏବଂ ଜୀବନଶୈଳୀରେ ଉନ୍ନତି ଆଣିବା ଆବଶ୍ୟକ ।

ଅନେକ ଜିନିଷ ଅଛି ଯାହା ଖାଇଲେ ମଧୁମେହ ରୋଗୀମାନଙ୍କୁ କ୍ଷତି ପହଞ୍ଚାଇଥିଏ ତେଣୁ ସେମାନେ କିଛି ଜିନିଷରୁ ଦୂରେଇ ରହିବା ଉଚିତ । କାରଣ ଏହି ଖାଦ୍ୟ ଖାଇଲେ ରକ୍ତରେ ଶର୍କରା ପରିମାଣ ବୃଦ୍ଧି ପାଇବ । ଆସନ୍ତୁ ଜାଣିବା ମଧୁମେହ ରୋଗୀ ଙ୍କୁ ପାଇଁ କଣ ଖାଇବା ଉଚିତ ନୁହେଁ ବା ତାହା ସ୍ୱାସ୍ଥ୍ୟ ପାଇଁ ହାନି କାରକ ହୋଇଥାଏ ।

୧- ପ୍ରଥମ ରେ ହେଉଛି ଆଳୁ । ମଧୁମେହ ରୋଗୀ ଙ୍କୁ ଆଳୁ ଖାଇବା ମନା ହୋଇଥାଏ କାରଣ ଆଳୁ ରେ କାର୍ବୋହାଇଡ୍ରେଟ ରହିଥାଏ ଅଥବା ଶ୍ୱେତସାର ର ମାତ୍ରା ଅଧିକ ରହିଥାଏ । ଏହା ହଜମ ହୋଇ ରକ୍ତ ରେ ଗ୍ଲୁକୋଜ ର ମାତ୍ରା କୁ ବଢ଼େଇ ଦେଇଥାଏ । ଏହା ଦ୍ୱାରା ହୃଦରୋଗ ବା କ୍ୟା-ନ୍ସ-ର ର କାରଣ ମଧ୍ୟ ହୋଇଥାଏ ।


୨- ଦ୍ଵିତୀୟ ରେ ହେଉଛି ମଇଦା ରେ ତିଆରି ଖାଦ୍ୟ । ମଇଦା ରେ ତିଆରି ସମସ୍ତ ଖାଦ୍ୟ ଯେପରି ପାଉଁରୁଟି, ଟୋଷ୍ଟ, ବିସ୍କୁଟ ଇତ୍ୟାଦି ଖାଇବା ମଧୁମେହ ରୋଗୀ ଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ମଇଦା ରେ ରିଫାଇନ କାର୍ବୋ ହାଇଡ୍ରେଟ ର ମାତ୍ରା ଅଧିକ ରହିଥାଏ ଏହା ଶୀଘ୍ର ହଜମ ହୋଇ ଶୁଗାର ରେ ପରିଣତ ହୋଇଥାଏ ।

ମଇଦା ରେ ରିଫାଇନ କରିବା ପ୍ରକ୍ରିୟା ରେ ଫାଇବାର ର ମାତ୍ରା କମିଯାଇଥାଏ । ଏହା ରକ୍ତ ରେ ଥିବା ଗ୍ଲୁକୋଜ ଭିତରକୁ ଯାଇ ନ ପାରି ରକ୍ତ ରେ ଗ୍ଲୁକୋଜ ର ପରିମାଣ ବଢ଼େଇ ଦେଇଥାଏ । ମଧୁମେହ ରୋଗୀ ମାନେ ବ୍ରାଉନ ପାଉଁରୁଟି ଖାଇ ପାରିବେ ।


୩- ତୃତୀୟ ରେ ହେଉଛି ଟ୍ରାସ୍ପେଡ଼ ଯୁକ୍ତ ଖାଦ୍ୟ । ଏହିଭଳି ଖାଦ୍ୟ ଡାଇବେଟିସ ରୋଗୀ ନିମନ୍ତେ ବିଷ ସଦୃଶ୍ୟ ହୋଇଥାଏ ବଜାରରେ ବିକ୍ରି ହେଉଥିବା ସବୁ ପ୍ରକାରର ତେଲ ଭାଜି ଜିନିଷରେ ଟ୍ରାସ୍ପେଡ଼ ମାତ୍ରା ଅଧିକ ରହିଥାଏ ଯଦି ଓ ଟ୍ରାସ୍ପେଡ଼ ପ୍ରତ୍ୟେକ ଭାବରେ ରକ୍ତରେ ସୁଗାର ଲେବଲ କୁ ବଢ଼ାଇ ନଥାଏ କିନ୍ତୁ ଏହା ରକ୍ତରେ ଭଲ କୋଲିସ୍ଟର ର ମାତ୍ର କମାଇବା ସହିତ ରକ୍ତରେ ଇନ୍ସଲିନ କୁ ଅକାମି କରିଦେଇଥାଏ ଏହା ଫଳରେ ଡାଇବେଟିସ ଲେବେଲ ବଢିବାକୁ ଲାଗିଥାଏ ।


୪- ଚତୁର୍ଥ ରେ ହେଉଛି ପ୍ୟାକେଟ ରେ ଥିବା ସ୍ନାକ୍ସ ଡାଇବେଟିସ ଲୋକଙ୍କୁ ପ୍ୟାକେଟ ରେ ଥିବା ଖାଦ୍ୟ ଆଦୌ ଖାଇବା ଉଚିତ ନୁହେଁ ପ୍ୟାକେଟ ରେ ବିକ୍ରି ହେଉଥିବା ସ୍ନାକ୍ସ ଯେପରି ବାଦାମ ପକୁଡା ଚୁଡା ମିକ୍ସର ବିଭିନ୍ନ ପ୍ରକାରର ଚିପ୍ସ ଇତ୍ୟାଦି ରେ ଅଧିକ ପରିମାଣରେ କାର୍ବୋହାଇଟ୍ରେଡ଼ ଏବଂ ବି-ଷା-କ୍ତ ତେଲ ରହିଥାଏ ପ୍ୟାକେଟ ରେ ବିକ୍ରି ହେଉଥିବା ଖାଦ୍ୟ ସାଧାରଣ ମଇଦା ରୁ ପ୍ରସ୍ତୁତ ହୋଇଥାଏ ।

ଏହାକୁ ପ୍ରସ୍ତୁତ ଗରମ ତେଲରେ ଫ୍ରାଏ କରାଯାଇଥାଏ ଏହା ସହ ଏଥିରେ ଟ୍ରାସପେଡ ର ମାତ୍ରା ବଢ଼ିଯାଇଥାଏ ଏହା ବିଭିନ୍ନ ପ୍ରକାର ରୋଗ ର କାରଣ ହୋଇଥାଏ ତେବେ ଏହା ଥିଲା ଡାଇବେଟିସ ରୋଗୀ ମାନଙ୍କୁ କେଉଁ ଖାଦ୍ୟ ଖାଇବା ଅନୁଚିତ ହୋଇଥାଏ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *