ରକ୍ତରେ ଶର୍କରା ସ୍ତର (Hypoglycaemia) କମିଗଲେ କ’ଣ କରିବେ ? Dr Sunil Kumar Kota

ନ୍ଧୁଗଣ ଆମ ଭାରତରେ ଅଧିକାଂଶ ଲୋକ ଡାଇବେଟିସ ରୋଗରେ ପୀଡିତ ଅଛନ୍ତି । ଯେତେବେଳେ ଆମ ଶରୀରର ରକ୍ତ ଶର୍କରା ମାତ୍ରାରେ ବଢିଯାଇଥାଏ ସେତେବେଳେ ଆମକୁ ଡାଇବେଟିସ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦି କୌଣସି ମଣିଷର ଦିନ ତମାମ କୌଣସି ବି ମୂହୁର୍ତ୍ତରେ ରକ୍ତ ଶର୍କରା ୭୦ ମିଲିଗ୍ରାମ ପର ଡିସିଲିଟରତୁ କମି ଯାଉଛି ତା ହେଲେ ଆମେ ତାକୁ ଲୋ-ବ୍ଲଡ଼ ସୁଗାର ବା ହାଇପୋଗ୍ଲାଇସେମିଆ କହିଥାଉ ।

ଏହାର ଦୁଇ ପ୍ରକାରର ଲକ୍ଷଣ ଥାଏ । ପ୍ରଥମ ଲକ୍ଷଣରେ ଦେହ ହାତ ଥରିବା, ହୃତ ସ୍ପନ୍ଦନ ବଢି ଯାଇ ଛାତି ଧଡ ଧଡ ହେବା, ଅତ୍ୟଧିକ ଭୋଗ ଲାଗିବା, ଉତ୍କଣ୍ଠା ଅନୁଭବ କରିବା, ଅତ୍ୟଧିକ ଝାଳ ବାହାରିବା, ବିରକ୍ତ ଲାଗିବା ଓ ଏହା ସହିତ ଜିଭ ଏବଂ ହାତ ଗୋଡ ଆଙ୍ଗୁଠିରେ ଝିମା ଅନୁଭବ କରିବା । ଯେତେବେଳେ ରକ୍ତ ଶର୍କରା ଠିକ ଭାବରେ ମସ୍ତିସ୍କକୁ ପହଞ୍ଚି ପାରେ ନାହିଁ ସେତେବେଳେ ଦ୍ଵିତୀୟ ଲକ୍ଷଣ ଦେଖା ଯାଇଥାଏ ।

ଦ୍ଵିତୀୟ ଲକ୍ଷଣରେ ଅତ୍ୟଧିକ ଦୁର୍ବଳ ଅନୁଭବ କରିବା, ନିଶପ୍ତ ଅନୁଭବ କରିବା, ମନ ଗୋଳମୋଳିଆ ଲାଗିବା, ମୁନ୍ଧ ବିନ୍ଧିବା, ଆଖିରେ ସ୍ପର୍ଷ୍ଟ ଦେଖା ନଯିବା ଏବଂ ଠିକ ଭାବରେ କଥା କହିନ ପାରିବା ଆଦି ରହିଛି । ଯେତେବେଳେ ଏହା ଅଧିକ ଗୁରୁତ୍ଵର ଅବସ୍ଥାକୁ ଆସିଯାଇଥାଏ ସେତେବେଳେ ଲୋକ ନିଜ ଚେତା ହରାଇ ଥାନ୍ତି, କୋମାରେ ଚାଲି ଯାନ୍ତି, ବାତ ମାରିଥାଏ ଓ ଅନେକ ଥର ହାତ ଗୋଡ ଝିମ ଝିମ ମଧ୍ୟ ହୋଇଥାଏ ।

ବିଶେଷ କରି ଯେଉଁ ପୁରୁଣା ଡାଇବେଟିସ ରୋଗୀ ମାନେ ଅନେକ ଦିନ ଧରି ଇନସୁଲିନ ବ୍ୟବହାର କରି ଆସୁଛନ୍ତି ସେମାନଙ୍କ ମଧ୍ୟରେ ବାରମ୍ବାର ରକ୍ତ ଶର୍କରା ହ୍ରାସ ହେଉଥିବାର ଦେଖା ଦେଇଥାଏ ସେତେବେଳେ ଗୋଟେ ପରିସ୍ଥିତି ଉପୁଜି ଥାଏ ଯାହାକୁ ଆମେ କହିଥାଉ ହାଇପୋଗ୍ଲାଇସେମିଆ ଅନ ଅବେରନେସ । ଏଥିରେ ରକ୍ତ ଶର୍କରା କମିବା ବେଳେ କୌଣସି ଲକ୍ଷଣ ଦେଖା ଯାଏ ନାହିଁ ଯାହାଫଳରେ ଲୋକମାନେ ସମୟ ପୂର୍ବରୁ ନିଜର ଚିକିତ୍ସା କରିପାରନ୍ତି ନାହିଁ ।

ଏହାଦ୍ବାରା ସେମାନଙ୍କ ଅବସ୍ଥା ଗୁରୁତ୍ଵର ହୋଇଯାଏ ଯାହାଫଳରେ ସେମାନେ ହସ୍ପିଟାଲରେ ଆଡମିଟ ହୋଇଥାନ୍ତି । ଯେତେବେଳେ ଆପଣ ମାନଙ୍କ ଦେହରେ ହାଇପୋଗ୍ଲାଇସେମିଆର ଲକ୍ଷଣ ଦେଖାଯିବ ସେତେବେଳେ ଆପଣ ଏକ ୧୫ ଗ୍ରାମର ଫାଷ୍ଟ ଆକଟିଙ୍ଗ ସୁଗାର ଯାହା ଯଥା ଶୀଘ୍ର କାମ କରି ଆପଣଙ୍କ ରକ୍ତ ଶର୍କରା ବୃଦ୍ଧି କରିପାରେ ତାହା ଗ୍ରହଣ କରନ୍ତୁ ।

ଆପଣ ମାନେ ଦୁଇ ତିନି ଚାମଚ ଚିନୀ, ୧୨୦ ରୁ ୧୫୦ ଏମଏଲ କୋଲଡ୍ରିଙ୍କ, ୧୨୦ ରୁ ୧୫୦ ଏମଏଲ ଫଳ ରସ ଓ ୨୦୦ ରୁ ୨୫୦ଏମଏଲ ଚର୍ବି ଯୁକ୍ତ କ୍ଷୀର ସେବନ କରନ୍ତୁ । ସେବନ କରିବା ପରେ ଆପଣ ୧୫ ମିନିଟ ପରେ ଚେକ୍ କରନ୍ତୁ ଯଦି ଆପଣଙ୍କ ରକ୍ତ ଶର୍କରା ୭୦ରୁ କମ ରହିଛି ତା ହେଲେ ଆପଣ ପୁନର୍ବାର ଏହି ସବୁ ଜିନିଷର ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *