Dhoni ଙ୍କର 5 ଟି ସବୁଠୁ ମହଙ୍ଗା ସଉକ ! ଜାଣିଲେ ଆପଣଙ୍କ ହୋସ ଉଡିଯିବ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଭାବରେ କ୍ରିକେଟ କୁ ଭଲ ପାଉଥିବେ ଦେଖିବାକୁ ଏବଂ ଖେଳିବାକୁ ମଧ୍ୟ ଭଲ ପାଉଥିବେ । ତେବେ କ୍ରିକେଟ ଜଗତର ସବୁଠାରୁ ଲୋକପ୍ରିୟ ଖେଳାଳି ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ତାଙ୍କର ସୁନ୍ଦର ପରିବେଷଣ କୁ ଲୋକମାନେ ଖୁବ ପସନ୍ଦ କରନ୍ତି ଏବଂ ତାଙ୍କୁ ଭଲ ମଧ୍ୟ ପାଆନ୍ତି । ତେବେ ଧୋନୀ ୭ ଜୁଲାଇ ଜୁଲାଇ ୧୯୮୧ ମସିହାରେ ତାଙ୍କର ଜନ୍ମ ଝାରଖଣ୍ତର ରାଞ୍ଚିରେ ହୋଇଥିଲା ।

ଧୋନୀ ନିଜର ଖେଳ ସହିତ ଏକ ଧନୀ ବ୍ୟକ୍ତି ଭାବରେ ମଧ୍ୟ ପରିଚିତ । ସେ ଭାରତର ଦ୍ଵିତୀୟ ଧନୀ କ୍ରିକେଟର ଅଟନ୍ତି । ମହଙ୍ଗା ଗାଡି, ଘର ଓ ଫାର୍ମ ହାଉସର ସେ ମାଲିକ ଅଟନ୍ତି । ତେବେ ମହେନ୍ଦ୍ର ସିଂହ ଧୋନୀ କେବେ ସାଧାରଣ ଜୀବନ ଅତିବାହିତ କରୁଥିଲେ କିନ୍ତୁ କ୍ରିକେଟ ତାଙ୍କର ଜୀବନ ବଦଳାଇ ଦେଇଥିଲା । ସେ ବର୍ତ୍ତମାନ କୋଟି-କୋଟି ଟଙ୍କାର ମାଲିକ ଅଟନ୍ତି । ତାଙ୍କର ଜୀବନଶୈଳୀ ବହୁତ ଷ୍ଟାଇଲିଶ ଅଟେ । ତାଙ୍କର ଲକଜୁରୀ ଲାଇଫ ଷ୍ଟାଇଲ ଦେଖିବାପରି ଅଟେ ।

ଧୋନୀ ନିଜର ଫାର୍ମ ହାଉସରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ତାଙ୍କର ଫାର୍ମ ହାଉସ ନାମ କୈଳାଶ ପତି ଅଟେ । ପ୍ରାପ୍ତ ସୂଚନା ମୁତାବିକ ଏହି ଫାର୍ମ ହାଉସ ପ୍ରାୟ ୭ ଏକର ଜମିରେ ବ୍ୟାପି ରହିଛି । କୈଳାଷ୍ପତି ଚାରିପଟ ସବୁଜିମାରେ ଭର୍ତ୍ତି ସେଥିପାଇଁ ଧୋନୀଙ୍କୁ ଏଠାରେ ସମୟ ଅତିବାହିତ କରିବାକୁ ପସନ୍ଦ । ୨୦୧୭ ମସିହାରେ ସେ ପରିବାର ସହିତ ଏଠାକୁ ସିଫ୍ଟ ହୋଇଯାଇଥିଲେ । ଏହି ଫାର୍ମ ହାଉସ ତାଙ୍କର ଘର ଅଟେ ।

ତେବେ ଧୋନୀଙ୍କର ଏହି ଫାର୍ମ ହାଉସ ରାଞ୍ଚିରେ ଅବସ୍ଥିତ । ତାଙ୍କର ଏହି ଫାର୍ମ ହାଉସ ରିଙ୍ଗ ରୋଡ଼ ପାଖରେ ରହିଛି । ଦେଖିବାକୁ ଏହା କୌଣସି ମହଲ ଠାରୁ ମଧ୍ୟ କମ ନୁହେଁ । ଏହି ଫାର୍ମ ହାଉସ ଯେକୌଣସି ବ୍ୟକ୍ତିର ମନ ମୋହିନେବ । ଧୋନୀ ଙ୍କ ଏହି ଲକଜୁରୀୟସ ଫାର୍ମ ହାଉସକୁ ବହୁତ ସାରା ଭାରତୀୟ କ୍ରିକେଟର ଆସିଛନ୍ତି । ଧୋନୀଙ୍କ ଫାର୍ମ ହାଉସରେ କୁକୁର ଓ ଘୋଡା ରହିଛନ୍ତି । ଧୋନୀ ନିଜର ଘରେ ସ୍ୱିମିଙ୍ଗ ପୁଲ ମଧ୍ୟ ବନାଇ ରଖିଛନ୍ତି । ଏହାସହ ଭିତରେ ଜିମ ମଧ୍ୟ ବନାଇଛନ୍ତି ।

ଧୋନୀ ଙ୍କ ପାଖରେ ବିଭିନ୍ନ ପ୍ରକାରର ବିଭିନ୍ନ ମହଙ୍ଗା ବ୍ରାଣ୍ଡ ର ଘଂଟା ର କଲେକ୍ସନ ମଧ୍ୟ ରହିଛି ରୋଲେକ୍ସ, ଜାଗେର,ବ୍ଲାଳପେନ,ପିଗଟ,ଓକ୍,ବମ୍ବଲ ବି ଆଦି ଯାହାର ମୁଲ୍ୟ ଲକ୍ଷ ଲକ୍ଷ ଟଙ୍କା । ଏହା ସହ ତାଙ୍କୁ ବାଇକ ର ମଧ୍ୟ ବହୁତ ସଉକ ରହିଛି ଏବଂ ତାଙ୍କ ପାଖରେ ୨୫ ରୁ ଅଧିକ ବାଇକ ମଧ୍ୟ ଅଛି । କନଫେଡେର,ନିଞ୍ଜା ଏଚ୨,ନିଞ୍ଜା,ଜେଡେ଼କ୍ସ ୧୪ ଆର,ୟମହା ଥଂଡ଼ର ଆଦି ଅନେକ ।

ତେବେ ଧୋନୀ ଙ୍କ ପାଖରେ ବିଭିନ୍ନ କାର ମଧ୍ୟ ଅଛି ଓଡ଼ି କ୍ୟୁ୭, ହମର ଏଚ୨,ଫରାରି,ମର୍ତ୍ସଡ଼ିଯ । ଆଦି ଅନେକ ଦାମୀ କାର ରହିଛି । ତେବେ ଏହା ସହ ସେ ଚେନ୍ନାଇ ଏଫ ସି ର ବି ମାଲିକ । ସେଭେନ କମ୍ପାନୀ ର ମାଲିକ ଏବଂ ଆମ୍ବାସଡର ମଧ୍ୟ । ଏହା ସହ ସେ ସ୍ପୋର୍ଟସ ଫିଟ ର ମଧ୍ୟ ମାଲିକ ।

ତେବେ ମହେନ୍ଦ୍ର ସିଂହ ଧୋନୀ ଙ୍କୁ ବିସିସି ଆଇ ତରଫରୁ ଏକ କୋଟି ଟଙ୍କା ଦରମା ରୂପରେ ମିଳିଥାଏ । ଏହା ଛଡା ୱାନ ଡେ ମ୍ୟାଚ ଖେଳିବା ପାଇଁ ତିନି ଲକ୍ଷ ଏବଂ ଟି-୨୦ ପାଇଁ ୧.୫ ଲକ୍ଷ ମିଳିଥାଏ । ଯଦି ବ୍ୟକ୍ତିଗତ ପ୍ରଦର୍ଶନ ଆଦି କୁ ଯୋଡି ଗୋଟିଏ ବର୍ଷ ରେ ସେ ୨୨ କୋଟି ଟଙ୍କା କମେଇ ଥାଆନ୍ତି । ଏହା ଛଡା ସେ ବିଜ୍ଞାପନ ଜରିଆରେ ବର୍ଷକୁ ୧୮୨ କୋଟି ଟଙ୍କା କମେଇ କରିଥାନ୍ତି । ଧୋନି ଙ୍କ ନେଟ ୱାର୍ଥ ୭୫୦ କୋଟି ଟଙ୍କା । ଏହା ଛଡା ଧୋନୀ ଙ୍କୁ ବହୁତ ପୁରସ୍କାର ମଧ୍ୟ ମିଳିଛି ଯେପରି ରାଜୀଵ ଗାନ୍ଧୀ ଖେଳରତ୍ନ, ପଦ୍ମଶ୍ରୀ,ପଦ୍ମଭୂଷଣ,ରେ ସମ୍ମାନିତ ହୋଇଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *