ଓଲିଉଡ ଅଭିନେତା ବାବୁଶାନ ମହାନ୍ତି ଓଡିଶାର କୋଣ ଅନୁକୋଣରେ ଏକ ସୁପରିଚିତ ନାମ । ସେ ଓଡିଆ ସିନେମା ଜଗତକୁ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ଓଡିଶାରେ ବାବୁଶାନଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ରହିଛନ୍ତି । ତେବେ ବାବୁଶାନଙ୍କ ଅଭିନୀତ ଫିଲ୍ମ ସହ ସେ ଗାଇଥିବା ଗୀତ ମଧ୍ୟ ଲୋକେ ଖୁବ ପସନ୍ଦ କରନ୍ତି । କାରଣ ଜଣେ ପ୍ରତିଭାଶାଳୀ ଅଭିନେତା ସହ ସେ ଜଣେ ଦକ୍ଷ ଗାୟକ ମଧ୍ୟ । ଅନେକ ଓଡିଆ ଫିଲ୍ମରେ ସେ ଗୀତ ଗାଇଛନ୍ତି ।
ଆଉ ବର୍ତ୍ତମାନ ବାବୁଶାନ ଗାଇଥିବା ଆଉ ଏକ ଗୀତ ରିଲିଜ ହୋଇଛି । ଗୀତଟିର ନାମ ରହିଛି “ଧୋ ରେ ବାୟା ଧୋ” । ଏବେ ନିକଟରେ ନିଜ ପାରିବାରିକ ବିବାଦ ନେଇ ଚର୍ଚ୍ଚାରେ ରହିଥିଲେ ବାବୁଶାନ । ନିଜ ପିଲାବେଳର ବନ୍ଧୁ ତୃପ୍ତି ଶତପଥୀଙ୍କୁ ବିବାହ କରିଛନ୍ତି ବାବୁଶାନ । ତାଙ୍କ କୋଳରୁ ବାବୁଶାନଙ୍କର ଦେଢ ବର୍ଷର ଗୋଟିଏ ପୁଅ ମଧ୍ୟ ଅଛି । ପୁଆ ଗୁଆନ ସହ ଖେଳିବା ସମୟର ଅନେକ ଭିଡିଓ ବାବୁଶାନ ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରେ ଅଫଲୋଡ କରନ୍ତି ।
ତେବେ ନିକଟରେ ବାବୁଶାନ ଓ ପ୍ରକୃତିଙ୍କ ପ୍ରେମ ସମ୍ପର୍କକୁ ନେଇ ବିବାଦ ଦେଖା ଦେଇଥିଲା । ବିବାଦ ଧିରେ ଧୀରେ ଖୁବ ବଡ ରୂପ ଧାରଣ କରିଥିଲା । ତେବେ ଭୁଲ ସମସ୍ତଙ୍କ ଜୀବନରେ ହୁଏ ଏବଂ ବାବୁଶାନ ସମୟ ଥାଉ ଥାଉ ନିଜ ଭୁଲ ସ୍ଵୀକାର କରି ପତ୍ନୀ ଓ ପୁଅ ପାଖକୁ ଫେରି ଆସନ୍ତୁ ବୋଲି ତାଙ୍କ ପରିବାର ସମେତ ପ୍ରଶଂସକ ସମସ୍ତେ ତାଙ୍କୁ ଅପିଲ କରିଥିଲେ ।
ବାବୁଶାନ ଘଟଣା ଦିନ ଚେନ୍ନାଇ ପଳାଇଥିବା ବେଳେ ତିନିଦିନ ପରେ ନିଜ ଘରକୁ ଫେରିଥିଲ ଓ ତାଙ୍କ ପାରିବାରିକ ବିବାଦ ମଧ୍ୟ ଆପୋସ ବୁଝାମଣାରେ ସମାଧାନ ହେଉଥିବା ଜଣାପଡୁଛି । ତେବେ ପିଲାଙ୍କୁ “ଧୋ ରେ ବାୟା ଧୋ ଯେଉଁ କିଆରିରେ ଗହଳ ମଣ୍ଡିଆ ସେଇ କିଆରିରେ ଶୋ” ଗୀତ ଗାଇ ଶୁଆଇ ଦେଉଥିବାର ଆପଣ ଛୋଟବେଳୁ ଶୁଣିଥିବେ । ଆଉ ଏହି ପ୍ରସିଦ୍ଧ ଲୋରିକୁ ଗୀତ ମାଧ୍ୟମରେ ବାବୁଶାନ ଗାଇଛନ୍ତି ଓ ବିବାଦ ଥମିବା ପରେ ପୁଣି ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି ।
ଯାହାକି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ଓ ଲୋକେ ମଧ୍ୟ ଏହାକୁ ଖୁବ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି । ବାବୁଶାନଙ୍କ କଣ୍ଠରେ ଗୀତଟି ଆହୁରି ଭଲ ଲାଗୁଛି ବୋଲି କମେଣ୍ଟ କରୁଛନ୍ତି ତାଙ୍କ ପ୍ରଶଂସକ ମାନେ । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।