ଧୀରେ ଧୀରେ ନିଶ୍ୱାସ ନେଉଛି Rahul, ଖାଦ୍ଯ ବି ଖାଉନି, ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ, ଦେଖନ୍ତୁ Video

ଗାତ ଭିତରେ ରାହୁଲ 80 ଘଣ୍ଟାରୁ ଅଧିକ ସମୟ ରହି ସାରିଛି । ଆଜି ପଞ୍ଚମ ଦିନରେ ଅପରେସନ ରାହୁଲ । ଗତ ଶୁକ୍ରବାର ଦିନ ରାହୁଲ ବୋରୱେଲରେ ଫସିଥିଲେ ଆଉ ଆଜି ହେଉଛି ମଙ୍ଗଳବାର । ଏ ପର୍ଯ୍ୟନ୍ତ ବି ରାହୁଲଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । ବନ୍ଧୁଗଣ ଆପଣ ମାନେ ଏହି କଥା ବି ନିଶ୍ଚୟ ଜାଣିଥିବେ ଯେ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ପଥର ବାଧକ ସାଜିଛି । ଧୀରେ ଧୀରେ ନିସ୍ତେଜ ହେଇ ଯାଉଛନ୍ତି ରାହୁଲ ।

ଛତିଶଗଡ ଯାଞ୍ଜଗିର ଚମ୍ପା ଜିଲ୍ଲା ଫିରିଡ ଗାଁରେ ଏବେ ଶୋକାକାଳ ପରିବେଶ ସୃଷ୍ଟି ହୋଇଛି । ରାହୁଲର ପାଖାପାଖି ପହଞ୍ଚିଲେଣି ଉଦ୍ଧାରକାରୀ ଦଳ । ଏନଡିଆରଏଫ, ଏସଡିଆରଏଫ, ରୋବୋଟିକ ଟିମ ଓ ଜିଲ୍ଲା ପ୍ରଶାସନ ଏହି ରେସକ୍ୟୁ ଅପରେସନକୁ ଆହୁରି ଜୋରଦାର କରିଛନ୍ତି । ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ।

ବନ୍ଧୁଗଣ ସାରା ଓଡିଶାର ନଜର ଏହି ଘଟଣା ଉପରେ ରହିଥିବା ବେଳେ ଏବେ ଯେଉଁ ଖବରଟି ଆସୁଛି ତାହା ଅତ୍ୟନ୍ତ ଆଶ୍ଵସ୍ତିକର ଖବର । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ରାହୁଲ ଆଖି ମିଟି ମିଟି କରୁଛି । ରାହୁଲର ଶରୀର ନିସ୍ତେଜ ହୋଇ ପଡିଛି ରାତିରୁ କିଛି ବି ଖାଇନି ।

କେମିତି ଜୀବନ ଧରି ରହିଛି ରାହୁଲ । ୮୦ ଘଣ୍ଟା ଧରି ରାହୁଲ ପଥର ତଳେ। ପ୍ରତିକୂଳ ପରିସ୍ଥିତିରେ ଜୀବନ ସହ ସଂଘର୍ଷ କରିଚାଲିଛି ରାହୁଲ। ଅନୁଭବି ଏନଡିଆର ଏଫ ଓ ଏସଡିଆରଏଫର ଯବାନ ମାନେ ସୁଡଙ୍ଗରେ ପଥର କାଟି କାଟି ରାହୁଲ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି। ପଥରର କଠିନ ଆସ୍ତରଣ ସେମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ଭିଡିଓରେ ଦେଖନ୍ତୁ ଏହି ଯବାନ ମାନଙ୍କୁ କିଭଳି ଭାବରେ 4 ଫୁଟ ଉଚ୍ଚର ଏହି ପଥରକୁ ସେମାନେ କଟିବାରେ ଲାଗିଛନ୍ତି ।

ସେମାନଙ୍କର ଗୋଟିଏ ଲକ୍ଷ ରାହୁଲ ଉଦ୍ଧାର କରିବା । ବନ୍ଧୁଗଣ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରାହୁଲ ଭଳି ମାନସିକ ଅନଗ୍ରସର ଜଣେ ଶିଶୁ କିଭଳି ଏତ ସମୟ ଯାଏଁ ଗାତ ଭିତରେ ରହିଛି । ରାହୁଲ ସୁରକ୍ଷିତ ଭାବେ ଉଦ୍ଧାର ହେଉ ଏହା ସମସ୍ତଙ୍କର କାମନା । କିଛି ସମୟ ମଧ୍ୟରେ ରାହୁଲକୁ ଉଦ୍ଧାର କରି ବାହାରକୁ ଅଣା ଯିବାର ଯୋଜନା କରାଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *