ନମସ୍କାର ବନ୍ଧୁଗଣ ତେବେ ଫେସବୁକରୁ ବନ୍ଧୁତା ପରେ ମାତ୍ର ୧୫ ଦିନର କଥାବାର୍ତ୍ତାରେ ଗଢ଼ି ଉଠିଥିଲା ପ୍ରେମ । ପରସ୍ପରକୁ ଫଟୋ ଦିଆନିଆ ବି ଚାଲିଲା । ଉଭୟ ବିବାହ କରିବାକୁ ମନସ୍ତ କଲେ । ଆଉ ଶେଷରେ ବିବାହ ବନ୍ଧନରେ ବାନ୍ଧିହେଲେ ପ୍ରେମୀଯୁଗଳ । ବିବାହ କାର୍ୟ୍ୟ ସରିଲା । ବନ୍ଦାପନା ହୋଇ ବରକନ୍ୟା ଗୃହ ପ୍ରବେଶ କଲେ । ସନ୍ଧ୍ୟା ବେଳେ ଭୋଜିଭାତର ଆସର ବି ଜମିଲା । ହେଲେ ସନ୍ଧ୍ୟା ବେଳର ସ୍ୱପ୍ନ ସକାଳକୁ ଆଉ ନଥିଲା ।
କାରଣ ସନ୍ଧ୍ୟାରେ ବଧୂବେଶରେ ସଜେଇ ହେଇଥିବା ମେଘ୍ନା ସକାଳକୁ ମେଘନାଦ ହୋଇ ଯାଇଥିଲା । ତେବେ ନୁଆବୋହୂ ଝିଅ ନୁହେଁ ବରଂ ପୁଅ ବୋଲି ଜଣାପଡ଼ିଥିଲା । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳରେ । ତେବେ ପଶ୍ଚିମବଙ୍ଗର ଉତ୍ତର ଚବିଶପ୍ରଗଣା ଜିଲ୍ଲାର ଆଲୋକ କୁମାର ମିସ୍ତ୍ରୀ ଓ କେନ୍ଦ୍ରାପଡା ଜମ୍ବୁ ମେରାଇନ୍ ଥାନା ରାମନଗର ଗ୍ରାମର ବିଶ୍ୱନାଥ ମଣ୍ଡଳଙ୍କ ଝିଅ ମେଘନା ମଣ୍ଡଳଙ୍କ ମଧ୍ୟରେ ଫେସବୁକରୁ ଗଡ଼ିଉଠିଥିଲା ପ୍ରେମ ।
ପରେ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ୨୪ ତାରିଖରେ ଆଲୋକ ମେଘନା ଘରୁ ଲୁଚି ବିବାହ କରିଥିଲେ । ସେଇଠୁ ଉଭୟ ଆଲୋକଙ୍କ ମାମୁ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳକୁ ଆସିଥିଲେ । ବୋହୂ ଘରକୁ ଆସୁଛି ଜାଣି ଆଲୋକର ମାମୁ ପୁଅ ରବି ମଣ୍ଡଳ ଉଭୟଙ୍କୁ ପାଛୋଟି ନେଇଥିଲେ । ଆଲୋକଙ୍କ ଭାଉଜ ଉଭୟଙ୍କୁ ବନ୍ଦାପନା କରି ଘର ଭିତରକୁ ସ୍ୱାଗତ କରିଥିଲେ ।
ବୋହୂ ମେଘନା ହାତରେ ମେହେନ୍ଦି ସହିତ ନାଲି ରଙ୍ଗର ମୁଠା ମୁଠା ଚୂଡ଼ି ପିନ୍ଧିଥିଲେ । ମୁଣ୍ଡରେ ହାତେ ଲମ୍ବାର ଓଡ଼ଣୀ ପକାଇ ନବବଧୂ ଗୃହ ପ୍ରବେଶ କରିଥିଲେ । ସନ୍ଧ୍ୟାରେ ଭୋଜି ଭାତର ଆସର ଜମିଥିବା ବେଳେ ସତ ସାମ୍ନାକୁ ଆସିଥିଲା । ନିକଟ ବିନୋବାଭାବେନଗର ଗ୍ରାମର ସବିତା ମଣ୍ଡଳ ସେଠାରେ ମେଘନାଦକୁ କୁ ଚିହ୍ନିଦେଇଥିଲେ । ଏହାପରେ ମେଘନା ଝିଅ ନୁହେଁ ପୁଅ ବୋଲି ଜଣାପଡ଼ିଥିଲା କଥା ପ୍ରଘଟ ହୋଇଥିଲା ।
ମାମୁଘର ପରିବାର ଲୋକେ ରାତିସାରା ଉଜାଗର ରହିଲେ । ମେଘନା ପରିବାର ଲୋକଙ୍କୁ ମଧ୍ୟ ଡକାଇଲେ । ଏହି କଥାକୁ ଗ୍ରାମବାସୀ ସହଜରେ ବିଶ୍ୱାସ କରିନଥିଲେ । ସକାଳ ହେବା ପରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ମେଘନାକୁ ମାଡ଼ ମାରି ଉଲଗ୍ନ କଲେ । ପରେ ନବବଧୂ ସାଜିଥିବା ମେଘନା ଜଣେ ଝିଅ ନୁହେଁ ପୁଅ ଓ ତାର ନାଁ ମେଘନାଦ ବୋଲି ସ୍ପଷ୍ଟ ହୋଇଥିଲା । ହେଲେ ମେଘନାଦର କଥାବାର୍ତ୍ତା ଚାଲିଚଳନ ସବୁ ଅବିକଳ ଝିଅ ପରି ଥିଲା ।
ତେବେ କସିଆ ମେରାଇନ ପୋଲିସ ଘଟଣା ସ୍ଥଳରେ ପହଂଚି ମେଘନାଦକୁ ଉଦ୍ଧାର କରିଛି । ତେବେ ଏହା ଭିତରେ ଆଉ ଏକ କଥା ଶୁଣିବାକୁ ମିଳିଛି ତେବେ ମେଘନାଦ ନିଜ ଚତୁର୍ଥୀ ଦିନ ସକାଳୁ ଉଠି ଗାଧୁଆ ଘରକୁ ଯାଇଥିଲା ଏବଂ ସେଠାରେ ବ୍ଲେଡ଼ ରେ ନିଜ ଶରୀରର କୌଣସି ଅଙ୍ଗ କୁ କାଟି ସେଥିରୁ ରକ୍ତ ବାହାର କରି ନିଜ ଶାଢ଼ୀ ରେ ଲଗେଇଥିଲା ଏବଂ ସମସ୍ତଙ୍କୁ ଯାଇ କହିଥିଲା କି ମୋର ମେନ୍ସ ହୋଇଛି ଏବଂ ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ପାପ ଅଟେ । ତେବେ ଏହି କଥା ତାଙ୍କ ଘର ପାଖ ପଡୋଶୀ ମାଉସୀ ଜଣଙ୍କ କହିଛନ୍ତି ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।