କେତେବେଳେ ମାନସିକ ରୋଗ ପାଇଁ ମେଡ଼ିସିନ ଖାଉଥିବାର ଖବର ତ କେତେବେଳେ ଜେଲରେ ଅସ୍ଵାଭାବିକ ଭାବରେ ଆଚରଣ କରୁଥିବାର ଖବର । ଯାହା ସାରା ରାଜ୍ୟବାସୀଙ୍କ ପାଖରେ ନିଜକୁ ପାଗଳ ବନେଇବାର ଥିଲା ଏକ ମାତ୍ର ପ୍ରୟାସ । ଏହି ସମସ୍ତ ପ୍ରକାର ବ୍ୟବହାର କରି କ୍ରାଇମ ବ୍ରାଞ୍ଚକୁ ଗୋଲ ଗୋଲ ବୁଲେଇବାର ଅପଚେଷ୍ଟା ଶେଷରେ ଧରା ପଡିଛି କାରଣ ନବ ଦାସ ହତୟଆ ମାମଲାରେ ଗୋପାଳ ପାଗଳ ନୁହେଁ ବୋଲି ସ୍ପର୍ଷ୍ଟ କରିଛନ୍ତି କୋର୍ଟ ।
କ୍ରାଇମ ବ୍ରାଞ୍ଚର ଆବେଦନ ଖାରଜ ହେବା ସମୟରେ କୋର୍ଟଙ୍କ ସ୍ପର୍ଷ୍ଟ ରାୟ ପ୍ରକାଶ ପାଇଛି । ଝାରସୁଗୁଡାର କୋର୍ଟ ପକ୍ଷରୁ ଏହା ସ୍ପର୍ଷ୍ଟ ଭାବେ ଜଣା ପଡିଛି । ମନ୍ତ୍ରୀ ନବ ଦାସ ହତୟଆକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ପରୀକ୍ଷା କରିଥିବା ଏସିବି ମେଡିକାଲର ଚାରି ଜଣିଆ ବିଶେଷଜ୍ଞ ଏହି ସମ୍ପର୍କିତ ରିପୋର୍ଟ ଗତ ପାଞ୍ଚ ତାରିଖରେ ଦାଖଲ କରିଥିଲେ ।
ଆଉ ଯାହାର ରିପୋର୍ଟ ଏବେ ସାମ୍ନାକୁ ଆସିଛି ଯେଉଁ ଥିରୁ ଜଣା ପଡିଛି ଗୋପାଳ ପାଗଳ ନୁହଁ । ଗୋପାଳ ଜଣେ ସାଧାରଣ ମାନସିକ ମଣିଷ । ଗୋପାଳ ଠିକ ଅଛି ଆଉ ଠିକ କଥା ବାର୍ତ୍ତା କରୁଛି । ଭଲ ଭାବରେ ଆଖି ସହ ଆଖି ମିଶେଇବା ପାଇଁ ସେ ଶିଖିଛି । ସମ୍ପର୍କ ବା ଯୋଗାଯୋଗ ସ୍ଥାପନ ହୋଇ ପାରୁଛି । ସ୍ଥିତି ମୁତାବକ ତାର ମୁଡ ଏବଂ ମାନସିକ ସ୍ଥିତି ଠିକ ରହୁଛି ।
ତେଣୁ ଏହା କୌଣସି ପ୍ରକାରର ଏକ ପାଗଳର ବ୍ୟବହାର ନୁହଁ । ଚିନ୍ତାଧାରା ଏବଂ ବୌଦ୍ଧଶକ୍ତିରେ କୌଣସି ଅସ୍ବାଭାବିକତା ନାହିଁ । ସ୍ମରଣ ଶକ୍ତି ଠିକ ଅଛି । ତେଣୁ ମେଡିକାଲ ଟିମ ଅଭିଯୁକ୍ତ ଜଣକ କୌଣସି ମାନସିକ ରୋଗରେ ପୀଡିତ ନାହିଁ ବୋଲି ରିପୋର୍ଟ ଦେଇଛନ୍ତି । ତେବେ କିଛି ଦିନ ପୂର୍ବରୁ ମନ୍ତ୍ରୀ ନବ ଦାସ ହତୟଆକାଣ୍ଡ ମାମଲା ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା କୁହାଯାଇଥିବା ବେଳେ କାହିଁକି ଅଭିଯୁକ୍ତ ଗୋପାଳ ଦାସ ଏହି ହତୟଆ କରିଥିଲା ତାର କାରଣ ଜଣା ପଡି ଥିବା କୁହା ଯାଇଥିଲା ।
ବ୍ୟକ୍ତିଗତ କାରଣରୁ ନବଙ୍କୁ ହତୟଆ କରିଛି ବୋଲି ଅଭିଯୁକ୍ତ ଗୋପାଳ ସିଧା କହି ଥିଲା । ଏହାକୁ ନେଇ କ୍ରାଇମ ବ୍ରାଞ୍ଚ ସୂତ୍ରରୁ ସୂଚନା ଦିଆ ଯାଇଥିଲା । ହେଲେ ବର୍ତ୍ତମାନ ଏହି ରିପୋର୍ଟ ଆସିବା ପରେ ତଦନ୍ତର ମୋଡ ଭିନ୍ନ ଦିଗ ନେଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।