ଦେଶବାସୀଙ୍କ ପାର୍ଥନା କାମଦେଲା, ଉଦ୍ଧାର ହେଲା ରାହୁଲ ..ସମସ୍ତେ ନାରାଦେଲେ ଧନ୍ୟବାଦ NDRF, ଭାରତ ମାତା କି ଜୟ, ଦେଖନ୍ତୁ ଉଧାର ସମୟର ଦୃଶ୍ୟ

ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ହେଉଛି ଜିତିଲେ ରାହୁଲ ଜିତିଲା ଜୀବନ । ରାହୁଲଙ୍କ ଜୀବନ ବଞ୍ଚିଗଲା ଏବଂ ଏନଡିଆରଏଫ ଟିମ ରାହୁଲକୁ ଉଦ୍ଧାର କରି ସାରିଛନ୍ତି । ରାହୁଲ ସଂପୂର୍ଣ୍ଣ ଭାବେ ଠିକ ଥିବା ବି କୁହାଯାଉଛି କିନ୍ତୁ କୌଣସି ସଙ୍କୋଜ ରହିଥିବା କାରଣରୁ ତାଙ୍କୁ ଏବେ ଆମ୍ବୁଲାନ୍ସ ଜଗି ରହିଛି । ଆମ୍ବୁଲାନ୍ସରେ ତାଙ୍କୁ ମେଡିକାଲ ନିଆଯିବ । ସେପଟେ ବାପା-ମା ବି ତାଙ୍କୁ ଜଗି ରହିଥିଲେ ।

ତେବେ ବନ୍ଧୁଗଣ ପ୍ରତୀକ୍ଷାର ଅନ୍ତ ଘଟିଛି ଆଉ ରାହୁଲ ସଫଳତାର ସହ ଉଦ୍ଧାର ହୋଇଛନ୍ତି । ଆପଣ ମାନେ ଜାଣିଥିବେ ପାଞ୍ଚ ଦିନ କାଳ କିଭଳି ଅପରେସନ ରାହୁଲ ଜାରି ରହିଥିଲା । ରାହୁଲ କିଭଳି ଭାବରେ ଫସିରହିଥିଲେ 80 ଫୁଟ ଗଭୀର ବୋରୱେଲ ଭିତରେ । ଯାହାକି ଅତି ଜଟିଳ ସ୍ଥିତି ଥିଲା ଦେଶର ନଜର ରହିଥିଲା ରାହୁଲଙ୍କ ଉପରେ । ରାହୁଲଙ୍କ ସମସ୍ତ ହଲଚଲ ଉପରେ ନଜର ରଖୁଥିଲେ ସମସ୍ତେ ।

କେତେବେଳେ ରାହୁଲ ହାତ ଗୋଡ ହଲାଉ ଥିଲେ ତ କେତେବେଳେ ରାହୁଲ ନିସ୍ତେଜ ହୋଇ ପଡୁଥିଲେ । ହେଲେ ଏବେ ସବୁଠାରୁ ବଡ ଖବର ଯେ, ରାହୁଲ ଉଦ୍ଧାର ହୋଇ ସାରିଛନ୍ତି । ସବୁ ଠାରୁ ଖୁସିର ଖବର ଯେ, ସେ ଜୀବିତ ଅଛନ୍ତି ଆଉ ଠିକ ଥିବା କଥା ବି କୁହାଯାଉଛି । ବର୍ତ୍ତମାନ ରାହୁଲକୁ ହସ୍ପିଟାଲ ନିଆଯିବ ସେଠାରେ ତାଙ୍କ ସ୍ଥିତି ପରଖିବା ପରେ ତାଙ୍କର ଚିକିତ୍ସା କରାଯିବ ।

ଆପଣ ଜାଣିଥିବେ 100 ଘଣ୍ଟାରୁ ଉର୍ଦ୍ଧ ସମୟ ବା ପାଞ୍ଚ ଦିନ ପର୍ଯ୍ୟନ୍ତ ରାହୁଲ ବୋରୱେଲ ଭିତରେ ଫସି ରହିଥିଲେ ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିଲା ଆଉ ସମସ୍ତଙ୍କ ନଜର ମଧ୍ୟ ଏହି ଘଟଣା ଉପରେ ଥିଲା । ସମସ୍ତ ପ୍ରାର୍ଥନା କରୁଥିଲେ ଯେ, ରାହୁଲ ଉଦ୍ଧାର ହୋଇଯାନ୍ତୁ । ଆଉ ଆଜି ତାହା ସଫଳ ହୋଇଛି ହୁଏତ ବିଳମ୍ବ ହେଲା । ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ପଥର ବାଧକ ସାଜି ଥିଲା ।

ସେହି ପଥରକୁ କେତେବେଳେ ହାତରେ ଖୋଳା ଯାଉଥିଲା ତ କେତେବେଳେ ମେସିନ ସାହାର୍ଯ୍ୟରେ । ବନ୍ଧୁଗଣ ଏନଡିଆରଏଫ ଟିମ ପରିଶ୍ରମର ଏ ହେଉଛି ଫଳ । ସାରା ଦେଶରୁ ଏବେ ଏନଡିଆରଏଫ ଟିମକୁ ଧନ୍ୟବାଦ ଦିଆଯାଇଛି । ସେମାନେ ରାହୁଲକୁ ଉଦ୍ଧାର କରିବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *