ମାଣ ଓଷା ଶେଷପାଳି (ଧନୁ ସଂକ୍ରାନ୍ତି), ବନୁଛି ମହାସଂଯୋଗ, କରନ୍ତୁ ଏହି ଉପାୟ, ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ

ଡିସେମ୍ବର ୧୬ ତାରିଖ ଦିନ ଅର୍ଥାତ ଦୁଇ ଦିନ ପରେ ଧନୁ ସଂକ୍ରାନ୍ତି ପଡୁଛି । ସେହି ଦିନରେ ପୁଣି ମାଣ ଓଷାର ଶେଷ ପାଳି ବି ପଡୁଛି । ଆମ ଶାସ୍ତ୍ରରେ ସଂକ୍ରାନ୍ତିକୁ ବହୁତ ହିଁ ପୂଣ୍ୟତିଥି ବୋଲି କୁହାଯାଏ । ଧନୁ ସଂକ୍ରାନ୍ତିରେ କିଛି କାର୍ଯ୍ୟ କରିବା ଦ୍ଵାରା ଏହାର ବିଶେଷ ମହତ୍ଵ ଥାଏ । ଏହିଭଳି କିଛି କାମ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ, ଯାହା ଆପଣଙ୍କ ଭାଗ୍ୟ ବଦଳି ଯିବ । ଧନୁ ସଂକ୍ରାନ୍ତି ପର୍ବକୁ ଭାରତରେ କିଛି ସ୍ଥାନରେ ବହୁତ ଧୁମଧାମରେ ପାଳନ କରାଯାଏ ।

ଯେମିତି କି ଆନ୍ଧ୍ର ପ୍ରଦେଶ, ଓଡିଶା, କର୍ଣାଟକ, କେରଲ, ଗୁଜୁରାଟ, ତେଲେଙ୍ଗାନା, ତାମିଲନାଡୁ, ପଞ୍ଜାବ ଓ ମହାରାଷ୍ଟ୍ରରେ ଏହି ଧନୁ ସଂକ୍ରାନ୍ତିକୁ ନୂତନ ବର୍ଷର ଆରମ୍ଭ ରୂପରେ ପାଳନ କରାଯାଏ । ଧନୁ ସଂକ୍ରାନ୍ତି ଦିନ ଶ୍ରୀ ମନ୍ଦିରରେ ପହଳି ଭୋଗର ଆରମ୍ଭ ହୁଏ ଓ ଏହା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ ।

ଏହି ପବିତ୍ର ଦିନ ମଧ୍ୟରେ ମାତା ଲକ୍ଷ୍ମୀ ତାଙ୍କ ବାପ ଘରକୁ ଯାଇଥାନ୍ତି । ଧନୁ ସଂକ୍ରାନ୍ତି ସମୟରେ ପ୍ରବଳ ଶୀତ ମଧ୍ୟ ଲାଗିଥାଏ । ଧନୁ ସଂକ୍ରାନ୍ତି ଦିନ ଧନୁ ମୁଆଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଭୋଗ ଲାଗିଥାଏ । ଯଦି ଧନୁ ସଂକ୍ରାନ୍ତି ଦିନ ମନ୍ଦିରରେ ପୂଜା କରିବା ପରେ ନିଜ ଘରେ ପୂଜା କରିବା ସମୟରେ ଏହି ଧନୁ ମୁଆଁ ଭୋଗ କରୁଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏହି ଭୋଗକୁ ପରିବାରର ସଦସ୍ୟଙ୍କ ସହ ଅନ୍ୟ ସମସ୍ତଙ୍କୁ ବି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ମଙ୍ଗଲ ହେବ ।

ଦ୍ଵିତୀୟ ଉପାୟ ହେଉଛି ଧନୁ ସଂକ୍ରାନ୍ତି ଦିନ ଯଦି ସକାଳୁ ଉଠି ସୂର୍ଯ୍ୟ ଉଦୟ ସମୟରେ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବେ ତେବେ ସୂର୍ଯ୍ୟ ଦେବତାଙ୍କ କୃପା ଆପଣଙ୍କୁ ମିଳିବ । ପୁରା ଦିନ ଆପଣଙ୍କର ଭଲରେ କଟିଥାଏ । ଆପଣ ଏହି ଉପାୟକୁ ସବୁଦିନ ବି କରି ପାରିବେ । ଧନୁ ସଂକ୍ରାନ୍ତି କୃଷକମାନେ ଧାନକୁ ଘରେ ଝୁଲାଇଥାନ୍ତି । ଘରେ କ୍ଷୀରୀ ଓ ଖିଚୁଡି ଭୋଗ କରି ବି ଲଗାଯାଏ ।

ଏହିଭଳି ଶୁଭ ଦିନରେ ଯଦି ଆପଣ ଭଗବାନ ସୂର୍ଯ୍ୟ ଦେବତାଙ୍କ ପୂଜା କରିବା ସହିତ କିଛି ଗରିବ ଲୋକମାନଙ୍କୁ ଦାନ ଧର୍ମ କରିବେ ତେବେ ଏହା ବହୁତ ପୂଣ୍ୟ କାମ ଅଟେ । ଯଦି ଆପଣ ଏହି ଦିନରେ କୃଷକମାନଙ୍କୁ ସାହାର୍ଯ୍ୟ କରିବେ ତେବେ ଏହିଭଳି କରିବା ଦ୍ଵାରା ସୂର୍ଯ୍ୟ ଦେବତାଙ୍କ ସହ ମାତା ଲକ୍ଷ୍ମୀ ବି ଆପଣଙ୍କ ଉପରେ ପ୍ରସନ୍ନ ହେବେ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଘରେ ତାଙ୍କ ଓ ଖାଦ୍ୟର ଅଭାବ ରହିବ ନାହିଁ । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ରହିବ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *