ଧନୁ ରାଶି, ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭୟଙ୍କର କଥା ! (Astrology)

ନମସ୍କାର ବନ୍ଧୁଗଣ ତେବେ ଧନୁ ରାଶି ସାଧାରଣତଃ ୩ ଭାଗରେ ବିଭକ୍ତ କରାଯାଇଛି । ଯଥା ୧୯/୯ ତୁଳା ନକ୍ଷତ୍ର  ଧନୁ ରାଶି ଏମାନେ ହେଉଛନ୍ତ ଦାନବ ଗଣ । ଶାସ୍ତ୍ର ଚର୍ଚ୍ଚା ପ୍ରିୟ  ଅଟନ୍ତି । ୨୦/ ୯ ପୂର୍ବାସାହା ନକ୍ଷତ୍ର ଧନୁ ରାଶି । ଏମାନେ ହେଉଛନ୍ତି ମାନବ ଗଣ । ନିୟମର ବଶବର୍ତ୍ତୀ ଅଟନ୍ତି । ୨୧/୯ ଉତ୍ତରସାଢା ନକ୍ଷତ୍ର ଧନୁ ରାଶି । ଏମାନେ ହେଉଛନ୍ତି ମାନବ ଗଣ । ନିୟମର ବଶବର୍ତ୍ତୀ ହୋଇଥାନ୍ତି । ଧନୁ ରାଶିର ବ୍ୟକ୍ତି ସାହସୀ, ଆତ୍ମବିଶ୍ୱାସୀ, ସତ୍ୟବାଦୀ, ଭ୍ରମଣ ପ୍ରିୟ, ଧାର୍ମିକ, ଏକରୁ ଅଧିକ କାମରେ ପ୍ରବେଶ, ଅଳ୍ପ ସନ୍ତାନ ଯୁକ୍ତ ହୋଇଥାନ୍ତି ।

ଏହି ରାଶିର ବ୍ୟକ୍ତିଙ୍କର ରୋଗ ବାତ ରୋଗ, ସରଦି କାଶ, ବହୁମୂତ୍ର, ଝାଡା, ଆଣ୍ଠୁଗଣ୍ଠି ପୀଡା, ଅଣ୍ଟା,କର୍ଣ୍ଣ, ପେଟ ଏବଂ ଚକ୍ଷୁ ରୋଗ ହୋଇଥାଏ । ଜୀବିକା, କଳାକାର, ଲେଖକ, କିରାଣୀ, ଅଧ୍ୟାପନା, ରାଜନୀତି, ବ୍ୟାଙ୍କ କର୍ମଚାରୀ, ଧର୍ମ ପ୍ରଚାରକ, ହିସାବ ରକ୍ଷକ, ପୁସ୍ତକ ପ୍ରକାଶ, ସମ୍ପାଦକ, ବିଜ୍ଞାପନ, ସଂଗ୍ରହକାରୀ ଅଟନ୍ତି । କୋଠା ବାଡ଼ି କଣ୍ଟ୍ରାକ୍ଟର, ଆଇନ କର୍ମଚାରୀ, ପୁସ୍ତକ ବିକ୍ରୟକାରୀ, ଶିକ୍ଷକତା ଆଦି ଜୀବିକା ଥାଏ ।

ଏହି ରାଶିର ବ୍ୟକ୍ତି ଧର୍ମ ପ୍ରତି ଆଶା, ବିଶ୍ୱାସ ଏବଂ ଦୃଢ଼ ନିଷ୍ଠାର ସହିତ ରହିବେ । ଧନୀ ବ୍ୟକ୍ତି ପରି କଥାବାର୍ତା କରିବେ । ପାଠ ପଢା ପ୍ରିୟ ହୋଇଥାନ୍ତି । ପାଠ ପଢାରେ ଅଧିକ ସଫଳତା ପାଇଥାନ୍ତି । କଳା, ନୃତ୍ୟ, ସଂଗୀତ ପ୍ରେମୀ, ଉଦାର,ଦୟାଳୁ, ପରପକାରୀ, ପରିଶ୍ରମୀ,ଦେବଶାସ୍ତ୍ର ପରାୟଣ, ଧର୍ମ ପ୍ରତି ରୁଚି ରହିବା ଏମାନଙ୍କର ପାଖରେ ରହିଥାଏ । ଏହି ରାଶିର ଅଧିପତି ହେଉଛନ୍ତି ବୃହସ୍ପତି । ତେଣୁ ଶୁଭ ବାର ହେଉଛି ଗୁରୁବାର ।

ଏଣୁ ବିଷ୍ଣୁପୁରାଣ, ପୂର୍ଣ୍ଣମୀ ବ୍ରତ ପାଳନ କଲେ ଗ୍ରହଶାନ୍ତି ହୋଇଥାଏ । ଗ୍ରହଶାନ୍ତି ପାଇଁ ସୁନା ଗୁରୁବାର ଦିନ ପୂଜା କରି ପିନ୍ଧିଲେ ଶୁଭ ହୋଇଥାଏ । ସୁନ୍ଦର ସ୍ୱାଭବ ଏବଂ ଶ୍ରେଷ୍ଠ ଲୋକଙ୍କର ପ୍ରିୟ ହୋଇଥାନ୍ତି । ଲେଖକ, ବିଦ୍ୟା ଏବଂ ସୁନ୍ଦରୀ ସ୍ତ୍ରୀ ଯୁକ୍ତ ହୋଇଥାନ୍ତି । ନିଶାଦ୍ରବ୍ୟ ଏମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ । ତେବେ ଏହି ରାଶିର ବ୍ୟକ୍ତିଙ୍କର ବିବାହ ଯୋଗ ୧୮ ବର୍ଷରୁ ୨୭ ବର୍ଷ ପର୍ଯ୍ୟନ୍ତ ଶୁଭ ବିବାହର ଯୋଗ ରହିଥାଏ । ବିଦେଶ ଭ୍ରମଣର ଯୋଗ, ଅର୍ଥ ବ୍ୟୟ ରହିଛି ।

ସନ୍ତାନ ଯୋଗ ଦୁର୍ବଳ ଅଟେ । ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଅଶୁଭ ସମୟ ଜୁନ ମାସ ଏବଂ ପ୍ରତ୍ୟକ ମାସର ୩ ତାରିଖ, ୯ ତାରିଖ, ୧୮ ତାରିଖ, ୧୮ ତାରିଖ ଏବଂ ୨୬ ତାରିଖ ଅଶୁଭ ଅଟେ । ଏବଂ ଶୁକ୍ରବାର ଦିନ ଅଶୁଭ ଅଟେ । ମେଷ ରାଶି, ସିଂହ ରାଶି,ଧନୁ ରାଶି, କୁମ୍ଭ ରାଶିର ବ୍ୟକ୍ତିଙ୍କ ସହିତ ମିତ୍ରତା କରନ୍ତୁ ଶୁଭଫଳ ମିଳିଥାଏ । ଗୁରୁବାର ଦିନ ପୂର୍ବ ଦିଗକୁ ଯାତ୍ରା କଲେ ନହୋଇଥିବା କାର୍ଯ୍ୟ ନିଶ୍ଚିତ ସହଜରେ ହାସଲ ହୋଇଥାଏ ।

ଆପଣଙ୍କ ପାଇଁ ପୂର୍ବ ଦିଗଟି ଶୁଭ ହୋଇଥାଏ । ପରୀକ୍ଷା ଏବଂ ମାଲିମକର୍ଦମାରେ ବିଜୟ ଲାଭ ହୋଇଥାଏ । ଦୋଷୀକୁ ସହଜରେ କ୍ଷମା ଦିଅନ୍ତି ନାହିଁ । ଆଇନଗତ, ବିଚାରକ, ଧର୍ମ ଉପଦେଶକ, ଧନବାନ ଏବଂ ଏହି ଶ୍ରେଣୀର ଲୋକମାନଙ୍କ ସହିତ ଦିନ କାଟିଥାନ୍ତି । ଏହି ରାଶିର ବ୍ୟକ୍ତିଙ୍କର ଅଶୁଭ ରାଶି ହେଉଛି କର୍କଟ ରାଶି, ବିଛା ରାଶି, ମୀନ ରାଶି । ଏହି ରାଶିର ବ୍ୟକ୍ତି ଏମାନଙ୍କର ପାଇଁ ଅଶୁଭ ଅଟନ୍ତି । ଏବଂ ବନ୍ଧୁ ଅତି କ୍ଷତିକାରକ ଅଟନ୍ତି । ଏବଂ ନୀଳ ରଙ୍ଗ ଏବଂ କଳା ରଙ୍ଗର ବସ୍ତ୍ର ଅଶୁଭ ଅଟେ । ଯେକୌଣସି ଜାତିରେ ହୋଇଥିଲେ ମଧ୍ୟ ଧର୍ମ କାର୍ଯ୍ୟରେ ଇଷ୍ଟ ଦେବା ଦେବୀଙ୍କର ଆଶୀର୍ବାଦ ନିଶ୍ଚୟ ପାଇବେ । ଦେବ ଆରୋଧନା ବ୍ରାହ୍ମଣଙ୍କ ପ୍ରତି ଭକ୍ତି ରହିବ । ଏବଂ କଲ୍ୟାଣ ମିଳିବ ।


ତେବେ ଏହି ରାଶିର ଅଧିପତି ବୃହସ୍ପତି ହୋଇଥିବାରୁ ବୃହସ୍ପତିଙ୍କର ସମସ୍ତ ହୋମ ଯଜ୍ଞ ମଝିରେ ମଝିରେ ଗୃହରେ କରିଲେ ବହୁତ ଶୁଭଫଳ ମିଳିଥାଏ । କୁଣ୍ଡଳୀରେ ବୃହସ୍ପତି ଅଶୁଭ ଥିଲେ ଶୁଭଫଳ ବିଳମ୍ବରେ ମିଳିଥାଏ । ଏଣୁ ପ୍ରତ୍ୟକ ଗୁରୁବାରରେ ବୃହସ୍ପତିଙ୍କ ପୁସ୍ତକ ପାଠ କରିବା ଆପଣଙ୍କ ପାଇଁ ଉଚିତ । ବୃହସ୍ପତି ଆପଣଙ୍କୁ କର୍ମଠ, ଜ୍ଞାନୀ, ଧନବାନ, ବଳବାନ ଏବଂ ଜୀବନର ମଧ୍ୟମ ସମୟରେ ଧନ ଏବଂ ସୁଖର ହାନି ହୋଇଥାଏ । ପରଦେଶ ଗମନ, ସମ୍ମାନରେ ଆଞ୍ଚ ଆସିବ ।

କର୍ମ କ୍ଷେତ୍ରରେ ଏବଂ ଚାକିରୀରେ ସୁଖ ଏବଂ ବ୍ୟବସାୟରେ ଦୁଃଖ, ସନ୍ତାନ କ୍ଷେତ୍ରରେ ସେତେ ଭଲ ନୁହେଁ । ୩୦ ବର୍ଷରୁ ୪୦ ବର୍ଷ ମଧ୍ୟରେ ବ୍ୟବସାୟରେ ମନ ମୁତାବକ ଶୁଭଫଳ ମିଳିବ । ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ମିଳିବ । ଦେବତା ସ୍ଥାପନ କରିବେ । ମନ୍ଦିର ନିର୍ମାଣ କରିବେ । ଏବଂ ଇଷ୍ଟଦେବ ବିଷ୍ଣୁ । ଏଣୁ ବିଷ୍ଣୁଙ୍କ ବିଗ୍ରହ ପ୍ରତିଷ୍ଠାରେ ନାମ ସଂକୀର୍ତ୍ତନରେ ଜୀବନର ଶେଷ ସମୟ ବିଟିଯିବ । ସ୍ତ୍ରୀର ବହୁତ ଖର୍ଚ୍ଚ ଚିଡିଚିଡା ପ୍ରକୃତିର ସ୍ୱାଭବ ହୋଇଥାନ୍ତି । ସ୍ତ୍ରୀ ପ୍ରତି ଭଲପାଇବା ଏବଂ ଭଲ ଭାବନା ରଖନ୍ତୁ । ହଠାତ ଧନ ପ୍ରାପ୍ତିର ଯୋଗ ମଧ୍ୟ ଅଛି । ଗୋଟେ ସ୍ତ୍ରୀ ଲୋକ ଚିରଶତ୍ରୁ ହୋଇ ବିପଦରେ ପକାଇବାକୁ ଚେଷ୍ଟା କରିବେ । କିନ୍ତୁ ବିଫଳ ହେବେ ।

ଆପଣ ମାନଙ୍କ ପାଇଁ ଶୁଭ ସଂଖ୍ୟା ୧,୩,୪,୫ ଏହା ହେଉଛି ଆପଣଙ୍କ ପାଇଁ ଶୁଭ ଅଟେ । ଉତ୍ତମ ଫଳ ମେଷ ରାଶି, କର୍କଟ ରାଶି, ସିଂହ ରାଶି, ଧନୁ ରାଶି ଏବଂ ମୀନ ରାଶି । ଏହି ରାଶିର ବ୍ୟକ୍ତି ଆପଣଙ୍କ ପାଇଁ ଶୁଭ ଅଟନ୍ତି । ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଇସତ ହଳଦିଆ, ଶୁଭ ଦିଗ ହେଉଛି ପୂର୍ବ ଦିଗ । ଆପଣଙ୍କ ପାଇଁ ଘାତ ବାର ବା ଅଶୁଭ ବାର ଶୁକ୍ରବାର । ଆପଣଙ୍କ ପାଇଁ ଲକୀ ନମ୍ବର ହେଉଛି ୨,୬ ଏବଂ ୭ ।

ଆପଣଙ୍କ ପାଇଁ ରିଷ୍ଟ ବା ଘାଟି ୨ ବର୍ଷ, ୪ ବର୍ଷ, ୮ ବର୍ଷ, ୧୨ ବର୍ଷ, ୧୬ ବର୍ଷ, ୨୨ ବର୍ଷ, ୨୪ ବର୍ଷ, ୨୮ ବର୍ଷ, ୩୦ ବର୍ଷ, ୩୬ ବର୍ଷ, ୪୭ ବର୍ଷ, ୪୮ ବର୍ଷ, ୫୨ ବର୍ଷ, ୫୬ ବର୍ଷ, ୬୨ ବର୍ଷ, ୭୨ ବର୍ଷ ବୟସରେ ଅନେକ ପ୍ରକାରର ରିଂ ଏବଂ ବିଘ୍ନ ଦେଖା ଯାଇଥାଏ । ଏଣୁ ଏହି ବର୍ଷ ମାନଙ୍କରେ ଆପଣ ଦେଖି ଚାହିଁ ସମୟ ବିତାନ୍ତୁ । ଏବେ ଜାଣିବା ଏହି ଧନୁ ରାଶିର ବ୍ୟକ୍ତିଙ୍କର ପରମାୟୁ ବା ଆୟୁଷ । ୧୯/୯ ର ଆୟୁଷ ୯୦ ବର୍ଷ ହୋଇଥାଏ । ୨୦/୯ ର ଆୟୁଷ ୮୫ ବର୍ଷ ହୋଇଥାଏ । ୨୧/୯ ର ଆୟୁଷ ୭୨ ବର୍ଷ ହୋଇଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *