ଦେଶରେ ଦିନକୁ ଦିନ ବଢି ଚାଲିଛି Omicron ର ଭୟ, କଣ ପୁଣି ଫେରିବ Lock Down ? WHO ଦେଲା ଏହି ବଡ ଚେତାବନୀ !

ବନ୍ଧୁଗଣ କରୋନା ଭାଇରସ ପରେ ଏବେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆସିଛି । ଗତ ଦେଢ ବର୍ଷ ହେବ କରୋନା ମହାମାରୀ ଦେଶରେ ନିଜ କୋପ ବର୍ଷାଇଛି । କରୋନା ମହାମାରୀ ସମୟରେ ଦେଶରେ ଲକଡାଉନ ଓ ସଟଡାଉନ ଆଦି ବ୍ୟବସ୍ଥା ଲାଗୁ କରାଯାଇବା ସହ ଅନେକ କଟକଣା ଲାଗୁ ହୋଇଥିଲା । ତେବେ ବନ୍ଧୁଗଣ ଲକଡାଉନ କାରଣରୁ ଅନେକ ଲୋକ ନିଜ ଜୀବିକା ହରାଇ ବସିଲେ ।

ଏହା ସହିତ କରୋନା ମହାମାରୀରେ ସଂକ୍ରମିତ ହୋଇ ହଜାର ହଜାର ଲୋକ ନିଜ ପ୍ରାଣ ମଧ୍ୟ ହରାଇ ଛନ୍ତି । ତେବେ ଗତ କିଛି ମାସ ହେବ କରୋନା ମହାମାରୀର ଦ୍ଵିତୀୟ ଲହର ଶେଷ ହୋଇଥିବା ବେଳେ ଏବେ ପୁଣି କରୋନା ମହାମାରୀର ନୂଆ ଭାରିଏଣ୍ଟ ଚିନ୍ତାର ବିଷୟ ପାଲଟିଛି । ଆଜି ଆମେ ଆପଣ ମାନଙ୍କୁ ଓମିକ୍ରନ ଭାଇରସ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ବର୍ତ୍ତମାନ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ ସାରା ବିଶ୍ଵ ପାଇଁ ଚିନ୍ତାର ବିଷୟ ପାଲଟିଛି । ସାରା ଦେଶକୁ ବ୍ୟାପିଯିବ କରୋନାର ଏହି ନୂଆ ଭାରିଏଣ୍ଟ । ଏହି ଭାରିଏଣ୍ଟ ଯୋଗୁଁ ୟୁକେରେ ଜାନୁୟାରୀରେ ଏକ ବଡ ଲହର ଆସିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ ତଳ ଆକଳନ କରିଛନ୍ତି । ଅନ୍ୟ ପକ୍ଷରେ ଅତ୍ୟଧିକ ସଂକ୍ରମଣ କାରଣରୁ ଏହି ଭାରିଏଣ୍ଟକୁ ନେଇ ସତର୍କ କରେଇଛି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ।

ଏବେ ସୁଧା ୫୯ ଦେଶକୁ ବ୍ୟାପି ଯାଇଥିବା ଓମିକ୍ରନ ଯୋଗୁଁ ପୁଣି ଲକଡାଉନ ଓ ସଟଡାଉନ ପରି ସ୍ଥିତି ଫେରି ପାରେ ବୋଲି ସ୍ୱାସ୍ଥ୍ୟ ସଂଗଠନ କହିଛନ୍ତି । ଏହାକୁ ଚିହ୍ନିବା ପାଇଁ ସ୍ପେଶିଆଲ କିଟ ପ୍ରସ୍ତୁତ କରାଯାଇଛି । ଆସନ୍ତା ସପ୍ତାହରେ ଏହି କିଟ ବଜାରରେ ଉପଲବ୍ଧ ହୋଇପାରେ । ଏହା ବ୍ୟବହାରରେ ମାତ୍ର ୨ ଘଣ୍ଟା ମଧ୍ୟରେ ଓମିକ୍ରନ ଭାଇରସ ଚିହ୍ନଟ କରାଯାଇ ପାରିବ । ଭାରତର ୮ଟି ରାଜ୍ୟରେ କରୋନାର ସୁପର ମ୍ୟୁଟାଲ ଟୋମୀକ୍ରମ ପହଞ୍ଚି ସାରିଛି ।

ମହାରାଷ୍ଟ୍ର, ଦିଲ୍ଲୀ, କେରଳ, ଗୁଜୁରାଟ ଓ କର୍ଣ୍ଣାଟକ ପରେ ଚଣ୍ଡିଗଡ ସହ ଆନ୍ଧ୍ରରେ ଚିହ୍ନଟ ହୋଇଛି ଏହି ଦକ୍ଷିଣ ଆଫ୍ରିକା ମ୍ୟୁଟାନ୍ଟ । ଏବେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି । ଗତ କାଲି କେରଳ, ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ ଓ ନାଗପୁରରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ କ୍ଵାରେଣ୍ଟାଇନରେ ରଖାଯିବା ସହିତ ସେମାନଙ୍କ କଣ୍ଟାକ୍ଟ ରେସିଙ୍ଗ କରାଯାଉଛି ।

Leave a Reply

Your email address will not be published. Required fields are marked *