ନମସ୍କାର ବନ୍ଧୁଗଣ ତେବେ ଜୀବନରେ ବେଳେ ବେଳେ ଏମିତି କିଛି ଭିଡିଓ ସାମ୍ନା କୁ ଆସେ ଯାହା ବହୁତ ଅଦ୍ଭୁତ ହୋଇଥାଏ । ତେବେ ଆପଣ ମାନେ ଜାଣିଥିବେ କି ମାଆ ର ମମତା ସାମ୍ନାରେ ସବୁ ତୁଚ୍ଛ । ନିଜ ଛୁଆର ଯତ୍ନ ନେବା ସହ ଜୀବନ ରକ୍ଷା କରିବା ପାଇଁ କିଛି ବି କରିପାରେ ମାଆ । ଯଦି ମାଆ ଅନୁଭବ କରେ ମୋ ଛୁଆ ଉପରେ କୌଣସି ବିପଦ ରହିଛି ତେବେ ସାଙ୍ଗେ ସାଙ୍ଗେ ନିଜେ ସାମ୍ନାକୁ ଆସେ ଆଉ ସବୁ ବିପଦକୁ ନିଜେ ଛାତି ଦେଖାଇ ସହିଯାଏ ।
ତେବେ ଠିକ୍ ଏମିତି ଏକ ଭିଡ଼ିଓକୁ ବିଶିଷ୍ଟ ଶିଳ୍ପୀ ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ପେଜ୍ରେ ସେୟାର କରି ଲେଖିଛନ୍ତି ମାଆ ତୁଝେ ସଲାମ । ତେବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଏବେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । ଏହି ଭିଡ଼ିଓରେ କେମିତି ବିକଟାଳ ଶବ୍ଦ କରି ମାଡ଼ି ଆସୁଛି ଜେସିବି ।
ଆଉ ସେତିକି ବେଳେ ନିଜ ଅଣ୍ଡାକୁ ସୁରକ୍ଷିତ ରଖିବା ପାଇଁ ଜେସିବି ସାମ୍ନାରେ ନିଜର ଡେଣାକୁ ମେଲାଇ ଛିଡା ହୋଇ ରହିଛି ଏକ ପକ୍ଷୀଟି ତାହା ଦେଖିବାକୁ ମିଳିଛି । ୟୁଜର୍ସମାନେ କଂମେଟ୍ ଦେଉଛନ୍ତି ସତରେ ମାଆଠୁ ବଳି ଦୁନିଆରେ କେହି ନାହିଁ । ଯାହାର ଶ୍ରେଷ୍ଠ ଉଦାହରଣ ଏହି ଭିଡ଼ିଓ । ତେବେ ଭିଡ଼ିଓରେ ଦେଖିବାକୁ ମିଳୁଛି ଅଣ୍ଡା ଦେଇଥିବା ସ୍ଥାନ ଆଡ଼କୁ ହଠାତ୍ ଏକ ବୁଲଡୋଜର ମାଡ଼ି ଆସୁଥିଲା ।
ଏହା ଦେଖିବା ପରେ ପକ୍ଷୀଟି ତା’ର ଅଣ୍ଡା ଆଡ଼କୁ ଦୌଡ଼ି ପଳାଉଛି । ଅଣ୍ଡାଗୁଡ଼ିକୁ ସୁରକ୍ଷା ଦେବାକୁ ଯାଇ ଅଣ୍ଡାଗୁଡ଼ିକ ଉପରେ ତା’ର ଡ଼େଣା ମେଲାଇ ଦୃଢତାର ସହ ଛିଡ଼ା ହେଉଛି । ବୁଲଡୋଜରଟି ପକ୍ଷୀ ଆଡ଼କୁ ଗର୍ଜନ କରି ମାଡ଼ି ଆସୁଥିଲେ ବି ପକ୍ଷୀଟି ନିଜ ସ୍ଥାନରୁ ହଟୁନାହିଁ । ବରଂ ଚିତ୍କାର କରୁଛି ।
ସତେ ଯେମିତି ତା’ର ବିକଳ ଚିତ୍କାରରୁ ବୁଝା ପଡୁଛି ଯେ, ‘ଆଗକୁ ଆସନାହିଁ, ଆଗକୁ ମାଡ଼ି ଆସିଲେ ମୋର ଛୁଆଙ୍କ ଜୀବନ ଚାଲିଯିବ । ‘ ପକ୍ଷୀର ଗର୍ଜନ ଆଗରେ ବୁଲଡୋଜରର ଗର୍ଜନ ସତେ ଯେମିତି ଫିକା ପଡ଼ି ଯାଉଛି । ସତରେ ମାଆ ନିଜ ଛୁଆଙ୍କ ପାଇଁ ଯେ ରକ୍ଷା କବଚ ଏ କଥା କେହି ଅସ୍ୱୀକାର କରି ପାରିବେ ନାହିଁ । ତେବେ ଏହି ମାଆ ର ସ୍ନେହ, ମମତା ଏବଂ ତ୍ୟାଗ ର ଦୃଶ୍ୟ ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।