ଦିଲ୍ଲୀ ଯିବା ପୂର୍ବରୁ ଝିଅକୁ କିଛି ଏମିତି କହି ଯାଇଛନ୍ତି Draupadi Murmu, ଏ ନେଇ ଦ୍ରୌପଦୀଙ୍କ ଝିଅ କଣ କହିଲେ… ଦେଖନ୍ତୁ Video

ମା ଯେତିକି ଶରଳ ସେତିକି ସାଧାରଣ । ଖୋଲା ବହି ଅଟନ୍ତି ମୋ ମା ମନରେ ଗର୍ବ ଅହଂକାର ବୋଲି କିଛି ନାହିଁ । ସେ କାଲି ଯାହା ଥିଲେ ଆଜି ବି ସେମିତି ଅଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ଏୟାରପୋର୍ଟ ଛାଡିବାକୁ ଆସିଥିବା ଝିଅ ଇତିଶ୍ରୀ କିଛି ଏଭଳି ବାକ୍ଷା କରିଛନ୍ତି ତାଙ୍କୁ ଜନ୍ମ ଦେଇଥିବା ମାଙ୍କ ବିଷୟରେ । ସବୁଠାରୁ ବଡ କଥା ହେଉଛି ଦିଲ୍ଲୀ ଯିବା ପୂର୍ବରୁ କୌଣସି ରାଜନୈତିକ କଥା ନିଜ ଝିଅକୁ କହି ନାହାନ୍ତି ଦ୍ରୌପଦୀ ମୁର୍ମୁ ।

କେବଳ ଆଦେଶ ଦେଇଛନ୍ତି ମୋ ଘର ସମ୍ଭାଳିବୁ ଯତ୍ନ ନେବୁ । ଜଣେ ମହିଳା ରାଜନୀତିରେ ଯେତେ ବଡ ପଦବୀରେ ଥାନ୍ତୁ ନା କାହିଁକି ମାର ମମତା ସେ ପଦବୀରେ ଗୁଲାମ ହେଇ ନଥାଏ । ନିଜ ଛୁଆ ପାଇଁ ସବୁବେଳେ ଉଛୁଳି ପଡେ ମାର ମମତା । ମା ଦେଶ ସମ୍ଭାଳିବେ ଆଉ ଝିଅ ଘର ସମ୍ଭାଳିବେ । ମା ରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀ ଯିବା ପୂର୍ବରୁ ଝିଅକୁ ଘରର ଦାୟିତ୍ଵ ଦେଇ ଯାଇଛନ୍ତି ।

ସେ ଝିଅକୁ କହିଛନ୍ତି ଘର ଦେଖିବୁ ଆଉ ଛୁଆ ମାନଙ୍କର ଯତ୍ନ ନେବୁ । ଜଣେ ମା ଆଉ ଝିଅର ସମ୍ପର୍କ ବା ଆଉ କଣ ହୋଇପାରେ । ମା ଦେଶର ସର୍ବୋଚ୍ଚ ପଦରେ ବସିବେ ବୋଲି ଝିଅର ଆଶା ଓ ବିଶ୍ଵାସ । ଏହା ସହ ମା ଦେଇଯାଇଥିବା ଦାୟିତ୍ଵକୁ ପୂରଣ କରିବା ପାଇଁ ଝିଅ ଇତିଶ୍ରୀ ପ୍ରସ୍ତୁତ । କାରଣ ମାର ଆଦେଶକୁ ଅବହେଳା କିଏ ବା କରେ ।

ବନ୍ଧୁଗଣ ଏଠି ଦ୍ରୌପଦୀଙ୍କର ଯେମିତି ସାଧାରଣ ଆଚରଣ ଝିଅର ବି ସମାନ । ବନ୍ଧୁଗଣ ବିଜେପି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପାର୍ଥୀ ରୂପେ ବାଛିବା ପରେ ଏବେ ଦ୍ରୌପଦୀଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ପ୍ରଥମ ଥର ପାଇଁ ବିଜେପି ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପାର୍ଥୀ ରୂପେ ବାଛି ଛନ୍ତି ।

ଆଉ ଆମ ଓଡିଶାରୁ ମଧ୍ୟ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଏହା ହେଉଛି ଆମ ମାନଙ୍କ ପାଇଁ ଗର୍ବ ଏବଂ ଗୌରବର କଥା । ବନ୍ଧୁଗଣ ଅନ୍ୟ ପଟେ ସମସ୍ତ ଓଡିଶା ବାସୀ ଦ୍ରୌପଦୀଙ୍କ ପାଇଁ ବେସ ଖୁସି ଅଛନ୍ତି ଆଉ ଦ୍ରୌପଦୀଙ୍କୁ ସୁବେଚ୍ଚା ଜଣାଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *