ଦର୍ଶକ ବନ୍ଧୁ ଓଲିଉଡର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ନେଇ ଆସିଛି ଏକ ବଡ ଖବର । ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ପିଣ୍ଟୁ ଏବେ କେମିତି ଅଛନ୍ତି ତାଙ୍କ ସ୍ୱାସ୍ଥ୍ୟରେ କିଛି ଉନ୍ନତି ହେଲାଣି ନା ନାହିଁ, ତାଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ ହେଲା ନା ନାହିଁ ସେ ଦିଲ୍ଲୀରୁ କେବେ ଓଡିଶା ଫେରିବେ ଏମିତି ଅନେକ ପ୍ରଶ୍ନ ଓଡିଶା ସିନେ ପ୍ରେମୀଙ୍କ ମନରେ ଘୁରି ବୁଲୁଛି । ରାସ୍ତା କଡରେ ଲୋକେ କଥା ହେଉଛନ୍ତି ।
ହେଲେ ଉତ୍ତର ଦେବ କିଏ । କିଏ ଜାଣିଛି ପିଣ୍ଟୁ ଏବେ କେଉଁ ଅବସ୍ଥାରେ ଅଛନ୍ତି କାରଣ ତାଙ୍କୁ ଭେଟିବା କିମ୍ବା ତାଙ୍କ ସହ ଭେଟିବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ । କେବଳ ତାଙ୍କ ଭାଇ ହିଁ ଜାଣନ୍ତି ତାଙ୍କ ସମ୍ପର୍କରେ ବା କିଛି ସିନେ ଅଭିନେତା । ମଝିରେ ଅଭିନେତା ଅକ୍ଷୟ ପଟ୍ଟନାୟକ ଦିଲ୍ଲୀ ଯାଇ ପିଣ୍ଟୁଙ୍କୁ ଭେଟି ଥିଲେ ବାହାରକୁ ଆସିବା ପରେ ସେ ଏହି ସୂଚନା ଦେଇଥିଲେ ତା ପରେ ପୁଣି ନୀରବତା ।
ହେଲେ ଏବେ ପୁଣି ପିଣ୍ଟୁଙ୍କ ସମ୍ବନ୍ଧରେ ଆସିଛି ବଡ ଖବର । ତାଙ୍କୁ ଦିଲ୍ଲୀରୁ ସ୍ଥାନାନ୍ତରିତ କରାଯିବ । କାରଣ ଦିଲ୍ଲୀରେ ଥିବା ଘରୋଇ ହସ୍ପିଟାଲରେ ତାଙ୍କର ଠିକ ଭାବରେ ଚିକିତ୍ସା ହୋଇପାରୁ ନାହିଁ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ବି ଗୁରୁତ୍ଵର ରହିଛି ତେଣୁ ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ସ୍ଥାନ୍ତରିତ କରାଯାଇ ପାରେ ।
ଲିଭର ଶିରୋସିସ ସମସ୍ୟାରେ ପୀଡିତ ପିଣ୍ଟୁ ନନ୍ଦଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ ହେବାର ଥିଲା । ତେବେ ଏଥିପାଇଁ କୌଣସି ଡୋନର ମିଳୁ ନାହାନ୍ତି । ଯଦି ଲିଭର ଡୋନର ମିଳି ଥାନ୍ତେ ତା ହେଲେ ଏବେ ପିଣ୍ଟୁଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ ହୋଇ ସାରିଥାନ୍ତା ତେଣୁ ଏବେ ପିଣ୍ଟୁ ଚିନ୍ତାରେ ଅଛନ୍ତି । ଏହା ସହ ଅପରେସନ ପାଇଁ ଆବଶ୍ୟକ ଅର୍ଥ ବି ଯୋଗାଡ ହୋଇପାରୁ ନାହିଁ ।
ଅର୍ଥର ଅଭାବ ରହିଛି ବୋଲି ପିଣ୍ଟୁଙ୍କ ବଡ ଭାଇ ସୂଚନା ଦେଇଛନ୍ତି ଅନ୍ୟ ପକ୍ଷେ ଦିଲ୍ଲୀରେ ଡୋନର ଯୋଗାଡ ହୋଇପାରୁ ନଥିବାରୁ ତାଙ୍କୁ ହାଇଦ୍ରାବାଦ କିମ୍ବା ଚେନ୍ନାଇକୁ ସ୍ଥାନାନ୍ତର କରାଯିବ ବୋଲି ତାଙ୍କ ଭାଇ କହିଛନ୍ତି ଯାହା ସହଜ କଥା ନୁହେଁ । ତେବେ ଦର୍ଶକ ବନ୍ଧୁ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।