ସମୟ ଗଡିବା ସହ ପିଣ୍ଟୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସମୟକୁ ସମୟ ଗୁରୁତ୍ଵର ହୋଇ ପଡୁଛି । ହେଲେ ସବୁଠାରୁ ଗୁରୁତ୍ଵ କଥା ଯେ ଯେତେବେଳେ ଦିଲ୍ଲୀର ଡାକ୍ତର ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ଚାଲି ଯିବାକୁ କହିଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଡାକ୍ତର ଏମିତି କାହିଁକି ହାତ ଟେକି ଦେଇଥିଲେ ତାକୁ ନେଇ ସମସ୍ତଙ୍କର ଚିନ୍ତା ବଢି ଯାଇଥିଲା । ଆଉ ମେଡିକାଲରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରୁ ଲୁହ ଗଡି ଯାଇଥିଲା ।
ସାରା ରାଜ୍ୟ ଅପେକ୍ଷା କରି ବସିଥିଲା ଯେ ପିଣ୍ଟୁ ନନ୍ଦ ନିଶ୍ଚିତ ଭାବେ ଦିଲ୍ଲୀରୁ ସୁସ୍ଥ ହୋଇ ଚାଲି ଆସିବେ । ଆଉ ସେଥିପାଇଁ ଲଗାତାର ଭାବେ ସମସ୍ତେ ହାତ ଯୋଡି ପିଣ୍ଟୁଙ୍କ ପାଇଁ ଟଙ୍କା ଯୋଗାଡ କରୁଥିଲେ । ଆଉ ଦିଲ୍ଲୀର ଏକ ପ୍ରାଇଭେଟ ମେଡିକାଲରେ ପିଣ୍ଟୁଙ୍କ ଚିକିତ୍ସା ଚାଲି ଥିଲା । ଆଶା ଯେତିକି ଥିଲା ତା ଠାରୁ ଅଧିକ ଏବେ ନିରାଶା କରି ଦେଇଛି ସମସ୍ତଙ୍କୁ ।
ଡାକ୍ତରଙ୍କ କଥା ଶୁଣିଲା ପରେ ସମସ୍ତେ ଚିନ୍ତିତ ହୋଇ ପଡି ଥିଲେ । କୁହାଯାଉଛି ଡାକ୍ତର ସେଠାରେ କହୁଥିଲେ ପିଣ୍ଟୁଙ୍କ ଅବସ୍ଥା ସେଠାରେ ଯେତେ ଗୁରୁତ୍ଵର ହୋଇ ପଡିଛି ତାଙ୍କୁ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଅପରେସନ କରାଯିବା ଦରକାର । ଆଉ ସେପଟେ ଡାକ୍ତର ଦଳ ଥରେ କହିଥିଲେ ପିଣ୍ଟୁଙ୍କ ଲିଭର ପ୍ରାୟ 80 ପ୍ରତିଶତ ଖରାପ ହୋଇ ସାରିଛି କେବଳ 20 ପ୍ରତିଶତରେ ହିଁ ପିଣ୍ଟୁଙ୍କ ସ୍ୱାସ୍ଥ୍ୟ ଚାଲିଛି ।
ତେବେ ଏବେ ପୁଣି ସମସ୍ୟା ପରେ ସମସ୍ୟା ଦେଖିବାକୁ ମିଳୁଛି । ଦିଲ୍ଲୀରେ ଡାକ୍ତର ପିଣ୍ଟୁଙ୍କୁ ହାଇଦ୍ରାବାଦ ଯିବା ପାଇଁ ପରାମର୍ଶ ଦେବା ସହ କହିଛନ୍ତି ପିଣ୍ଟୁଙ୍କ ଲିଭର ଯେତେ ଶୀଘ୍ର ଟ୍ରାନ୍ସପ୍ଳାଣ୍ଟ ହେଇଯିବ ସେତେ ଶୀଘ୍ର ଭଲ । ନଚେତ ତାଙ୍କ ଜୀବନ ପ୍ରତି ବିପଦ ହୋଇପାରେ । ଏଭଳି ସ୍ଥିତିରେ ଦିଲ୍ଲୀର ଡାକ୍ତର ଯେଉଁ ଭଳି ପ୍ରତିଶ୍ରୁତି ଦେଇଥିଲେ ଯେ ଲିଭର ମିଳିଲେ ଟ୍ରାନ୍ସପ୍ଳାଣ୍ଟ କରି ସୁସ୍ଥ କରିଦେବେ ସେଥିପାଇଁ ସେ ଏବେ କ୍ଷମା ମାଗି ଛନ୍ତି ।
ସେ କହିଛନ୍ତି ଅତି ଶୀଘ୍ର ପିଣ୍ଟୁଙ୍କୁ ହାଇଦ୍ରାବାଦ ନେଇଯିବା ପାଇଁ । ତେବେ ଯାହା ଜଣା ପଡିଛି ପିଣ୍ଟୁ ବର୍ତ୍ତମାନ ଦିଲ୍ଲୀରୁ ହାଇଦ୍ରାବାଦକୁ ଚାଲି ଯାଇଛନ୍ତି । ହେଲେ ଏବେ ବି ଡୋନର ମିଳି ନଥିବା କଥା କୁହା ଯାଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।