ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଯାତ୍ରା ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଯାତ୍ରା ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ସୁଦର୍ଶନ ଜେନା ।
ଆପଣ ମାନେ ସମସ୍ତେ ସୁଦର୍ଶନ ଜେନାଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ତେବେ ଗତ କିଛି ସମୟ ହେବ ସୁଦର୍ଶନ ଜେନାଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ସୁଦର୍ଶନଙ୍କ ଏହି ସାକ୍ଷାତ୍କାର ଭିଡିଓ ବିଷୟରେ କହିବାକୁ ଯାଉଛୁ । ସୁଦର୍ଶନ ଏହି ସାକ୍ଷାତ୍କାରରେ କହିଛନ୍ତି-‘ମୋର ପ୍ରଥମ ଷ୍ଟାର୍ଟିଂ ଯାତ୍ରା ଅପେରା ହେଉଛି ସାହାଣି ଅପେରା ।
ସାହାଣି ଅପେରାରେ ପାଞ୍ଚ ବର୍ଷ କାଟିବା ପରେ ମୁଁ ଅନ୍ୟ ଯାତ୍ରା ପାର୍ଟିକୁ ଆସିଛି । ଚଳଚିତ୍ର ଜଗତକୁ ବି ମୁଁ ଏଣ୍ଟ୍ରି କରିଥିଲି ହେଲେ ପଳେଇ ଆସିଲି ମୋର ହାଇଟ ଟିକେ କମ ହେଲା ବୋଲି । ତେଣୁ ଯାହା ହେଉ ପ୍ରଥମେ ସାହାଣି ଅପେରାରେ ପାଦ ଦେଇ ଆଜି ମୁଁ ଏତେ ବାଟ ଆଗେଇଛି । ମୋ ଲାଇଫ ପାର୍ଟନର ମୁଁ ଚୁଜ କରିଛି ଆମ ବାହାଘରରୁ 12 ବର୍ଷ ହେଇଗଲା ଏହି ଯାତ୍ରା ଭିତରେ ।
ସେ ଏହି ଅନୁଷ୍ଠାନରେ ଅଛନ୍ତି ତାଙ୍କ ନାଁ ହେଉଛି ବେବିନା । ପ୍ରଥମତଃ ସାହାଣି ଅପେରାରେ ଭେଟ ଆଉ ସାହାଣି ଅପେରାରେ ଆମ ବାହାଘର । ବାହାଘର ପରେ ସାଙ୍ଗ ହେଇକି 12 ବର୍ଷ ହେଲା ରହିଛୁ ଝିଅକୁ 11 ବର୍ଷ ହେଲାଣି ପୁଅକୁ 7 ବର୍ଷ ହେଲାଣି ସୁଖର ସଂସାର ଚାଲିଛି । ବିଶେଷ କରି ପ୍ରେମ ବେବିନାଙ୍କ ତରଫରୁ ହେଇଥିଲା । ମୁଁ ବି ତାକୁ ପାଇବା ପାଇଁ ଇଛା କରିଥିଲି ଆଉ ଆମ ସଂସାର ଚାଲିଛି ।
ଆମ ଦୁହେଁ ଗୋଟେ ନାଟକ କରିଥିଲୁ ମୁଁ ସେହି ନାଟକରେ ବଡ ଲୋକ ପୁଅ ଥିଲି ଆଉ ସେ ଚାକର ଝିଅ ଥିଲା । ମୁଁ ତା ବାପାକୁ ସେହି ନାଟକରେ ମଦ ପାଇଁ ପଠେଇ ଥିଲି ସେଇଠି ତାର ଝିଅ ଆସି ବାପାକୁ ଖୋଜିଛି ଆଉ ସେଇଠି ମୁଁ ତାକୁ ରେପ କରିଥିଲି । ତା ପରେ ଆମ ପ୍ରେମ ଆରମ୍ଭ ହେଇଥିଲା’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁଦର୍ଶନ ଜେନା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।