‘ଦୁଃଖରେ ଛାତିକୁ ବାଡେଇ ହାଏ ହାଏ କହୁ, କାରଣ…’ କିନ୍ନରଙ୍କ ଅନ୍ତିମ ସଂସ୍କାରର ରହସ୍ୟ ଖୋଲି କହିଲେ ଏହି କିନ୍ନର, ଦେଖନ୍ତୁ Video

ବନ୍ଧୁଗଣ, ନିକଟରେ ପୁରୀ ଶ୍ରୀ ମନ୍ଦିରରୁ ଜଣେ କିନ୍ନର ଆ-ତ୍ମ-ହ-ତ୍ୟା କରିବାର ଖବର ପ୍ରାଏ ଚାରିଆଡେ ଖେଳି ଯାଇଅଛି । ଘରେ ନିଜ ଭଉଣୀ ବିବାହରେ ୧ ଲକ୍ଷ ଟଙ୍କା ଆଣି ଦେବ ବୋଲି କହି ଘରୁ ବାହାରକୁ ଯାଇଥିଲା ମାତ୍ର ଦେଖୁ ଦେଖୁ କିଛି ସମୟ ପରେ ଘଟିଗଲା ଏହିଭଳି ଅଘଟଣ । ଏହାକୁ ନେଇ କିନ୍ନର ସଂପ୍ରଦାୟ କହିଛନ୍ତି ଯେ, ଆମ୍ଭର କିନ୍ନର ସଂପ୍ରଦାୟ ରେ ଯାହା ନିୟମ ରହିଅଛି ଆମ୍ଭେ ସେ ସବୁ ନିୟମ କରିଅଛୁ ।

ଆମ୍ଭେ ବହୁତ ଦୁଃଖୀ ଅଟୁ । ଆମ୍ଭେ ହାଏ ହାଏ କରି ଛାତି କୁ ବାଡେଇ ଦୁଃଖ ପ୍ରକାଶ କରିବାର ପରମ୍ପରା ରହିଅଛି । ଜଗନ୍ନାଥ କରନ୍ତୁ ତାର ଆତ୍ମା କୁ ଶାନ୍ତି ମିଳୁ । ଆମ୍ଭ ନିୟମ ତଥା ପରମ୍ପରା ଅନୁସାରେ ଆମ୍ଭ ସମ୍ପ୍ରଦାୟ ର କିଏ ଆଗ ମୃ-ତ୍ୟୁ ବରଣ କରିଲେ, ଆଗ ପ୍ରାର୍ଥନା କରାଯାଏ । ୧୦୮ ଦୀପ ନଚେତ ୫୧ ତଥା ୨୧ ଦୀପ ରଖି ପ୍ରାର୍ଥନା କରାଯାଏ ।

ଆମ୍ଭେ ସେହି ପାର୍ଥନା କଲୁ ତଥା ଛାତି କୁ ବାଡେଇ ହାଏ ହାଏ କଲୁ ଯେ ଏହା ପରବର୍ତ୍ତୀ ଜନ୍ମ ସେ ଯେମିତି କିନ୍ନର ଜନ୍ମ ନ ପାଉ । ପୁଅ ଅଥବା ଝିଅ ଜନ୍ମ ପାଉ । ଏହା ବହୁତ ଦୁଃଖିତ ଘଟଣା ଅଟେ । ମନୋଜ ର ପରିବାର ଲୋକେ ମଧ୍ୟ ଆମ୍ଭ ପାଖକୁ ଫୋନ କରିଥିଲେ, ଆମ୍ଭ ନିୟମ ନିଷ୍ଠା କରି ସାରିବା ପରେ, ତାଙ୍କ ପରିବାର ଲୋକ ଙ୍କୁ ଆମ୍ଭେ ଶରୀର ହସ୍ତାନ୍ତର କରିଥିଲୁ ।

ଏହା ପରେ ତାଙ୍କ ପରିବାର ଲୋକେ ନେଇ କରି ଯାଇଥିଲେ । ଆମ୍ଭର କିଛି ନିୟମ ଅଛି ସେହି ନିୟମ ସବୁକୁ ଆମ୍ଭେ ପାଳନ କଲୁ । ଆଉ କେତେ ଲୋକେ ଅଛନ୍ତି ଯେଉଁ ମାନେ ଆମ୍ଭ ନିୟମ ରେ ଜୋତା ରେ ବାଡାନ୍ତି । ଏହାପରେ ପାଳ ଦଉଡା ବାନ୍ଧି ତାର ଗୋଡ କୁ ଝିକା ହୁଏ । ମାତ୍ର ଯେଉନଭଳି ଭାବରେ ବିଧି ବିଧାନ ରହିଅଛି ସେହିଭଳି ଆମ୍ଭେ ବଡ ଆକାରରେ ନ କରି ଶରୀରକୁ ଛାଡି ଦେଇଥିଲୁ ।

ଆମ୍ଭେ ସବୁ କିନ୍ନର ମାନେ ଯାଇ ସ୍ଵର୍ଗ ଦ୍ଵାରରେ ଯାଇ ପ୍ରାର୍ଥନା କରିଲୁ ଯେ ତାକୁ ମୁକ୍ତି ଦିଅନ୍ତୁ । ମାତ୍ର ସେ ଏହିଭଳି କାହିଁକି କରିଲା ତାହା ଅତ୍ୟନ୍ତ ଚିନ୍ତା ର ବିଷୟ ଅଟେ । ଏହିଭଳି କିଛି ଦୁଃଖରେ ମର୍ମାହାତ ହୋଇ କହିଛନ୍ତି କିନ୍ନର ସମ୍ପ୍ରଦାୟ । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *