ଦେହ ସାରା ଯନ୍ତ୍ରଣା (Fibromyalgia) ହେବାର କାରଣ କଣ ? Prof Dr Jyoti Ranjan Parida

ନମସ୍କାର ବନ୍ଧୁଗଣ ତେବେ ଫାଇବ୍ରୋମ୍ୟାଲ୍‌ଜିଆ ଏକ ବେମାରୀ ଯେଉଁଥିରେ ଦେହର ଅନେକ ଜାଗାରେ କ୍ରନିକ ଯନ୍ତ୍ରଣା ହୁଏ ଓ ଦେହରେ ଚାପ ପଡ଼ିଲେ ଅସାମାନ୍ୟ ଯନ୍ତ୍ରଣା ହୁଏ ।ଥକ୍କା ଅନୁଭବ ଯୋଗୁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୁଏ ନିଦ୍ରା ସମସ୍ୟା ଓ ସ୍ମରଣ ସମସ୍ୟା ହୁଏ। ରେସ୍ଟଲେସ୍ ଲେଗ୍ ସିଣ୍ଡ୍ରୋମ, ଅନ୍ତନଳୀ ବା ମୂତ୍ରାଶୟ ସମସ୍ୟା, ଉଚ୍ଚସ୍ୱର, ଆଲୋକ ଓ ଉତ୍ତାପକୁ ସମ୍ବେଦନଶୀଳ ଇତ୍ୟାଦି ଲକ୍ଷଣ କେତେକ ଲୋକ ପ୍ରକାଶ କରନ୍ତି ।


ଅନେକ ସମୟରେ ଅବସାଦ, ଉତ୍କଣ୍ଠା ଓ ଆଘାତୋତ୍ତର ଚାପ ବେମାରୀ ଏହି ରୋଗୀଙ୍କ ସ‌ହ ଦେଖାଯାଏ । ଅନେକ ପ୍ରକାରର କ୍ରନିକ ଯନ୍ତ୍ରଣା ମଧ୍ୟ ଏହି ରୋଗରେ ହୁଏ। ତେବେ ଫାଇବ୍ରୋମ୍ୟାଲ୍‌ଜିଆ ରୋଗର କାରଣ ଅଜଣା ଥିଲେ ମଧ୍ୟ ପରିବେଶ ଓ ଜେନେଟିକ ପ୍ରଭାବ ଥିବା ବିଶ୍ୱାସ ଥିବା ବିଶ୍ୱାସ କରାଯାଏ ଓ ଉଭୟର ଅଧା ଅଧା ସଙ୍କଟ ଥାଇପାରେ।ଏହି ରୋଗ ପରିବାରରେ ଚାଲେ ଓ ଏକାଧିକ ଜିନ୍ ଏଥିରେ ସଂଶ୍ଳିଷ୍ଟ ଥାଆନ୍ତି ।

ପରିବେଶ କାରକ, ମନସ୍ତାତ୍ତ୍ୱିକ ଚାପ, ଆଘାତ ଓ କେତେକ ସଂକ୍ରମଣ ଏଥି ନିମନ୍ତେ ଦାୟୀ ହୋଇପାରନ୍ତି ।କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ କୌଣସି ପ୍ରକ୍ରିୟା ଯୋଗୁ ଯନ୍ତ୍ରଣା ହେଉଥିବାରୁ ଏହାକୁ ସେଣ୍ଟ୍ରାଲ ସେନ୍ସିଟାଇଜେସନ୍ ସିଣ୍ଡ୍ରୋମ କୁହାଯାଏ ।ଫାଇବ୍ରୋମ୍ୟାଲ୍‌ଜିଆକୁ ଏକ ବେମାରୀ ହିସାବରେ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍‌ଥ୍ ଓ ଆମେରିକାଲ କଲେଜ ଅଫ ରିଉମାଟୋଲୋଜି ସ୍ୱୀକୃତି ଦେଇଛନ୍ତି ।


ଏହା ନିମନ୍ତେ କୌଣସି ନିର୍ଣ୍ଣୟାତ୍ମକ ପରୀକ୍ଷା ନାହିଁ । ପ୍ରଥମେ ସମ୍ଭବ୍ୟ କାରଣମାନଙ୍କୁ ବାହାର କରିବାକୁ ପଡ଼େ ଓ କେତେକ ନିର୍ଦ୍ଦିଷ୍ଟ ଲକ୍ଷଣ ଉପସ୍ଥିତି ଆବଶ୍ୟକ ହୁଏ। ତେବେ ଫାଇବ୍ରୋ ମ୍ୟାଲ୍‌ଜିଆ ରୋଗର ଚିକିତ୍ସା କଷ୍ଟସାଧ୍ୟ । ସୁନିଦ୍ରା, ନିୟମିତ ବ୍ୟାୟାମ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ସୁପାରିସ୍ କରାଯାଏ । ତେବେ ଔଷଧ ମଧ୍ୟରେ ଡୁଲୋକ୍‌ସେଟିନ୍, ମିଲ୍‌ନାସିପ୍ରାନ୍, ବା ପ୍ରିଗାବାଲିନ ବ୍ୟବ‌ହାର କରାଯାଇପାରେ ଅଫିମାତ୍ମକ ଯନ୍ତ୍ରଣାନିବାରକ ଔଷଧ କିଛି କାମ କରୁଥିବା ପ୍ରମାଣ ମିଳିନାହିଁ ।

ଅନୁପୂରକ ଖାଦ୍ୟର ଉପକାରୀତା ମଧ୍ୟ ପ୍ରମାଣିତ ହୋଇନାହିଁ । ଫାଇବ୍ରୋମ୍ୟାଲ୍‌ଜିଆ ଦୀର୍ଘସ୍ଥାୟୀ ହେଲେ ମଧ୍ୟ ଏହା ପ୍ରାଣ ଘାତୀ ନୁହେଁ। ତେବେ ଜନସଂଖ୍ୟାର ୨ରୁ୮% ଲୋକଙ୍କୁ ଫାଇବ୍ରୋମ୍ୟାଲ୍‌ଜିଆ ରୋଗ ହୁଏ । ଏହି ରୋଗ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଦୁଇ ଗୁଣ ଅଧିକ ହୁଏ । ପୃଥିବୀର ବିଭିନ୍ନ ସ୍ଥାନ ଓ ସଂସ୍କୃତିରେ ରୋଗ ହାର ପ୍ରାୟ ସମାନ ଥାଏ।


ତେବେ ଫାଇବ୍ରୋମିଆଲଜିଆ ରେ ଆପଣ ସାଧାରଣତ କମ୍ କ୍ୟାଲୋରୀ, ଉଚ୍ଚ ଫାଇବର ଖାଦ୍ୟ ଯାହା ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇଟୋକେମିକାଲ୍ସରେ ଭରପୂର ଅଟେ ଏହି ବ୍ୟକ୍ତିମାନଙ୍କ ପାଇଁ ସହାୟକ ହୋଇଥାଏ। ଏହା ସହ ଭିଟାମିନ୍ ବି, ସି, ଏବଂ କେ, ମାଙ୍ଗାନିଜ୍ ଏବଂ ଆଇରନ୍ ଯୁକ୍ତ ଖାଦ୍ୟ ମଧ୍ୟ ଖାଇ ପାରିବେ। ତେବେ ଚିନି ଏବଂ ବାହାର ତେଲ ମସଲା ଖାଦ୍ୟ କମ ଖାଆନ୍ତୁ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *