ବେକାରିଆଙ୍କ ପାଇଁ ଆସିଲା ବଡ ଖୁସି ଖବର, PM Modi ଙ୍କ ବଡ ଘୋଷଣା, ମିଳିବ ଚାକିରି…

ବନ୍ଧୁଗଣ ଯୁବକଙ୍କ ପାଇଁ ଆସିଲା ବଡ ଖୁସି ଖବର ଆଉ ରହିବନି ଚାକିରି ଟେନସନ । କାରଣ ନିଯୁକ୍ତି ନେଇ ବଡ ନିଷ୍ପତ୍ତି ନେଇ ଛନ୍ତି ମୋଦୀ ସରକାର । ସବୁବେଳେ ରୋଜଗାର ଓ ନିଯୁକ୍ତି ପ୍ରସଙ୍ଗକୁ ନେଇ ମୋଦୀ ସରକାରଙ୍କୁ ଘେରି ଆସିଛନ୍ତି ବିରୋଧୀ । କିନ୍ତୁ ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ମେଘା ନିଯୁକ୍ତିର ନିଷ୍ପତ୍ତି ନେଇଛନ୍ତି ମୋଦୀ ସରକାର । ୧୦୦ ନୁହେଁ କି ୨୦୦ ନୁହେଁ ଲକ୍ଷ ଲକ୍ଷ ଯୁବପିଢିଙ୍କୁ ମିଳିବ ଚାକିରି ତାହା ବି ଏହି ଦେଢ ବର୍ଷ ଭିତରେ ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଫାଙ୍କା ପଡିଥିବା ପଦବୀ ଗୁଡିକୁ ମିସନ ମୋଡରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋଦୀ ସରକାର । ଏହି ଦେଢ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଫାଙ୍କା ଥିବା ପ୍ରାୟ ୧୦ ଲକ୍ଷ ପଦବୀରେ ଚାକିରି ଆଶାଇଙ୍କୁ ନିଯୁକ୍ତି ମିଳିବ ।

ଏନେଇ ପିଏମଓ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଯେଉଁଥିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ସବୁ ବିଭାଗ ଓ ମନ୍ତ୍ରାଳୟରେ ଫାଙ୍କା ପଡିଥିବା ପଦବୀର ସମୀକ୍ଷା କରିଛନ୍ତି । ଏହା ପରେ ଆଗାମୀ ଦେଢ ବର୍ଷ ମଧ୍ୟରେ ମିସନ ମୋଡରେ ୧୦ ଲକ୍ଷ ପଦବୀରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୦ ମାର୍ଚ୍ଚ ୧ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଗୁଡିକରେ ୮.୭୨ ଲକ୍ଷ ପଦବୀ ଫାଙ୍କା ରହିଥିଲା  ।

ହେଲେ ୨ ବର୍ଷ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇଛି । କରୋନା ମହାମାରୀ କାରଣରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଫାଙ୍କା ପଡିଥିବା ପଦବୀରେ ନିଯୁକ୍ତି ହୋଇ ନାହିଁ । ଆଉ ଏହି ସମୟରେ ମୋଦୀଙ୍କ ଏଭଳି ନିଷ୍ପତ୍ତି ଯୁବ ବର୍ଗଙ୍କ ମନରେ ଉତ୍ସାହ ଭରି ଦେଇଛି । ଆଗକୁ ୨୦୨୪ ନିର୍ବାଚନ ଆଉ ପୂର୍ବରୁ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ଏଭଳି ନିଷ୍ପତ୍ତି ବିରୋଧୀ ଦଳଙ୍କ ପାଇଁ ବଡ ଝଟକା ବୋଲି କୁହାଯାଉଛି ।

ଏମିତିରେ ବନ୍ଧୁଗଣ କରୋନା ମହାମାରୀ ପାଇଁ ଯୁବ ବର୍ଗ ମାନେ ସରକାରୀ ଚାକିରି ପାଇ ନଥିଲେ । ଦୁଇ ବର୍ଷ ପର୍ଯ୍ୟନ୍ତ କୌଣସି ସରକାରୀ ପଦବୀରେ ନିଯୁକ୍ତି ହୋଇ ନଥିଲା ହେଲେ ଏବେ ହେବାକୁ ଯାଉଛି । ତେଣୁ ବନ୍ଧୁଗଣ ଆପଣ ମାନେ ସମସ୍ତେ ପ୍ରସ୍ତୁତ ରୁହନ୍ତୁ ଆଉ ଏହି ବଡ ମଉକାର ଫାଇଦା ନିଶ୍ଚୟ ଉଠାନ୍ତୁ । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *