ଦାନ୍ତ ପୋକ ଖାଉଛି କି ? କିପରି କରିବେ ଚିକିତ୍ସା ? Dr Pritish Patnaik

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନର ଦୁନିଆରେ ପ୍ରାୟତ ଅଧିକାଂଶ ଲୋକ ମାନଙ୍କର କମ ବୟସରୁ ହିଁ ଦାନ୍ତ ଜନିତ ସମସ୍ଯା ଦେଖା ଯାଇଛି । ଦାନ୍ତ ପୋକ ଖାଇବା ଦ୍ଵାରା ଆମକୁ ଖାଦ୍ୟ ଚୋବାଇବାରେ ଅସୁବିଧା ହୋଇଥାଏ ଓ ଆମ ଦାନ୍ତରେ ବହୁତ କଷ୍ଟ ଅନୁଭବ ହୋଇଥାଏ । ଆମ ମାନଙ୍କ ଦାନ୍ତ ସାଧାରଣ ଆବଡାଖାବଡା ହୋଇ ରହିଥାଏ । ଆମ ଦାନ୍ତ ଅଧିକ ସମୟ ଯାଏଁ ଖାଦ୍ଯ ପଦାର୍ଥ ଲାଗି ରହିଲେ ଯାହା ଦ୍ଵାରା ଦନ୍ତରେ ବ୍ୟାକ୍ଟେରିୟା ଜମାଟ ବାନ୍ଧି ଥାଏ ।

ଏହା ପରେ ଧୀରେ ଧୀରେ ଦାନ୍ତରେ ଛୋଟ କଣା ସୃଷ୍ଟି ହୋଇଥାଏ । ସେହି ସମୟରେ ଜଣାପଡି ଥାଏ ଯେ ଦାନ୍ତରେ ପୋକ ଖାଇ ଯାଇଛି । ଯେଉଁ ମାନେ ଅଧିକ ମିଠା ଜାତୀୟ ଖାଦ୍ଯ ଖାଇଥାନ୍ତି ଠିକ ଭାବେ ଦାନ୍ତ ସଫା କରନ୍ତି ନାହି ସେହି ମାନଙ୍କ ଠାରେ ଏହି ଭଳି ସମସ୍ଯା ଦେଖାଯାଏ । ତେବେ ପିଲା ମାନେ ଅଧିକାଂଶ ଚକଲେଟ ଆଦି ମିଠା ଜିନିଷ ଖାଇବାକୁ ଭଲ ପାଆନ୍ତି ।

ସେମାନେ ନିଜ ଦାନ୍ତର ଠିକ ଭାବେ ଯତ୍ନ ନିଅନ୍ତି ନାହି । ଏହି କାରଣ ହେତୁ ପିଲା ମାନଙ୍କର କମ ବୟସରେ ଦାନ୍ତ ପୋକ ଖାଇ ଯାଇଥାଏ । ଦାନ୍ତ ପୋକ ଖାଇବା କିଛି ବିଶେଷ ଲକ୍ଷଣ ରହିଛି । ପ୍ରଥମେ ଦାନ୍ତ ରଙ୍ଗ ବଦଳି ଥାଏ । ଏହା ପରେ ଦାନ୍ତର ରଙ୍ଗ ହଳଦିଆ ହେବ ପରେ ଧୀରେ ଧୀରେ କଳା ପଡିଯାଏ । ଏହା ପରେ ଦାନ୍ତରେ ଧୀରେ ଧୀରେ କଣା ସୃଷ୍ଟି ହୋଇଥାଏ । ଏହି ସବୁ ହେଉଛି ଦାନ୍ତ କଣା ହେବାର କିଛି ବିଶେଷ ଲକ୍ଷଣ ଯାହାକୁ ଆପଣ ମାନେ ଧ୍ୟାନ ଦେବା ଉଚିତ ।


ଦାନ୍ତ ବିନ୍ଧିବାର କିଛି ବିଶେଷ ଚିକିତ୍ସା ରହିଛି । ଯଦି ଆପଣ ମାନଙ୍କୁ ଦାନ୍ତ ବିନ୍ଧା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ତେବେ ଡାକ୍ତର ମାନେ ପ୍ରଥମେ ଦାନ୍ତର ଏକ୍ସ-ରେ କରନ୍ତି । ଏହା ପରେ ଦାନ୍ତର ଖରାପ ହେବାର ମୁଖ୍ୟ କାରଣ ଜଣା ପଡିଥାଏ । ଯଦି ଦାନ୍ତ କଣା ହୋଇଥାଏ ତେବେ ଦାନ୍ତର ଫିଲିଙ୍ଗ କରାଯାଏ । ଯଦି ଦାନ୍ତରେ କ୍ୟାବିଟି ଥିବ ତେବେ ଡାକ୍ତର ମାନେ କ୍ୟାବିଟିକୁ ବାହାର କରି ଦିଅନ୍ତି ।

ଦାନ୍ତକୁ ସୁରକ୍ଷିତ ରଖିବା ନିହାତି ଆବଶ୍ୟକ ଅଟେ । ପ୍ରତିଦିନ ଦୁଇ ତାହାର ଦାନ୍ତ ସଫା କରିବା ଉଚିତ । ସକାଳେ ଓ ରାତିରେ ବ୍ରସ କରିବା ଉଚିତ ଛୋଟ ପିଲା ହେଉ ବା ଅନ୍ୟ କେହି ହୁଅନ୍ତୁ କରିବା ଉଚିତ। ତେବେ ଏପରି କରିବା ଦ୍ଵାରା ଆମ ଦାନ୍ତରେ ଥିବା ସବୁ ଜୀବାଣୁ ନଷ୍ଟ ହୋଇଥାନ୍ତି । ଭୋଜନ କରିବା ପରେ ଭଲ ଭାବେ ମୁହଁକୁ ଧୋଇବା ଉଚିତ । ଦାନ୍ତ ସଫା କରିବା ସହ ଜିଭକୁ ମଧ୍ୟ ଭଲ ଭାବେ ସଫା କରିବା ଉଚିତ ।


କାରଣ ଅଧିକାଂଶ ବ୍ୟାକ୍ଟେରିୟା ଜିଭରେ ଲାଗି ରହିଥାଏ । ତେଣୁ ଆମକୁ ଉଭୟ ଦାନ୍ତ ଓ ଜିଭର ଯତ୍ନ ନେବା ଉଚିତ। ଅଧିକ ମିଠା ଜାତୀୟ ଖାଦ୍ଯର ସେବନ କରିବା ଅନୁଚିତ ଅଟେ । ଏହା ଛଡା ଲବଙ୍ଗ ତେଲର ବ୍ୟବହାର କରିବା ଉଚିତ । କେବେ ବି ଭୁଲରେ ଦାନ୍ତ ବିନ୍ଧା ହେଉଥିଲେ ବା ପୋକ ଖାଇଥିଲେ ଅମୃତାଞ୍ଜନ ବା ସେକ ଦେବା ଉଚିତ ନୁହେଁ। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *