ବନ୍ଧୁଗଣ ଦାନ୍ତ ହେଉଛି ଆମର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଯାହାକି ଆମ ମୁଖ ମଣ୍ଡଳ ସୌନଦରଜୀ ଏବଂ ଆମ ଶରୀର ଗଠନ ପାଇଁ ଏକ ପ୍ରମୁଖ ଭୂମିକା ପରିବହନ କରିଥାଏ । ସୁନ୍ଦର ହସ ସୁନ୍ଦର ଦାନ୍ତ ଏକ ମଣିଷର ବ୍ୟକ୍ତିତ୍ଵକୁ ବଢାଇ ଥାଏ । ଆମର ସ୍ୱାସ୍ଥ୍ୟ ଅବସ୍ଥା ଆମ ହଜମ ପ୍ରକ୍ରିୟା ଉପରେ ନିର୍ଭର କରିଥାଏ ଏବଂ ହଜମ ପ୍ରକ୍ରିୟାର ମୂଳ ଦ୍ଵାର ହେଉଛି ଆମ ପାଟି । ପାଟିରେ କେବଳ ଦାନ୍ତ ନୁହେଁ, ମାଢି ଓ କଳ ଓ ଜିଭ ଆଦି ସଫା କରିବା ଆମ ସମସ୍ତଙ୍କ ଦାୟିତ୍ଵ ।
ବନ୍ଧୁଗଣ ବର୍ତ୍ତମାନର ସମୟରେ ଅନେକ ଲୋକ ଦାନ୍ତ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ଲୋକ ବାହାରେ ହେଉ ବା ଘରେ ଖାଦ୍ୟ ଖାଇବା ପରେ ପାଟି ଭଲ ଭାବରେ ଧୋଇ ନଥାନ୍ତି ଯାହାଫଳରେ ସେମାନଙ୍କ ଦାନ୍ତରେ ଖାଦ୍ୟ ଅଂଶ ରହିଯାଇଥାଏ । ଅଧିକ ସମୟ ଖାଦ୍ୟ ଅଂଶ ଦାନ୍ତରେ ରହିବା ଦ୍ଵାରା ବ୍ୟାକ୍ଟେରିଆ ଉତ୍ପନ୍ନ ହୋଇଥାଏ ଯାହାଫଳରେ ଦାନ୍ତ ପୋକ ଖାଇଥାଏ ।
ଦାନ୍ତ ପୋକ ଖାଇବା ମାତ୍ରେ ଲୋକ ମାନଙ୍କୁ ବହୁତ ଯନ୍ତ୍ରଣା ହୁଏ ହେଲେ ଅନେକ ଲୋକ ସେହି ସମୟରେ ପେନ କିଲର ଖାଇ ନିଜ ଯନ୍ତ୍ରଣା କମାଇ ଥାନ୍ତି କିନ୍ତୁ ବନ୍ଧୁଗଣ ଏହା ଭୁଲ ଅଟେ । କାରଣ ଦାନ୍ତ ପୋକ ଖାଇବା ମାତ୍ରେ ଧୀରେ ଧୀରେ ତାହା ମାଢି ଆଡକୁ ଗତି କରେ ।
ଏହା ପରେ ମାଢିରେ ପୂଜା ହୋଇଥାଏ ଏହା ସହିତ ପାଖ ଦାନ୍ତକୁ ମଧ୍ୟ ଏହି ଇନଫେକ୍ସନ ଚାଲିଯାଇଥାଏ । ଏହା ପରେ ଦାନ୍ତରେ ବହୁତ ବିନ୍ଧା ହୋଇଥାଏ । ଏହି ସମସ୍ୟା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ଲୋକଙ୍କ ପର୍ଯ୍ୟନ୍ତ ହୋଇଥାଏ । ବନ୍ଧୁଗଣ ଆମେ କେଉଁ ଭଳିଆ ଖାଦ୍ୟ ଖାଉଛୁ ଓ ତାକୁ କେଉଁ ଭଳି ଚୋବାଉଛୁ କେତେ ସମୟ ମଧ୍ୟରେ ଆମେ ଖାଉଛୁ ଆଦିର ପ୍ରଭାବ କେବଳ ଦାନ୍ତ ଉପରେ ନୁହେଁ ଆମ ସ୍ୱାସ୍ଥ୍ୟ ଉପରେ ବି ପଡିଥାଏ ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଜ ଦାନ୍ତକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟକ ୬ ମାସରେ ଡେଣ୍ଟାଲ ଚେକ ଅପ୍ କରେଇବା ନିହାତି ଆବଶ୍ୟକ । ଡେଣ୍ଟାଲ ଚେକ ଅପ୍ କରେଇବା ପରେ ଆପଣ ଜାଣି ପାରିବେ ଆପଣଙ୍କ ଦାନ୍ତ ଠିକ ଅଛି ନା ନାହିଁ । ଅନେକ ଲୋକ ଦାନ୍ତ ବିନ୍ଧା ହେଲେ ଦାନ୍ତ ଓପାଡିବା ପାଇଁ କହିଥାନ୍ତି ହେଲେ ବନ୍ଧୁଗଣ ଏହା ଭୁଲ ଅଟେ ।
ସବୁଠାରୁ ଭଲ ହେବ ଆପଣ ଡାକ୍ତରଙ୍କ ପାଖକୁ ଯାନ୍ତୁ ଡାକ୍ତର ଆପଣଙ୍କ ଦାନ୍ତର ଏକ୍ସରେ କରିବେ ଏହା ଦ୍ଵାରା ଆପଣ ଜାଣି ପାରିବେ ଆପଣଙ୍କ ଦାନ୍ତ ଇନଫେକ୍ସନ କେତେ ମାତ୍ରରେ ହୋଇଛି । ସେହି ଅନୁସାରେ ଡାକ୍ତର ଆପଣଙ୍କର ଚିକିତ୍ସା କରିବେ । ଅନେକ ଲୋକ ଘରୋଇ ଉପଚାର କରିଥାନ୍ତି ହେଲେ ବନ୍ଧୁଗଣ ଘରୋଇ ଉପଚାର ନକରି ଡାକ୍ତରଙ୍କ ପରାମର୍ଶ ନେବା ଅଧିକ ଭଲ ହୁଏ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।