ଏମିତି କଣ ହେଲା କି ରାଷ୍ଟ୍ରମନ୍ତ୍ରୀ Priti Ranjan Ghadei ଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିଜେଡି ସାଙ୍ଗଠନିକ ସମ୍ପାଦକ Pranab Prakash Das, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ପ୍ରୀତିରଞ୍ଜନ ଘଡାଇଙ୍କୁ ନିଶ୍ଚୟ ଜାଣିଥିବେ । ତେବେ ଗତ କିଛି ଦିନ ତଳେ ବିଜେଡିରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହେଇଥିଲା । ଏହି ମନ୍ତ୍ରୀ ମଣ୍ଡଳ ଅଦଳବଦଳରେ ପ୍ରୀତିରଞ୍ଜନ ଘଡାଇଙ୍କୁ ରାଷ୍ଟ୍ରମନ୍ତ୍ରୀ ରୂପେ ନିଯୁକ୍ତି କରାଯାଇଛି । ବନ୍ଧୁଗଣ ବିଜେଡିସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରୀତିରଞ୍ଜନଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ପ୍ରବଣ ପ୍ରକାଶ ଦାସ କହିଛନ୍ତି-‘ମୁଁ ଜାଣିଛି ଡ୍ୟାନି ଭାଇ ଆମର ମନ୍ତ୍ରୀ ହେଇଛି ଆପଣ ମାନେ ବହୁତ ଖୁସି ଅଛନ୍ତି । 1999 ମସିହା ମହାବାତ୍ୟା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେଲେ ସବୁ ଝଡ ଝଞ୍ଜା ଭିତରେ 2000 କୋଟିକୁ ଲକ୍ଷ 70 ହଜାର କୋଟି କରିଲେ । ଓଡିଶାରେ ଯେତେ ବି ବାତ୍ୟା ଆସିଲା ସବୁ ଉପରେ ଗୁରୁତ୍ଵ ଦେଇ ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ।

ତେଣୁ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ ତାଙ୍କର ଜଗର୍ନଟ କେହି ଅଟକାଇ ପାରିବେ ନାହିଁ । ସେ ସବୁ କୁ ପ୍ରତିରୋଧ କରିକି ଯିବେ । ଆପଣଙ୍କ ପ୍ରିୟ ମନ୍ତ୍ରୀ ଆପଣଙ୍କ ବିଧାୟକ ମୋର ଭାଇ ବନ୍ୟା ଆସୁ କି ବାତ୍ୟା ଆସୁ ବର୍ଷା ଢାଳୁ ଥିଲେ ବି ସୁକିନ୍ଦା ବାସୀ ଠିକ ରହିବେ । କୌଣସି ବାଧା ବିଘ୍ନ ରଖିପାରିବ ନାହିଁ ସୁକିନ୍ଦାର ଅଗଣିତ ବିଜୁ ପ୍ରେମୀ ମାନଙ୍କୁ ।

ପ୍ରଫୁଲ ଘଡାଇଙ୍କ ସୁପୁତ୍ର ପ୍ରୀତିରଞ୍ଜନ ଘଡାଇ ସହ ଆପଣ ଦେଖାଇ ଛନ୍ତି । କାଲି ମେଘ ହେଲେ ବି ଆପଣ ତାଙ୍କ ସହ ଛିଡା ହେଇଛନ୍ତି ଆଜି ଏତେ ଗରମ ଥାଇ ବି ଆପଣ ଏ ଜାଗାରେ ଛିଡା ହେଇ ହସୁ ଛନ୍ତି ଆଉ ତାଳି ମାରୁଛନ୍ତି । ଏ ହେଉଛି ବିଜୁ ଜନତା ଦଳରେ ଗୋଟେ ନିଚ୍ଚକ ପଦର୍ଶନ । ମୋତେ ଡ୍ୟାନି ଭାଇ କହୁଥିଲେ ସେ ଘରେ ବି ବହୁତ ବସି ଛନ୍ତି ଆରେ ମୋତେ ଦେଖିବା ପାଇଁ ମୁଁ ପରା 50 ହଜାର ଲୋକଙ୍କ ମିଟିଂ ଦେଇଛି ।

ତମକୁ କିଛି କହିବା ଦରକାର ନାହିଁ ତୁମ ସଂଗଠନ ବିଷୟରେ ସୁନ୍ଦରଗଡ ବାସୀ ଜାଣି ସାରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଜାଣି ସାରିଛନ୍ତି । ସୁକିନ୍ଦାକୁ କଣ ଦେଖେଇବେ ସୁକିନ୍ଦାକୁ ଦେଖେଇବା ଦରକାର ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପ୍ରବଣ ପ୍ରକାଶ ଦାସ ଭାଷଣ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *