ଦାମ୍ପତ୍ୟ ଜୀବନରେ ସହବାସରେ ସମସ୍ଯା ? ଜାଣନ୍ତୁ ଏହାର ପ୍ରତିକାର କଣ ? Dr Debadarshi Ratha-Urologist

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ପ୍ରଥମେ ପ୍ରାୟ ପ୍ରତ୍ୟେକ ଦମ୍ପତି ବିବାହର ଆରମ୍ଭରେ ପରସ୍ପର ସହ ଯୌନ ସମ୍ପର୍କ ରଖିବାକୁ ଆଗ୍ରହୀ ଥାଆନ୍ତି। କିନ୍ତୁ କ୍ରମଶଃ ସେମାନେ ପରସ୍ପର ସହ ସେକ୍ସରେ ଆଗ୍ରହ ହରେଇବସିଲେ । କେତେକ ଜଲଦି ଓ ଆଉ କେତେକ କିଛି ବର୍ଷ ମଧ୍ୟରେ ଏହି ଆଗ୍ରହ ହରେଇ ବସିଲେ ବୋଲି ବିଶେଷଜ୍ଞ ମାନଙ୍କୁ କହିଛନ୍ତି ।
ତେବେ ପ୍ରଥମ କାରଣ ହେଉଛି ଆମେ ମୋବାଇଲ ଓ ଟିଭି ପ୍ରତି ଆଗ୍ରହ।

ତେବେ ବର୍ତ୍ତମାନ ର ମାତା ପିତା ନିଜ ପିଲାକୁ ଶାରୀରିକ ଭାବରେ ଉପସ୍ଥିତ ତ ରହୁଛନ୍ତି କିନ୍ତୁ ମାନସିକ ଭାବରେ ତାଙ୍କ ସହ ରହୁ ନାହାନ୍ତି। ତେବେ ଯଦି ଛୋଟ ପିଲା ଖାଉନି ତେବେ ତାକୁ ମୋବାଇଲ ଦେଇ ଦେଉଛନ୍ତି କିମ୍ବା କିଛି କାମ କରୁଛନ୍ତି ତେବେ ମଧ୍ୟ ମୋବାଇଲ ଦେଇ ଦେଉଛନ୍ତି। ତେବେ ଏହା ଦ୍ୱାରା ସେ ମୋବାଇଲ ପ୍ରତି କିମ୍ବା ଟିଭି ପ୍ରତି ଆଗ୍ରହ ବଢୁଛି ଏବଂ ମାତା ପିତା ମଧ୍ୟ ନିଜ ପିଲାଙ୍କୁ ଟାଇମ ନ ଦେଇ ପାରିବାରୁ ସେମାନେ ନିଜ ମସ୍ତିଷ୍କ କୁ ଅନ୍ୟ ଜାଗାରେ ରଖିବା ପାଇଁ ମୋବାଇଲ କିମ୍ବା ଟିଭି ରେ ବ୍ୟସ୍ତ ରହୁଛନ୍ତି।

ତେବେ ମୋବାଇଲ ରେ ଗେମ ଖେଳୁଛନ୍ତି ଯେପରି ବ୍ଲୁ ୱେଲ କିମ୍ବା ବର୍ତ୍ତମାନ ର ପଅବଜି। ଆଦି ତେବେ ଏହି ଗେମ ଗୁଡିକ ରେ ଫାଇଟ କରୁଛନ୍ତି ଆଭେଂଜର କରୁଛନ୍ତି ଏହା ଦ୍ୱାରା ସେମାନେ ବହୁତ କ୍ରୋଧିତ ହୋଇ ଯାଉଛନ୍ତି ଭାଏଲାଣ୍ଟ ହେଇ ଯାଉଛନ୍ତି।ତେବେ ଏହା ସହ ଅଫିସରେ କାମର ଚାପ ହେଉ ବା ଘରୋଇ ସମସ୍ୟାର ଚାପ, ଏହି ଚାପ ସେମାନଙ୍କ ଯୌନ ଜୀବନ ଉପରେ ପ୍ରଭାବ ପକାଇଥାଏ ।

ଏହି ଚାପ ବଢ଼ି ଚାଲିଲେ ପତି ଓ ପତ୍ନୀ କ୍ରମଶଃ ଯୌନ ସମ୍ପର୍କ ପ୍ରତି ଆଗ୍ରହ ହରାଇ ବସନ୍ତି।ତେବେ ଏହା ଦ୍ୱାରା ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ଯଦି ବାରମ୍ବାର ଝଗଡ଼ା ହେଉଥାଏ ଓ ଏହି ଝଗଡ଼ା ପରେ ସେମାନେ ପରସ୍ପରକୁ ବୁଝାଇ ଶାନ୍ତ ଭାବରେ ଝଗଡ଼ାକୁ ଅନ୍ତ ନ କରନ୍ତି ତାହେଲେ ଏହି ସ୍ଥିତି ସେମାନଙ୍କ ଯୌନ ଜୀବନ ଉପରେ ପ୍ରଭାବ ପକାଇଥାଏ । ଯେତେ ଅଧିକ ଏମିତି ଝଗଡ଼ା ହୁଏ ସେତେ ସେମାନେ ପରସ୍ପର ସହ ସେକ୍ସ କରିବାରେ ଆଗ୍ରହ ହରାଇ ବସନ୍ତି ।

ତେଣୁ ଏହା ଛଡା କିଛି ଲୋକ ନିଜ ଜୀବନସାଥୀଙ୍କ ଶରୀରର ସୌନ୍ଦର୍ଯ୍ୟ ଆଉ ଆଗ ପରି ନାହିଁ ବୋଲି ମନେକରି ତାଙ୍କ ସହ ସେକ୍ସରେ ଆଗ୍ରହ ହରେଇ ବସନ୍ତି । ହେଲେ ସାଧାରଣତଃ ଦେଖାଯାଏ ଯେ ପରସ୍ପର ସହ ବନ୍ଧୁତା ଓ ନିର୍ଭରଶୀଳତା କମ୍‌ ହେଲେ ଯାଇ ପରସ୍ପରର ଶରୀର ଉପରକୁ ସେମାନଙ୍କର ଧ୍ୟାନ ଯାଏ ।ତେବେ ମୁଖ୍ୟତଃ ଏହି ସବୁ କାରଣରୁ ପତି ଓ ପତ୍ନୀଙ୍କ ଯୌନ ଜୀବନ ପ୍ରଭାବିତ ହୋଇଥାଏ ।

ଯେକୌଣସି ଦମ୍ପତି ଏହି ସବୁ କଥା ଉପରେ ଧ୍ୟାନ ଦେଲେ ସେମାନଙ୍କ ଯୌନ ଜୀବନ ସୁନ୍ଦର ଓ ସୁଖପ୍ରଦ ହୋଇଯିବ। ଏବଂ ନିଜ ପିଲା ମାନଙ୍କ ସହ ଶାରୀରିକ ଏବଂ ମାନସିକ ଭାବରେ ତାଙ୍କ ସହ ରୁହନ୍ତୁ ଏବଂ ତାଙ୍କୁ ନିଜର ସମୟ ଦିଅନ୍ତୁ ତାଙ୍କ ସହ ଖେଲନ୍ତୁ ଏବଂ ଡ୍ରଇଂ କରନ୍ତୁ ଏବଂ ମୋବାଇଲ ଠାରୁ ଦୂରେଇ ରଖନ୍ତୁ।

ଏହା ଦ୍ୱାରା ସେ ଆପଣଙ୍କ ଭଳି ହୋଇ ପାରିବ ନାହିଁ ସେ ଏକ ସୁସ୍ଥ ଜୀଵନ ଅତିବାହିତ କରି ପାରିବ।ତେବେ ବେଳେବେଳେ ଆପଣଙ୍କ ଶରୀରରେ ହରମୋନ୍ ଅସନ୍ତୁଳନ ଦେଖାଯାଏ । ଏହା ଦ୍ୱାରା ଆପଣ ଯୌନ ସମ୍ପର୍କ ପ୍ରତି ଆଗ୍ରହ ହରାଇ ପାରନ୍ତି । ଏହାର ଡାକ୍ତଚୀ ଚିକିତ୍ସା ସମ୍ଭବ ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *