ଦଳ ଛାଡ଼ି ଏବେ ମୁଖ୍ୟମନ୍ତ୍ରୀ Naveen Pattnayak ଙ୍କୁ ଖୋଜିଲେଣି ଅନୁଭବ !

ଦଳ ଛାଡି ଏବେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜୁଛନ୍ତି ଅନୁଭବ ! ହଁ ଆଜ୍ଞା ଏହି କିଛି ଦିନ ତଳେ ଅର୍ଥାତ ନିକଟ ଅତୀତରେ ଅନୁଭବ ମହାନ୍ତି ବିଜେଡି ଛାଡି ବିଜେପି ଦଳରେ ମିଶିଛନ୍ତି । ତେବେ ବିଜେଡି ଦଳ ଅନୁଭବଙ୍କୁ କୁଆଡେ ଅଣଦେଖା କରିବାରୁ ସେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ତେବେ ବିଜେପିର ଷ୍ଟାର ପ୍ରଚାରକ ଲିଷ୍ଟରେ ମଧ୍ୟ ଅନୁଭବଙ୍କ ନାମ ଆସିଯାଇଛି। ଦଳ ପାଇଁ ଅନୁଭବ ଷ୍ଟାର ପ୍ରଚାରକ ଭାବେ କାମ କରିବେ ।

ତେବେ ଦଳରୁ ଏହି ଦାୟିତ୍ଵ ପାଇଲା ପରେ ଅନୁଭବ ଏଭଳି କିଛି ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁ ଲେଖାରେ ଏଭଳି କିଛି କଥା ଅନୁଭବ ଲେଖିଦେଇଛନ୍ତି । ଯାହାକୁ ପଢି ଲୋକେ କହୁଛନ୍ତି ଅନୁଭବ ଦଳ ଛାଡିଛନ୍ତି ସତ ହେଲେ ପୂର୍ବ ଦଳର ମୁଖିଆଙ୍କୁ ଭୁଲିପାରିନାହାନ୍ତି । ତେବେ ଅନୁଭବ ପୋଷ୍ଟରେ ଏଭଳି କିଛି ଲେଖି ଶେୟାର କରିଥିଲେ । ସବୁବେଳେ ନିଜ ପ୍ରତିଶ୍ରୁତି ଅନୁଯାଇ ଜାଗ୍ରତ ହେବାକୁ ମୁଁ ଚେଷ୍ଟା କରିଛି ।

ନିର୍ବାଚନୀ ପ୍ରଚାର ତାଲିକାରେ ମୋତେ ସ୍ଥାନ ଦେଇଥିବାରୁ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀ, ମାନ୍ୟବର ଅମିତ ଶାହ, ମାନ୍ୟବର ଜେପି ନଡ୍ଡା, ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ ଓ ମାନ୍ୟବର ମନମୋହନ ସାମଲ ଏଥିସହ ଭାରତୀୟ ଜନତା ପାର୍ଟିର ସମସ୍ତ ମାନ୍ୟଗଣ ନେତୃବୃନ୍ଦ ତଥା ପ୍ରତ୍ଯେକ କାର୍ଯ୍ୟକର୍ତ୍ତାଙ୍କୁ ମୋର କୃତଜ୍ଞତା ଜଣାଉଛି । ଆମେ ଏକ ହୋଇ ନିଜ ମାତୃଭୂମୀର ଅନନ୍ୟ ଗୌରବକୁ ଅନୁପ୍ରବେଶକାରୀଙ୍କ ଆଗରେ ନଇଁବାକୁ କଦାପି ଦେବାନାହିଁ ।

ଆସନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶ୍ରୀବାଦରୁ ତଥା ମାନ୍ୟବର ନବୀନ ପଟ୍ଟନାୟକ ସାରଙ୍କ ଆଶ୍ରୀବାଦରୁ ଓଡିଶାରେ ମାନ୍ୟବର ନରେନ୍ଦ୍ର ମୋଦୀଙ୍କର ସାହସିକ ତଥା ଗତିଶୀଳ ନେତୃତ୍ଵରେ ବିଜେପି ଓଡିଶା ସରକାର ଗଠନ କରି ଆମେ ନୂତନ ଆରମ୍ଭର ସାକ୍ଷୀ ହୋଇବା । ତେବେ ଅନୁଭବଙ୍କର ଏଭଳି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ଅନୁଭବ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ସତ । ହେଲେ ଏବେ ମଧ୍ୟ ସେ ବିଜେଡି ଦଳର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁଲି ପାରିନାହାନ୍ତି ।

ତେବେ ଅନୁଭବଙ୍କର ଏଭଳି ପୋଷ୍ଟକୁ ନେଇ ରାଜ୍ୟ ରାଜନୀତିରେ ଖୁବ ଚର୍ଚା ଲାଗି ରହିଛି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *