ଡାକ୍ତର Sumit ଙ୍କୁ ଝାଡ଼ି ଦେଇଗଲେ ସଙ୍ଗୀତା ଖୋଲିଦେଲେ Sumit ଙ୍କ ଭିଡିଓ ଗୁମର, ସେ କଣ କହୁଛନ୍ତି ଥରେ ଶୁଣନ୍ତୁ, ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାଟି ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚାରେ ରହିଛି । ତେବେ ଓଡିଶାରେ ବୋଧେ ପ୍ରଥମ ଏଭଳି ଏକ ଘଟଣା ଘଟିଛି ଯେଉଁଠି ଜଣେ ସ୍ତ୍ରୀ ନିଜ ଅଧିକାର ପାଇବା ପାଇଁ ଦୀର୍ଘ ଏକ ମାସ କାଳ ନିଜ ଶାଶୁ ଘର ସାମ୍ନାରେ ଶୀତ, ଥଣ୍ଡା କାକରରେ ଧାରଣା ଦେଇଛି । ହେଲେ ବନ୍ଧୁଗଣ ବର୍ତ୍ତମାନ ତପସ୍ଵିନୀ ଏକା ନାହାନ୍ତି ତାଙ୍କ ସହ ଗଞ୍ଜାବୀ ବାସୀଙ୍କର ସମର୍ଥନ ଅଛି ।

ତେବେ ବର୍ତ୍ତମାନର ସମୟରେ ସଙ୍ଗୀତା ନାମକ ଜଣେ ଯୁବତୀ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଛନ୍ତି । ସଙ୍ଗୀତା ଏହି ମାମଲାକୁ ନେଇ ଏକ ବଡ ପ୍ରତିକ୍ରିୟା ରଖିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ସଙ୍ଗୀତାଙ୍କ ପ୍ରତିକ୍ରିୟା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସଙ୍ଗୀତା ସେହି ଭିଡିଓରେ କହିଛନ୍ତି’ନମସ୍କାର ଦର୍ଶକ ବନ୍ଧୁ ମୋ ନାମ ହେଉଛି ସଙ୍ଗୀତା ମୁ ଆଜି ଏହି ଭିଡିଓ ଜରିଆରେ ନିଜର ପ୍ରତିକ୍ରିୟା ରଖିବାକୁ ଚାହୁଁଛି । ଗୋଟେ ମାମଲା ଆପଣ ମାନେ ଦେଖୁଥିବେ ଗତ କିଛି ଦିନ ହେବ ଚାଲିଛି । ସୋସିଆଲ ମିଡିଆରେ ଏହି ମାମଲାଟି ବହୁତ ଅଧିକ ଭାଇରାଲ ହେଉଛି । ଆପଣ ମାନେ ଯେତେବେଳେ ସୋସିଆଲ ମିଡିଆ ଅନ କରୁଛନ୍ତି ସେତେବେଳେ ତପସ୍ଵିନୀ ଦାସଙ୍କ ଖବର ପାଉଛନ୍ତି’ ।

ଆଗକୁ ସଙ୍ଗୀତା କହିଛନ୍ତି’ଆଜି କିନ୍ତୁ ମୁ ଗୋଟେ ଅଲଗା ଜିନିଷ ଦେଖିଲି ଡାକ୍ତର ସୁମିତ ପ୍ରଥମ ଥର ସୋସିଆଲ ମିଡିଆରେ ଲାଇଭ ଆସି ଅଡିଓ ନକରି ଭିଡିଓ କରି ସେ ତପସ୍ଵିନୀଙ୍କୁ କହୁଛନ୍ତି ଆପଣ ଏତେ ଡ୍ରାମା କାହିଁକି କରୁଛନ୍ତି । ସେ କହୁଛନ୍ତି ମୁ ଜାଣି ପାରୁ ନାହିଁ ଆପଣ ଆମ ପରିବାରକୁ ଆଉ କେତେ ବରବାଦ କରିବେ ଆମ ସମ୍ପତ୍ତିକୁ ଭାଙ୍ଗି ଦେଲେ ଆଉ ପ୍ରମିଳା କାହିଁକି ସାହାର୍ଯ୍ୟ କରୁଛନ୍ତି’ ।

ଆଗକୁ ସଙ୍ଗୀତା କହିଛନ୍ତିସେ ତାଙ୍କୁ ବି ଆକ୍ଷେପ କରି କହିଛନ୍ତି । ତ ମୁ ଆପଣଙ୍କୁ ଡାକ୍ତର ସୁମିତ କହିବାକୁ ଚାହୁଁଛି ଆପଣ ପ୍ରଥମେ ଜାଣନ୍ତୁ ଆପଣ କଣ କରିଛନ୍ତି । ଦ୍ଵିତୀୟ କଥା ହେଲା ଆଜି ଯାଏଁ ଆପଣ କୌଣସି ଭିଡିଓ ସୋସିଆଲ ମିଡିଆରେ କାହିଁକି ଛାଡୁ ନଥିଲେ । ଆପଣ କେବେବି ନିଜ ସ୍ତ୍ରୀ ସହ ସାମ୍ନାକୁ ଆସି କାହିଁକି କଥା ହେଇ ନାହାନ୍ତି । ଏ ସବୁ କଥା ଦେଖିଲେ ଆପଣଙ୍କ ଡାକ୍ତର ଡିଗ୍ରୀ ପାଇଁ ବହୁତ ଲଜ୍ୟା ଅନୁଭବ ହେଉଛି’ ।

ଆଗକୁ ସଙ୍ଗୀତା କହିଛନ୍ତି’ଆପଣ ରୋଗୀ ମାନଙ୍କ ଚିକିତ୍ସା କରୁଛନ୍ତି ହେଲେ ଏଠି ନିଜ ସ୍ତ୍ରୀର କଷ୍ଟ ଦେଖି ପାରୁ ନାହାନ୍ତି । ଆପଣ ସେହି ଝିଅ ସହ ରେଜିଷ୍ଟର ମ୍ୟାରେଜ କରିଛନ୍ତି ଆପଣଙ୍କ ବୁଦ୍ଧି ସେତେବେଳେ କୁଆଡେ ଯାଇଥିଲା’ । ଏଭଳି ଭାବରେ ସଙ୍ଗୀତା ନିଜର ପ୍ରତିକ୍ରିୟା ଦେଇଛନ୍ତି । ତେବେ ବନ୍ଧୁଗଣ ସଙ୍ଗୀତାଙ୍କ ଏହି ପ୍ରତିକ୍ରିୟା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *