ଦର୍ଶକ ବନ୍ଧୁ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତ୍ଵର ହୋଇ ପଡିଛି । ଯିଏ ଦିନେ ଗଳା ଫଟେଇ ଡାଇଲାଗ କହୁଥିଲା ଆଜି ସେହି ଗଳାରୁ କଥା ଦୁଇ ପଦ ଭଲରେ ବାହାରୁନି । ଆଖିରେ ଲୁହ ମନରେ ଅନେକ ଅଭିମାନ । ମଣିଷ ଲକ୍ଷ ଲକ୍ଷ ଲୋକଙ୍କ ଆଗରେ ନିଜର ପରିଚୟ ସାଉଣ୍ଟିଲା ଆଉ ଏବେ ଏଭଳି ଦିନ ଦେଖିବାକୁ ପଡୁଛି ଯାହାକି କେବେ ଭାବି ନଥିଲେ ପିଣ୍ଟୁ ନନ୍ଦ ।
ଆଉ ଏବେ ସେ ଦିଲ୍ଲୀରେ ଚିକିତ୍ସା ହେଉଥିବା ବେଳେ ତାଙ୍କ ଆଖିରୁ ଛଳ ଛଳ ଲୁହ ଝଋ ଆସୁଛି । ଆଉ ସେ ଭାରି ଅଭିମାନ କରି କହିଛନ୍ତି ଏମିତି ଜୀବନ ସତରେ ଦରକାର ନାହିଁ । କିଏ ତାଙ୍କ ନାଁ ନେଇ ଭିକ ମାଗୁଛି ତ କିଏ ରାଜନୀତି କରୁଛି । ଟଙ୍କା ଆବଶ୍ୟକ ଅଛି ହେଲେ ଏମିତି ତାଙ୍କ ନାମକୁ ଅପ ବ୍ୟବହାର କରା ଯାଉଛି ଯାହାକି ତାଙ୍କୁ ଆଦୌ ଭଲ ଲାଗୁନି ।
ଆଉ ଏଭଳି ପରିସ୍ଥିତିରେ ପିଣ୍ଟୁଙ୍କୁ ଦିଲ୍ଲୀରେ ଚିକିତ୍ସା କରୁଥିବା ଡାକ୍ତର ଏଭଳି କିଛି କହିଦେଲେ ଯାହାକି ପିଣ୍ଟୁଙ୍କୁ ସ୍ଥାନାନ୍ତରିତ କରା ଯିବ ସେଠାରେ ଆଉ ସମ୍ଭବ ନୁହେଁ । ଆଉ ଏ କଥା ଶୁଣିବା ପରେ ପିଣ୍ଟୁଏନକେ ଆଖି ଛଳ ଛଳ ହୋଇ ଯାଇଥିଲା ଏବଂ ପିଣ୍ଟୁ କାନ୍ଦି ପକାଇ ଥିଲେ । ହଁ ଆଜ୍ଞା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ବିଗିଡିବାରେ ଲାଗିଛି । ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲରେ ଚିକିସ୍ତିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ ବା ଚେନ୍ନାଇ ସ୍ଥାନାନ୍ତରିତ କରାଯିବ ।
ଲିଭର ଶିରୋସିସରେ ପୀଡିତ ପିଣ୍ଟୁ ନନ୍ଦଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ ହେବାର ଥିଲା । ତେବେ ଏଥିପାଇଁ କୌଣସି ଡୋନର ମିଳୁ ନାହାନ୍ତି ଆଉ ସେପଟେ ଅର୍ଥ ବି ବାଧକ ସାଜିଛି । ଯେତିକି ଆବଶ୍ୟକ ଅର୍ଥ ସେତିକି ହୋଇ ପାରିନି ଯାହାକି ପିଣ୍ଟୁ ନନ୍ଦଙ୍କ ଭାଇ କହିଛନ୍ତି । ତେବେ ଦୀର୍ଘ ବର୍ଷ ହେବ ଓଡିଆ ଫିଲ୍ମରେ ସକ୍ରିୟ ଅଛନ୍ତି ପିଣ୍ଟୁ ନନ୍ଦ କେତେବେଳେ ଖଳନାୟକ ତ କେତେବେଳେ ସହନୟକ ପୁଣି କେବେ ହାସ୍ୟ ଅଭିନେତା ଭାବେ ଦର୍ଶକଙ୍କ ମନରେ ନିଜର ସ୍ଵତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ।
ତେବେ ଆଲବମରୁ ନିଜ କାରିୟର ଆରମ୍ଭ କରିଥିବା ପିଣ୍ଟୁ ନନ୍ଦ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି ହେଲେ ଆଜି ସେ ବହୁତ କଷ୍ଟରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।