ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରଦୀପ ମହାରଥି ଙ୍କ ପୁଅ ରୁଦ୍ର ପ୍ରତାପ ମହାରଥି ପିପିଲି ର ସରକାରୀ ହସ୍ପିଟାଲରେ ଯାଇ ସେଠାରେ ମେଡ଼ିସିନ ବାବଦକୁ ଡାକ୍ତର ଙ୍କ ସହିତ କିଛି ବିଶେଷ କଥା ଆଲୋଚନା କରିଛନ୍ତି । ନୂଆ କରି ନେତା ହୋଇଥିବା ପିପିଲି ନେତା ରୁଦ୍ର ପ୍ରତାପ ମହାରଥି କହିଛନ୍ତି ଯେ କେବଳ MLA ହେବା ୧୦ ପ୍ରତିଶତ କାମ, ଏହାପରେ ୯୦ ପ୍ରତିଶତ କାର୍ଯ୍ୟ ସେତେବେଳେ ସଫଳ ହୋଇଥାଏ, ଯେତେବେଳେ ଲୋକ ମାନଙ୍କ ସୁବିଧା ଅସୁବିଧା ବୁଝିବାକୁ ହୋଇଥାଏ ।
ସେମାନଙ୍କ ସହିତ ପାଦରେ ପାଦ ମିଶାଇ ସମସ୍ତ ପରିସ୍ଥିତି କୁ ବୁଝି ତାହାକୁ ସମାଧାନ କରିବାକୁ ହୋଇଥାଏ । ତେବେ ପିପିଲି ବିଧ୍ୟାୟକ ରୁଦ୍ର ପ୍ରତାପ ମହାରଥି ବର୍ତ୍ତମାନ ସରକାରୀ ହସ୍ପିଟାଲ ରେ ଆସି ଡାକ୍ତରଙ୍କୁ ପଚାରିଥିଲେ ଯେ ସରକାର ଙ୍କ ତରଫରୁ କେଉଁ କେଉଁ ମେଡ଼ିସିନ ଉପସ୍ଥିତ ରହିବା ଦରକାର ? ଏବଂ ଯେଉଁ ଯେଉଁ ମେଡ଼ିସିନ ଅଛି ତାହା ମଧ୍ୟରୁ କେତେ ପ୍ରକାର ମେଡ଼ିସିନ ଉପସ୍ଥିତ ରହିଅଛି ?
ଏହା ପରେ ଡାକ୍ତର ତାଙ୍କୁ ସମସ୍ତ ବିବରଣୀ ଦେଇ କହିଥିଲେ ଯେ କେତେ ମେଡ଼ିସିନ ଉପସ୍ଥିତ ରହିଅଛି ତଥା କେତେକ ନାହିଁ ? ରୁଦ୍ର ପ୍ରତାପ କହିଛନ୍ତି ଯେ ଆବଶ୍ୟକ ଅନୁଯାୟୀ କେଉଁ କେଉଁ ମେଡ଼ିସିନ ରହିବା କଥା ସେ ନେଇ ଆପଣ ଉଲ୍ଲେଖ କରିଥିବେ ।
ମାତ୍ର ଯେଉଁ ମେଡ଼ିସିନ ଆପଣ ଡିମାଣ୍ଡ ଦେଉଛନ୍ତି ଏବଂ ଯେଉଁ କ୍ଵାଣ୍ଟିଟି ର ଡିମାଣ୍ଡ ଦେଉଛନ୍ତି ତାହାର ସମସ୍ତ ବିବରଣୀ ତଥା କିଛି ଲୋକେ ଜାଣି ପାରୁ ନାହାଁନ୍ତି ଯେଉଁ ମେଡ଼ିସିନ ଗୁଡାକ ଫ୍ରି ଅଫ କଷ୍ଟ ରେ ଉପସ୍ଥିତ ରହୁଅଛି, ତାହାର ଏକ ସୁଚନା ଦିଅନ୍ତୁ କାରଣ କିଛି ଲୋକେ ଏହି ବାବଦରେ ଜାଣିପାରୁ ନାହାଁନ୍ତି । ଏହା ସହିତ ରୁଦ୍ର ଡାକ୍ତର ଙ୍କୁ କହିଛନ୍ତି କେଉଁ ସମୟ ଉଚିତ ସେହି ସମୟ ମଧ୍ୟ ନିର୍ଦ୍ଧାରନ କରି ନିଅନ୍ତୁ ।
ଏହାପରେ ଡାକ୍ତର କହିଛନ୍ତି ଯେ ସମୟ ବାବଡକୁ ସୂଚନା ଦିଆଯାଇଅଛି ତଥା ସମୟ ନିର୍ଦ୍ଧାରଣ କରାଯାଇଅଛି । ତେବେ ରୁଦ୍ର ମହାରଥି ନିଜ ମା’ ଙ୍କ ଠାରୁ ଆଶୀର୍ବାଦ ନେଇ ଲୋକ କଲ୍ୟାଣ ନିମନ୍ତେ ଆଗକୁ ପାଦ ବଢାଇଥିଲେ ଏବଂ ଜନତା ଙ୍କୁ ଦେଇଥିବା ପ୍ରତିଶ୍ରୁତି ଙ୍କୁ ରକ୍ଷା କରି ଲୋକ ଙ୍କ ପାଖକୁ ଯାଇ ସୁବିଧା ଅସୁବିଧା ସମ୍ବନ୍ଧରେ ବୁଝି ସମାଧାନ ର ବାଟ ବାହାର କରୁଛନ୍ତି । ଏହାକୁ ଦେଖି ସାଧାରଣ ଜନତା ତାଙ୍କୁ ଆଶୀର୍ବାଦ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।