Daitari panda ଙ୍କ ଗୁମର ଖୋଲିଲେ… ଅଭିନେତ୍ରୀ rani panda

ଦୈତାରୀ ପଣ୍ଡାଙ୍କ ଗୁମର ଖୋଲିଲେ ଅଭିନେତ୍ରୀ ରାଣୀ ପଣ୍ଡା ! ଯାତ୍ରା ଜଗତର ଅଭିନେତ୍ରୀ ରାଣୀ ପଣ୍ଡା ନିଜର ଅଭିନୟ ଓ ନୃତ୍ୟ ପାଇଁ ଯେତିକି ଚର୍ଚାରେ ରହିଥାନ୍ତି । ଏହି ସବୁ ମଧ୍ୟରେ ବି ସେ ଅନେକ ସମୟରେ ବିବାଦର ଘେର ମଧ୍ୟକୁ ଆସିଛନ୍ତି । ତେବେ ନିକଟରେ ଯାତ୍ରା ଜଗତର କଳାକାର ଦୈତାରୀ ପଣ୍ଡା ଓ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଯାହା ଚର୍ଚାର ପରିସରକୁ ଆସିଥିଲେ । ତେବେ ଦୈତାରୀ ପଣ୍ଡାଙ୍କର କିଛି ମନ୍ତବ୍ୟ ଶୁଣି ରାଗିଯାଇଥିଲେ ଅଭିନେତ୍ରୀ ରାଣୀ ପଣ୍ଡା ।

ତାପରେ ରାଣୀ ପଣ୍ଡା ମଧ୍ୟ ଦୈତାରୀ ପଣ୍ଡାଙ୍କଙ୍କୁ ନେଇ ନିଜର କିଛି କଟୁ ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇଥିଲେ । ଦୈତାରୀ ପଣ୍ଡାଙ୍କର ଯେଉଁ ମନ୍ତବ୍ୟ ଲୋକଙ୍କୁ ଜମାରୁ ବି ଭଲ ନଥିଲା । ସେହି କଥା ପାଇଁ ସେ ସମସ୍ତଙ୍କ ସାମ୍ନାରେ କ୍ଷମା ପ୍ରଥାନା କରିଥିଲେ । ତେବେ ଦୈତାରୀ ପଣ୍ଡା ନିଜର ଭୁଲ ମାଗିବା ପରେ ଏହାକୁ ନେଇ ରାଣୀ ପଣ୍ଡା କହିଛନ୍ତି । ଯେ ମୁଁ ସେମାନଙ୍କ ବିଷୟରେ କିଛି କହିବାକୁ ଚାହୁଁନାହିଁ ।

ସେମାନେ ମୋତେ କହିଥିଲେ ତେଣୁ ମୁଁ ତାଙ୍କୁ କହିଦେଲି । ସେ ଏହି କଥା ପାଇଁ ମଧ୍ୟ ସମସ୍ତଙ୍କ ସାମ୍ନା ରେ ଭୁଲ ମାଗିଛନ୍ତି । ଏବେ ସେମାନେ ତାଙ୍କ ବାଟରେ ଆଉ ମୁଁ ମୋ ବାଟରେ ଠିକ ଅଛି । କାହା ନାମ ନେଇ ବର୍ତ୍ତମାନ ମୋର କାହା ଉପରେ କିଛି ବି କହିବାର ନାହିଁ । ଖାଲି ଏତିକି କିଛି ବଡ ବଡ କଳାକାର ମାନଙ୍କୁ କହୁଛି । ଯେଉଁ ମାନେ ନିଜକୁ ବଡ ଭାବି ଅନ୍ୟର ଉନ୍ନତିକୁ ସହିପାରୁନାହଁ । ଯେତେବେଳେ କୌଣସି କଳାକାର ଉନ୍ନତି କରୁଛି ତାଙ୍କ ପାଇଁ ଈର୍ଷାଭାବ ରଖି ତାଙ୍କର କ୍ଷତି କରିବାକୁ ଚାହୁଁଛ ।

ଏପରି ଭୁଲ କାମ ଜମାରୁ ବି କରନ୍ତୁ ନାହିଁ । ଯେଉଁ କଳାକାର କି ନୂଆ ନୂଆ ନିଜର ଯାତ୍ରା କ୍ଯାରିଅର ଆରମ୍ଭ କରିବାକୁ ଚାହୁଁଛି । ସେମାନଙ୍କୁ ସୁବିଧା ସୁଯୋଗ ଦିଅ । ହେଲେ ତାଙ୍କର ଅନିଷ୍ଠ କରିବା କଥା ଭୁଲରେ ବି ଭାବ ନାହିଁ । ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ। ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *