ମାଡି ଆସୁଛି ପ୍ରଳୟଙ୍କରୀ ବାତ୍ୟା Batsirai ! 200 କିଲୋମିଟର ବେଗରେ ବହିବ ପବନ ! ଦେଖନ୍ତୁ କଣ ରହିଛି ସଂପୂର୍ଣ୍ଣ ଖବର !

ବାତ୍ୟା ନାଁ ଶୁଣିବା ମାତ୍ରେ ହିଁ ମନରେ ଏକ ପ୍ରକାରର ଭୟ ଚାଲିଆସେ କି ବାତ୍ୟା ଏଥର କଣ କ୍ଷତି କରିବ । କିନ୍ତୁ ଚିନ୍ତା କରନ୍ତୁ ନାହିଁ ଏହି ବାତ୍ୟା ଓଡିଶାକୁ ଆସିବ ନାହିଁ । ଫେବ୍ରୁଆରି ମାସରେ ବାତ୍ୟା ନାଁ ଶୁଣିବା ପରେ ଲୋକମାନେ ଅଳ୍ପ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କାରଣ ଏହି ସମୟରେ କେବେ ବି ବାତ୍ୟା ହୋଇ ନ ଥାଏ । କିନ୍ତୁ ପାଣି ପାଗ ରିପୋର୍ଟ ଅନୁସାରେ ଭାରତ ମହାସାଗରରେ ବାତ୍ୟା ବାଟସିରାଇ ନିଜର ଭୟଙ୍କର ରୂପ ଧାରଣ କରି ଧୀରେ ଧୀରେ ଆଗକୁ ବଢୁଛି ।

ଯେଉଁ କାରଣରୁ ଏହା ଏତେ ଭୟଙ୍କର ହେବ କି ଯାହା ବିଷୟରେ କେହି କଳ୍ପନା ବି କରି ନ ଥିବେ । ସ୍ୟାଟେଲାଇଟ ଚିତ୍ରରୁ ବାତ୍ୟାର ଭୟଙ୍କର ରୂପ ସାମ୍ନାକୁ ଆସୁଛି । ଏହି ବାତ୍ୟା ସମୁଦ୍ରରୁ ବଳ ଗୋଟାଇ ସ୍ଥଳଭାଗ ଆଡକୁ ମାଡି ଆସୁଛି । ସୂଚନା ଅନୁସାରେ ବାତ୍ୟା ବାଟସିରାଇ ଆଜି ମାଡଗାସ୍କାର ଉପକୂଳକୁ ହିଟ କରିବ । ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟା ବାଟସିରାଇର ପବନର ବେଗ ଘଣ୍ଟା ପ୍ରତି ବେଗ ୨୦୦ କିମି ରହିବ ।

ଯେଉଁ କାରଣରୁ ବହୁତ ମାତ୍ରା କ୍ଷତକ୍ଷତି ହୋଇପାରେ ବୋଲି ସେଠିକାର ପାଣି ପାଗ ବିଭାଗ ଆଶଙ୍କା କରିଛି । ବାତ୍ୟାର ଗତିପଥରେ ସେହି ଅଞ୍ଚଳର ପାଖାପାଖି ୨ କୋଟି ୮୦ ଲକ୍ଷ ଲୋକମାନେ ଆସୁଛନ୍ତି । ୬ ଲକ୍ଷ ଲୋକମାନେ ବାତ୍ୟା ଦ୍ଵାରା ପ୍ରତ୍ୟକ୍ଷ ରୂପରେ ବହୁତ ପ୍ରଭାବିତ ହୋଇପାରନ୍ତି ।

୧.୫ ଲକ୍ଷ ଲୋକମାନଙ୍କୁ ସ୍ଥାନାନ୍ତରିତ କରା ଯାଇଛି । କହିଦେଉଛୁ କି ଦୁଇ ସପ୍ତାହ ତଳେ ମାଡଗାସ୍କାର ଦ୍ଵିପକୁ ବାତ୍ୟା ଆନା ହିଟ କରିଥିଲା । କିନ୍ତୁ ସୂଚନା ଅନୁସାରେ କୁହାଯାଉଛି କି ବାତ୍ୟା ଆନା ଠାରୁ ବାତ୍ୟା ବାଟସିରାଇ ଆହୁରି ଅଧିକ ପ୍ରଳୟଙ୍କରୀ ଓ ଅଧିକ ଶକ୍ତିଶାଳୀ ଅଟେ । ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟା ବାଟସିରାଇ କାଟାଗୋରୀ ୩ ରୁ କାଟାଗୋରୀ ୪ର ସାଇକଲୋନର ରୂପ ନେଇପାରେ ।

ବାତ୍ୟା ବାଟସିରାଇ ସ୍ଥଳଭାଗ ଛୁଇଁବା ସମୟରେ ପ୍ରବଳ ବେଗରେ ପବନ ବହିବା ସହ ୩୦ ସେମି ବର୍ଷାର ପୂର୍ବନୁମାନ କରାଯାଇଛି ଓ ଏହି ବର୍ଷା ଅଚାନକ ବନ୍ୟା ବି ଆଣିପାରେ । ସମୁଦ୍ରରେ ୧୫ ମିନିଟ ଉଚ୍ଚତାର ଜୁଆର ମାଡି ଆସିପାରେ । କୁହାଯାଉଛି କି ବାତ୍ୟା ବାଟସିରାଇ ମାଡାଗାସ୍କାର ଦ୍ଵିପର ୧୭ ବର୍ଷ ଇତିହାସର ସବୁଠୁ ବଡ ଓ ଅଧିକ ପ୍ରଳୟଙ୍କାରୀ ବାତ୍ୟା ହୋଇପାରେ । ଏହି ସ୍ଥାନର ଲକ୍ଷ ଲକ୍ଷ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ସାରିଛି । ସପ୍ତାହେ ତଳେ ବାତ୍ୟା ମାଡ ସହିଥିବା ମାଡାଗାସ୍କାର ଦ୍ଵିପ ପାଇଁ ବାତ୍ୟା ବାଟସିରାଇ ନୂଆ ଚ୍ୟାଲେଞ୍ଜ ନେଇ ଆସିଛି ।

Leave a Reply

Your email address will not be published. Required fields are marked *