Health Tips- କଣ ଆପଣ ପ୍ରତିଦିନ ଭୁର୍ସଙ୍ଗ ପତ୍ର ଖାଉଛନ୍ତି କି (Curry leaves) ? ତ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ନମସ୍କାର ବନ୍ଧୁଗଣ ଆମେ ଆଜି କାଲି ସ୍ଲିମ ଏବଂ ଜିରୋ ଫିଗର ଚାହୁଁଛୁ । ଏବଂ ସର୍ଵଦା ଫିଟ ହେବାକୁ ମଧ୍ୟ ଚାହିଁ ଥାଉ । କିନ୍ତୁ ଏହା ଆମ ଦ୍ୱାରା ହୋଇ ପାରେ ନାହିଁ କାରଣ ଆମେ ନିଜ ଖାଇବା ଏବଂ ନିଜ ଜୀଵନ ରେ କୌଣସି ପରିବର୍ତ୍ତନ ଆଣି ନଥାଉ । ଆମେ ଯୋଗ ବ୍ୟାୟାମ କରି ନ ଥାଉ । ଠିକ ପରିମାଣ ର ଜଳ ମଧ୍ୟ ପିଇ ନଥାଉ । ଏବଂ ସର୍ଵଦା ବାହାର ର ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଥାଉ ।

ସେଥିରେ ଥିବା ଅଶୁଦ୍ଧ ଏବଂ କ୍ୟାଲେରି ଆମ ଶରୀର ରେ ଚର୍ବି କୁ ବଢ଼ାଇ ଥାଏ । ଏବଂ ଅଶୁଦ୍ଧତା ଯୋଗୁ ଆମ ଚେହେରା ରେ ବ୍ରଣ ଏବଂ ଚୁଟି ଝଡ଼ିବା ଭଳି ଅନେମ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେବେ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇ ପାରେ । ତେବେ ସେଥିପାଇଁ ଆଜି ଆମେ ଏହାର ଏକ ସାଧାରଣ ଏବଂ ଘରୋଇ ଉପଚାର ବିଷୟରେ ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ।

ତେବେ ଏହି ସବୁ ସମସ୍ୟାର ସମାଧାନ କେବଳ ଗୋଟିଏ ପତ୍ର କରି ପାରିବ । ଆପଣ ମାନେ ସମସ୍ତେ ସେହି ପତ୍ର କୁ ନିତିଦିନ ଖାଦ୍ୟ ରେ ବ୍ୟବହାର ନିଶ୍ଚିତ କରୁଥିବେ । ଏହି ପତ୍ରକୁ ବାଟି କେଶ ରେ ଲଗାଇବା ଦ୍ୱାରା କେଶ ଉପୁଡିବା ବନ୍ଦ ହୋଇ ଯାଇଥାଏ ଏବଂ ଚେହେରା ରେ ଲଗାଇବା ଦ୍ୱାରା ଚେହେରା ରେ ଥିବା ସମସ୍ତ ସମସ୍ୟା ଯେପରି ଦାଗ,ବ୍ରଣ ଆଦି ଦୁର ହୋଇଥାଏ । ଏହା ସହ ଏହି ପତ୍ର କୁ ସେଵନ କରିବା ଦ୍ୱାରା ଆପଣଙ୍କ ଚର୍ବି ମଧ୍ୟ କମିଥାଏ ଏବଂ ଆପଣ ମୋଟାପା ରୁ ମୁକ୍ତ ହୋଇଥାନ୍ତି । ତେବେ ସେହି ପତ୍ର ଟି ହେଉଛି ଭୁସଙ୍ଗ ପତ୍ର ।


ତେବେ ବର୍ତ୍ତମାନ ଆସନ୍ତୁ କିପରି ଭାବରେ ଏହାକୁ ବ୍ୟବହାର କରିବା ସେ ସମ୍ପର୍କରେ ଆଲୋଚନା କରି ନେବା । ଏହି ଛୋଟ ଦେଖା ଯାଉଥିବା ଭୃସଙ୍ଗ ପତ୍ର ରେ ବହୁତ ସାରା ଭିଟାମିନ ଥାଏ । ଯେମିତି କି ଭିଟାମିନ-ଏ, ଭିଟାମିନ- ବି, କପର, ଧାତୁ ସାର, କ୍ୟାଲସିୟମ, ଫାଇବର ଏବଂ ଆମିନୋ ଏସିଡ ଆଦି ରହିଥାଏ । ଏହି ପତ୍ର କୁ ଆପଣ କଞ୍ଚା ଖାଇ ପାରନ୍ତି ନହେଲେ ସୁପ କରି ମଧ୍ୟ ସେଥିରେ ପକାଇ ସେଵନ କରି ପାରନ୍ତି । ଏହି ପତ୍ର ଅତି ସହଜରେ ଉପଲବ୍ଧ ଥାଏ ।


ପ୍ରତିଦିନ ନିଜ ଖାଦ୍ୟ ରେ ଏହି ପତ୍ର କୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଓଜନ ନିଶ୍ଚିତ କମିବାରେ ଲାଗିବ ଏବଂ ଆପଣ ଫିଟ ରହିବେ । ଖାଦ୍ୟ ହଜମ କରାଇବାରେ ମଧ୍ୟ ସାହାଯ୍ୟ କରେ । ଏହା ଛଡା ଖାଲି ପେଟ ରେ ସକାଳେ ଏହି ପତ୍ର କୁ ସେଵନ କରି ଗରମ ପାଣି ପିଇବା ଦ୍ୱାରା ମଧ୍ୟ ଆପଣଙ୍କ ର ଓଜନ ବହୁତ ଶୀଘ୍ର କମିବାରେ ଲାଗିଥାଏ । ଏହା ଛଡା ଆପଣ ଏହି ପତ୍ର କୁ ବାଟି ନିଜ ଚେହେରା ରେ ଲଗାଇବା ଦ୍ବାରା ଚେହେରା ରେ ଚମକ ଆସିଥାଏ ଏବଂ କେଶ ରେ ଲଗାଇବା ଦ୍ୱାରା କେଶ ମଧ୍ୟ ଉପୁଡିବା ବନ୍ଦ ହୋଇଥାଏ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *