କ୍ରିକେଟରୁ ଅବସର ନେବେ କି Virat Kohli । ଜାଣନ୍ତୁ ଏହି ରିପୋର୍ଟରୁ…

ବିରାଟ କହିଲେ କେବେ ନେବେ କ୍ରିକେଟରୁ ଅବସର ! ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲୀ କ୍ରିକେଟରୁ ଅବସର ନେବା ନେଇ ବଡ ବୟାନ ଦେଇଛନ୍ତି । ଯାହାକୁ ନେଇ ପୂଜା କ୍ରିକେଟ ମାହୋଲରେ ଚର୍ଚା ଲାଗି ରହିଛି । ଚଳିତ ଆଇପିଏଲ ରେ ଚେନ୍ନାଇ ବିପକ୍ଷରେ ଶେଷ ଲିଗ ମ୍ଯାଚ ଖେଳିବ ଆରସିବି । ହେଲେ ଏହି ମ୍ଯାଚ ପୂର୍ବରୁ ବିରାଟଙ୍କ ଏଭଳି କିଛି ବୟାନ ସାରା କ୍ରିକେଟ ଜଗତରେ ବହୁତ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ?

ଚେନ୍ନାଇ ମ୍ଯାଚ ପୂର୍ବରୁ ଏକ ସାକ୍ଷାତକାରରେ ବିରାଟ କୋହଲୀ କହିଛନ୍ତି । ପ୍ରତ୍ଯେକ କ୍ରିକେଟର କେବେ ନା କେବେ ଅବସର ନେବେ। କିନ୍ତୁ ସେଦିନ ଅବସର ନେଇଥିଲେ ଭଲ ହୋଇଥାନ୍ତା । ଏଭଳି ଭାବନା ସହ କ୍ରିକେଟରୁ ଅବସର ନେବାକୁ ଚାହୁଁନାହିଁ । କୌଣସି କାମକୁ ମୁଁ ଅଧୁରା ଛାଡିବାକୁ ଚାହୁଁନାହିଁ । ଯେଉଁଥି ପାଇଁ ପରେ ମୋତେ ପଶ୍ଚାତାପ କରିବାକୁ ପଡିବ । ଏଭଳି କେବେ କରିବି ନାହିଁ ବୋଲି ମୋଟ ଆତ୍ମବିଶ୍ବାସ ରହିଛି । ଏଥିସହ ବିରାଟ କୋହଲୀ ଏଭଳି ମଧ୍ୟ କହିଥିଲେ ।

ଯେ ଥରେ ମୋର କାମ ପୁରା ହୋଇଗଲେ ମୁଁ ଦୁରେଇଜିବି । ସେତେବେଳେ କିଛି ଅବଧି ପାଇଁ ମୋତେ ଆଉ ଦେଖିବାକୁ ପାଇବେ ନାହିଁ । ତେଣୁ ଏବେ ଯେଉଁ ପର୍ଯ୍ୟନ୍ତ ଖେଳୁଛି । ସେତେ ପର୍ଯ୍ୟନ୍ତ ମୁଁ ନିଜର ବେଷ୍ଟ ଦେବାକୁ ଚାହିଁବି । ମୋର ଏହି ଆତ୍ମବିଶ୍ବାସ ହିଁ ମୋତେ ଆଗକୁ ବଢିବା ପାଇଁ ବଳ ପ୍ରଦାନ କରୁଛି । ତେବେ ଏକ ସାକ୍ଷାତକାରରେ କିଛି ଏଭଳି କଥା କହି ସାରା ଭାରତର କ୍ରିକେଟପ୍ରେମୀଙ୍କୁ ଚକିତ କରିଦେଇଛନ୍ତି ବିରାଟ କୋହଲୀ ।

ତେବେ ଅଧିକାଂଶ ସମୟରେ ବିରାଟ କୋହଲୀ ନିଜର ଅବସରକୁ ନେଇ କିଛି ପ୍ରତିକ୍ରିୟା ଦେଇନଥାନ୍ତି । ହେଲେ ସେହି ସାକ୍ଷାତକାରରେ ବିରାଟ ନିଜର ଅବସରକୁ ନେଇ କିଛି ଏଭଳି କହିବା ସହ ସାରା କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ତେବେ ଚଳିତ ଆଇପିଏଲ ଜବରଦସ୍ତ ଫର୍ମରେ ବିରାଟ କୋହଲୀ ରହିଛନ୍ତି । 13 ମ୍ଯାଚରରୁ 661 ରନ କରିବା ସହ ଅରେଞ୍ଜ କ୍ୟାପ ନିଜ ପାଖରେ ରଖିଛନ୍ତି ବିରାଟ କୋହଲୀ । ଯେଉଁଥିରେ 5 ଟି ଅର୍ଦ୍ଧଶତକ ଓ ଗୋଟେ ଶତକ ମଧ୍ୟ ରହିଛି । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *