ଗୋଟିଏ ଦିନରେ କୋଟିଏ କଣ 4କୋଟି ଟଙ୍କା ଆଦାୟ ହେଇ ପାରିଥାନ୍ତା, ହେଲେ controversy ପାଇଁ ଆଜି ଗୋଟିଏ ଲୋକର ଜୀବନ ଚାଲିଗଲା…

ଦର୍ଶକ ବନ୍ଧୁ ଓଲିଉଡ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଏବେ ପଞ୍ଚଭୂତରେ ଲୀନ ହୋଇ ଯାଇଛନ୍ତି । ଗତ କାଲି ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷ କୃତ୍ୟ ହୋଇଛି । ତେବେ ପିଣ୍ଟୁଙ୍କ ଅନ୍ତିମ ସଂସ୍କାରରେ ଅନେକ ଓଡିଆ କଳାକାର ଏବଂ ତାଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ । ସମସ୍ତଙ୍କ ଆଖିରେ ଲୁହ ଆଉ ସମସ୍ତଙ୍କ ମନରେ କୋହ । ପିଣ୍ଟୁଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶାବାସୀ ।

ଅନ୍ୟ ପକ୍ଷେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏହା ହେଉଛି ଏକ ଅପୂରଣୀୟ କ୍ଷତି । ଏବେ ସାରା ଓଡିଶାରେ ପିଣ୍ଟୁଙ୍କ ଦେହାନ୍ତକୁ ନେଇ ଚର୍ଚ୍ଚା ଆଉ ଏହାରି ମଧ୍ୟରେ ସମାଜସେବୀ ସଂଗ୍ରାମ ବିଶ୍ଵାଳ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ସଂଗ୍ରାମ ଏନେଇ କହିଛନ୍ତି-‘ସାରା ଓଡିଶାବାସୀଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ପିଣ୍ଟୁ ଭାଇ ଯେତେବେଳେ ଅସୁସ୍ଥ ଥିଲେ ଆଉ ମେଡିକାଲରେ ଥିଲେ ସେତେବେଳେ ବହୁତ ବିବାଦ ସୃଷ୍ଟି ହୋଇଥିଲା । ଆଉ ସେହି ବିବାଦ ସୃଷ୍ଟି କରିଥିଲେ କିଛି କଳାକାର ମାନେ ସାଧାରଣ ଲୋକ ବିବାଦ ସୃଷ୍ଟି କରନ୍ତି ନାହିଁ । ସେତେବେଳେ ପିଣ୍ଟୁ ଭାଇ ନିଜେ କହିଲେ ମୁଁ ମରିଯିବି ବରଂ ତମେ ସାଧାରଣ ଲୋକଙ୍କୁ ପଇସା ମାଗନି ।

ହେଲେ କେତେକ କଳାକାର ଅଛନ୍ତି ଯେଉଁ ମାନେ ପିଣ୍ଟୁ ଭାଇଙ୍କ ଦ୍ଵାରା ନିଜର ଫେସ ଭାଲ୍ଯୁ ବଢାଇ ଦେଇଛନ୍ତି ସେ ଫେସ ଭାଲୟୁରେ କିଛି ଭାଲୟୁ ନାହିଁ । ଯେଉଁ କଳାକାର ଗୋଟେ କଳାକାରକୁ ଇଜ୍ଜତ ଦେଇପାରିଲା ନାହିଁ ସେହି କଳାକାରର ଭାଲୟୁ କଣ । ଯେତେବେଳେ ପିଣ୍ଟୁ ଭାଇ ମେଡିକାଲରେ ଥିଲେ ସେତେବେଳେ କଳାକାର ମାନେ କ୍ୟାମେରା ଆଗରେ କହୁଥିଲେ ଆମେ ଆପଣ ମାନଙ୍କୁ ଅନୁରୋଧ କରୁଛୁ ଭଗବାନଙ୍କ ଆଗରେ ପ୍ରାର୍ଥନା କରନ୍ତୁ ପିଣ୍ଟୁ ଭାଇ ଭଲ ହେଇଯାନ୍ତୁ ।

ଯେଉଁ ମାନେ ପିଣ୍ଟୁ ଭାଇକୁ ଏମିତି ସମର୍ଥନ କରୁଥିଲେ ଆଜି ଦୁଃଖ ଲାଗୁଛି ପିଣ୍ଟୁ ଭାଇ ଚାଲି ଯିବା ପରେ ସବୁ କଳାକାର ନୁହେଁ ପ୍ରାୟ କଳାକାର କ୍ୟାମେରା ଆଗରେ ଆସି କହୁଛନ୍ତି ମୋତେ ଲାଗୁଛି ପିଣ୍ଟୁ ଭାଇଙ୍କୁ ସେ ସମ୍ମାନ ଦେଉଛନ୍ତି ନା ପିଣ୍ଟୁ ଭାଇ ନାହାନ୍ତି ବୋଲି ସେ ତାଙ୍କ ଚରିତ୍ର ନଷ୍ଟ କରୁଛନ୍ତି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *