Collestor ହେଲେ ପଞ୍ଚମ ଶ୍ରେଣୀ ଛାତ୍ରୀ Navya, କିନ୍ତୁ କିପରି ? ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ବଲିଉଡର ଲୋକପ୍ରିୟ ଫିଲ୍ମ ‘ନାୟକ’ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମଟି ସେତେବେଳେ ସୁପର ହିଟ ହୋଇଥିଲା । ଏହି ଫିଲ୍ମର କାହାଣୀ ଓ କଳାକାର ମାନଙ୍କ ସୁନ୍ଦର ପଦର୍ଶନକୁ ଲୋକମାନେ ବେସ ଅଧିକ ପସନ୍ଦ କରିଥିଲେ । ଏହି ଫିଲ୍ମରେ ବଲିଉଡ ଅଭିନେତା ଅନିଲ କପୁର ଗୋଟେ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ବନ୍ଧୁଗଣ ବାସ୍ତବ ଜୀବନରେ କଣ ଏମିତି ସମ୍ଭବ ।

ଯଦି ଆମେ ଆପଣ ମାନଙ୍କୁ କହିବୁ ଗୋଟେ ଛୋଟ ଝିଅ ଏବେ କଲେକ୍ଟର ହୋଇଛି ତା ହେଲେ ବୋଧେ ଆପଣ ମାନେ ଏହି କଥାଟି ବିଶ୍ଵାସ କରିବେ ନାହିଁ ହେଲେ ଏହା ସତ । ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ଏକ ଝିଅ ଏବେ କଲେକ୍ଟର ହୋଇଛି । ବନ୍ଧୁଗଣ ଆପଣ ମାନେ ଭାବୁ ଥିଲେ କଲେକ୍ଟର ହେବାକୁ ତ ଆଇଏଏସ ପରୀକ୍ଷା ଦେବାକୁ ପଡିବ ହେଲେ ଗୋଟେ ଛୋଟ ଝିଅ କଲେକ୍ଟର କେମିତି ହେଲା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଦୌସା ସହରରେ ।

ଠିକ ବଲିଉଡ ଫିଲ୍ମ ନାୟକ ଚଳଚିତ୍ର ଭଳି ଏହାର କାହାଣୀ ରହିଛି । ବନ୍ଧୁଗଣ ପଞ୍ଚମ ଶ୍ରେଣୀର ଝିଅକୁ ମାତ୍ର ଗୋଟିଏ ଦିନ ପାଇଁ କଲେକ୍ଟରର କ୍ଷମତା ଦିଆଯାଇଛି । ଏହି ଘଟଣାଟି ରାଜସ୍ଥାନର ଦୌସା ସହରରେ ଘଟିଛି । ବାସ୍ତବରେ ବାଳିକାଙ୍କ ଶିକ୍ଷାକ୍ଷେତ୍ରରେ ଅଗ୍ରଗତି ଓ ପ୍ରଚ୍ଚହନ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଲେକ୍ଟର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ଝିଅ ନବ୍ୟା ଜିଲ୍ଲା କଲେକ୍ଟରଙ୍କୁ ଏକ ପ୍ରଶ୍ନ ପଚାରି ଥିଲେ ।

ନବ୍ୟାଙ୍କ ପ୍ରଶ୍ନ ଥିଲା ‘ଆପଣ ଝିଅଙ୍କ ଭବିଷ୍ୟତ ପାଇଁ କଣ ଭବିଛନ୍ତି ? କୁନି ଝିଅର ଏହି ପ୍ରଶ୍ନ ଶୁଣି କଲେକ୍ଟର ପ୍ରଶଂସା କରିବା ସହ ନିଜ ସିଟରେ ବସେଇ ଗୋଟେ ଦିନର କଲେକ୍ଟର କ୍ଷମତା ଦେଇଥିଲେ । କଲେକ୍ଟର ସିଟରେ ବସିବା ପରେ ନବ୍ୟାଙ୍କୁ କିଛି ନିଷ୍ପତ୍ତି ନେବା ପାଇଁ ଅନୁମତି ଦିଆଯାଇଥିଲା । ନବ୍ୟା ତତ୍ କାଳୀନ ନିଜ ସ୍କୁଲରେ ଲାଇବ୍ରେରୀ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏହି ନିର୍ଦ୍ଦେଶ କ୍ରମେ ସ୍କୁଲରେ ଲାଇବ୍ରେରୀ ନିର୍ମାଣ ହେଉଥିବାର ଦେଖିବାକୁ ମିଳିଛି । 


ବାସ୍ତବରେ ପିଲାଙ୍କ ପରୀକ୍ଷା ନିକଟତର ହେବାରୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପକ୍ଷରୁ ନାରୀ ସଶକ୍ତି କରଣକୁ ପୋଚ୍ଚାହନ ଦେବା ପାଇଁ କଲେକ୍ଟର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନବ୍ୟା ନିଜର ସୁନ୍ଦର ଚିନ୍ତାଧାରା ଓ ସାହାସ ଦେଖାଇ ଗୋଟେ ଦିନ ପାଇଁ କଲେକ୍ଟର ହୋଇଥିଲେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ,  ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *