ରାଜ୍ୟର ହାଇପ୍ରୋଫାଇଲ ସେକ-ସ ରଆକେଟ୍ । କୋଟିକୋଟିର କାରବାର, ବଡ଼ବଡ଼ ଲୋକଙ୍କ ସମ୍ପୃକ୍ତି । ସିଣ୍ଡିକେଟର ମାଲିକାଣୀ ଏବେ ଜେଲରେ । ଗ୍ରାହକଙ୍କ ନାଁ ସାମ୍ନାକୁ ଆସିବ ତ ? ବଡ଼ ବଡ଼ ନେତାଙ୍କ ସହ ଥିଲା ଅର୍ଚ୍ଚନାଙ୍କ ସମ୍ପର୍କ ! ବଡ଼ ବଡ଼ ନାଁ ଶୁଣି ପୋଲିସ ବି ଚାପରେ ! ବଡ଼ ଅଧିକାରୀ କୁଆଡ଼େ ଛୁଟି ମାଗୁଛନ୍ତି । ଏହି ମାମଲାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ! ଅର୍ଚ୍ଚନା ନାଥ ଏ ବିଶାଳ ଅପରାଧ ସାମ୍ରାଜ୍ୟର ରାଣୀ ।
ପାୱାର ଫୁଲ ଲୋକଙ୍କ ପାୱାରରେ ଚଲାଉ ଥିଲେ ସେକ-ସ ରଆକେଟ । ବଡ ବଡ ନେତା ମନ୍ତ୍ରୀଙ୍କ ସହ ଥିଲା ଉଠିବା ବସିବା । ରାଜ୍ୟ ବାହାର ଅତିଥିଙ୍କୁ ମଧ୍ୟ କରାଯାଉଥିଲା ଟାର୍ଗେଟ । ହେଲେ ଅର୍ଚ୍ଚନା ଗିରଫ ହେବା ପରେ ଏବେ ସମସ୍ତଙ୍କ ମନ ଛାନିଆ । ଗ୍ରାହକଙ୍କ ଗୁପ୍ତ ତାଲିକା ପ୍ରକଟ ହେଲେ କୁଆଡେ ଥରି ଉଠିବ ଓଡିଶା ରାଜନୀତିର ମେରୁଦଣ୍ଡ ।
ସେପଟେ ନିରପକ୍ଷ ତଦନ୍ତର ଭାର ଯାହା ଉପରେ ସେମାନେ ବି ଚାପରେ ଚେପା । ଭୁବନେଶ୍ବରର କିଛି ବରିଷ୍ଠ ଥାନା ଅଧିକାରୀ ଛୁଟିରେ ଥିବା ବେଳେ ଆଉ କିଛି ବରିଷ୍ଠ ଅଧିକାରୀ କୁଆଡେ ଛୁଟିରେ ଯିବା ପାଇଁ ଚେଷ୍ଟା ଚଳାଇ ଛନ୍ତି । ସେପଟେ ସବୁ ଘଟଣାରେ ପ୍ରଥମେ ମିଡିଆ ଆଉ ପରେ ପୋଲିସ ପହଞ୍ଚେ ହେଲେ ଏହି ଘଟଣାରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ତେବେ କାହାର ପ୍ରତକ୍ଷ ଚାପରେ ପୋଲିସ ଏବେ ଛଟ ପଟ ହେଉଛି କି ।
କିଛି ଏପରି ବୟାନ ଦେଇ ଶାସକ ଦଳଙ୍କୁ ଆକ୍ରମଣ କରିଛି ବିଜେପି । ସେପଟେ ଅର୍ଚ୍ଚନାଙ୍କ ସ୍ଵାମୀ ବିଜେଡିର ସଦସ୍ୟ ଥିବା ବେଳେ ଅନେକ ବିଜେଡି ନେତାଙ୍କ ସହ ତାଙ୍କ ଫଟୋ ଶାସକ ଦଳକୁ ସମସ୍ୟାରେ ପକାଇଛି । ଏଠାରେ ପ୍ରଶ୍ନ ଏହି ରଆକେଟରେ ସମସ୍ତ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିପାରିବ କି । ଏହି ହାଇ ପ୍ରୋଫାଇଲ ସେକ-ସ ରଆକେଟର ପରଦାଫାସ ହେବ ତ । କାହା କାହା ଟଙ୍କାରେ ଏହି ସାମ୍ରାଜ୍ୟ ଗଢିଥିଲେ ଅର୍ଚ୍ଚନା ।
କାହିଁକି ମୁହଁ ଖୋଲିବାକୁ କୁନ୍ଥାଉଛି ପୋଲିସ । ସବୁ ପ୍ରମାଣ ନଷ୍ଟ କରାଯିବ ନି ତ । ସବୁଠାରୁ ବଡ କଥା ପୋଲିସର ତଦନ୍ତ ଉପରେ ପ୍ରଶ୍ନବାଚୀ ଛିଡା ହୋଇଛି । କାହିଁକି ଏହି ମାମଲାରୁ ଦୂରେଇ ରହିବାକୁ ଚାହୁଁ ଛନ୍ତି ପୋଲିସ ବାବୁ ସେ ନେଇ ପ୍ରଶ୍ନ ଉଠୁଛି । ତା ହେଲେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।