ଚାହୁଁ ଚାହୁଁ ପୁଆ ସାମ୍ନାରେ ସମୁଦ୍ରରେ ଭାସିଗଲେ ବାପା, କ୍ୟାମେରାରେ କଏଦ ହେଲା ହୃଦୟ ବିଦାରକ ଦୃଶ୍ୟ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଅଘଟଣ ପରେ ଅଘଟଣ ଘଟିବାରେ ଲାଗିଛି । ତେବେ ଗତ କିଛି ସମୟ ହେବ ପାଣି ର ପ୍ରକୋପ ରେ ଅନେକ ଲୋକ ମାନଙ୍କ ର ଜୀଵନ ସଙ୍କଟ ରେ ପଡି ଯାଉଛି ଏବଂ କିଛି ଲୋକ ମୃତ୍ୟୁବରଣ କରି ଦେଉଛନ୍ତି । କାରଣ କିଛି ସମୟ ଧରି ଲଗାତାର ଭାବରେ ଏହି ପାଣି ଯୋଗୁଁ କିଏ ବୁଡି କିମ୍ବା କିଏ ଭାସି ନିଜର ପ୍ରାଣ କୁ ହରାଇ ଦେଇଛନ୍ତି ଯାହାକି ବହୁତ ଦୁଃଖଦ ର କାରଣ ।


ତେବେ ଫୁଣି ଥରେ ଆଉ ଏକ ଦୁଃଖଦ ଘଟଣା ଘଟିଛି ପୁରୀ ରେ ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ପୁରୀ ବୁଲିବାକୁ ଆସି ହସ ଖୁସିରେ ସମୁଦ୍ରରେ ଖେଳୁଥିଲେ ବାପପୁଅ । ପୁଅ ଆଗରେ ବାପା ଦେଖାଉଥିଲେ ଷ୍ଟଣ୍ଟ ସିନ୍‌ । ପୁଅ ଖୁସି ବି ବନ୍ଧବାଡ଼ ମାନୁ ନ ଥିଲା । ହେଲେ ହଠାତ୍‌ ପରିବାର ଉପରେ ମାଡ଼ି ଆସିଲା କଳା ବାଦଲ ।

ପୁଅ ଆଖି ଆଗରେ ସମୁଦ୍ର ଲହଡ଼ିରେ ଭାସିଗଲେ ବାପା ।  ଏମିତି ଏକ ହୃଦୟ ବିଦାରକ ଘଟଣା ପୁରୀ ଚୈତନ୍ୟ ଛକ ପାଖ ବେଳାଭୂମି ଅଞ୍ଚଳରେ ଆଜି ଘଟିଛି । ନିଖୋଜ ବ୍ୟକ୍ତିଜଣକ ହେଲେ ବାଲେଶ୍ୱରର ବଂଶୀଧର ବେହେରା । ଲାଇଫ୍ ଗାର୍ଡ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିପାରିନି ।

ତେବେ ବଂଶୀଧର ବେହେରା ନିଜ ପରିବାର ଲୋକଙ୍କୁ ଧରି ପୁରୀ ବୁଲିବାକୁ ଆସିଥିଲେ । ସମୁଦ୍ରରେ ଗାଧୋଇବା ବେଳେ  ବଂଶୀଧର ଓ ତାଙ୍କ ପୁଅ ବେଶ୍‌ ମସ୍ତି କରୁଥିଲେ । କେତେବେଳେ ସମୁଦ୍ର ବାଲିରେ ଲୋଟି ଫଟୋ ପୋଜ ଦେଉଥିଲେ ତ କେତେବେଳେ ସମୁଦ୍ର ଆଡ଼କୁ ଦୌଡ଼ି ପଳାଉଥିଲେ । ହେଲେ ବଂଶୀଧର ହସି ହସି ସମୁଦ୍ର ଭିତରକୁ ଗାଧୋଇବାକୁ ଯାଉଥିବା ବେଳେ ତାଙ୍କୁ ଟାଣି ନେଲା ଲହଡ଼ି ।


ସମୁଦ୍ର କୂଳରେ ଅପେକ୍ଷା କରିଥିବା ପରିବାର ଲୋକେ ଆଉ ତାଙ୍କ  ପତ୍ତା ନ ପାଇବାରୁ କାନ୍ଦ ବୋବାଳି କରିବାକୁ ଲାଗିଥିଲେ । ତେବେ ଏହାଦେଖି ସ୍ଥାନୀୟ ଲୋକେ ଲାଇଫ୍ ଗାର୍ଡଙ୍କୁ ଜଣାଇଥିବା ବେଳେ ସେମାନେ ଖୋଜାଖୋଜି ଆରମ୍ଭ କରିଛନ୍ତି କିନ୍ତୁ ବର୍ତ୍ତମାନ ସୁଧା ତାଙ୍କର କିଛି ଖୋଜ ଖବର ମିଳି ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *