ବନ୍ଧୁଗଣ, ଛୁଆ ଅସୁବିଧା ରେ ପଡିଲେ ଯିଏ ପାଗଳ ପ୍ରାୟ ହୋଇଯାଏ ସେ ମା’ । ମଣିଷ ହେଉ କି ପଶୁ ଛୁଆ କୁ ବିପଦ ମୁହଁ ରୁ ଆଣିବାକୁ କିଛି ମଧ୍ୟ କରିପାରେ ଯିଏ ସିଏ ମା’ । ନିଜ ଛୁଆ କୁ କୋଳକୁ ଫେରାଇ ଆଣିବାକୁ ଯମ ସହିତ ମଧ୍ୟ ଲଢିପାରେ । ଏହି ହୃଦୟସ୍ପର୍ଶୀ ଭିଡିଓ ଟି ସୋସିଆଲ ମିଡିଆ ରେ ବହୁତ ଭାଇରାଲ ହେବାରେ ଲାଗିଛି । ଭିଡିଓ ରେ ଏକ ହାତୀ ଟି ଖାଲ ରେ ପଡିଯାଇଥିବା ନିଜ ଛୁଆ କୁ ବଞ୍ଚାଇବାକୁ ବିଭିନ୍ନ କୌଶଳ ଅବଲମ୍ବନ କରି ମଧ୍ୟ ସଫଳ ହେଉ ନାହିଁ ।
ହାତୀ ଟି ଜଙ୍ଗଲ ରୁ ବାହାରି ରାସ୍ତା କୁ ପଳାଇ ଆସିଛି । ଆଉ ସେହି ସମୟରେ ରାସ୍ତା ଅତିକ୍ରମ କରୁଥିବା ଲୋକଙ୍କ ଗାଡି କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଛି । ପୁଣି ଦୌଡି ଜଙ୍ଗଲ ଭିତରକୁ ପଳାଉଛି । ଏ ସବୁ ର ଖବର ପାଇ ବନ କର୍ମଚାରୀ ହାତୀ କୁ ଜଙ୍ଗଲ ରୁ ଘଉଡାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ କିନ୍ତୁ ହାତୀ ଟି ଉକ୍ତ ଜାଗା ଛାଡି ଯିବା ପାଇଁ ରାଜି ନଥିଲା ।
କାରଣ ସେ ବନ କର୍ମଚାରୀ ଙ୍କୁ କିଛି ଦେଖାଇବାକୁ ଚାହୁଁଥିଲେ । ବନ କର୍ମଚାରୀ ହାତୀ ପଛେ ପଛେ ଯାଇ ଏକ ପାଣି ଭର୍ତ୍ତି ଖାଲରେ ହାତୀ ଛୁଆ ଟି ପଡି ଯାଇଥିବା ଦେଖିବାକୁ ପାଇଥିଲେ । ଛୁଆ ହାତୀ ଟି ଉଠିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇପାରି ନଥିଲା । ଏହା ଦେଖି ମା’ ର ହୃଦୟ କାନ୍ଦୁଥିବା ବେଳେ ସେ କିଛି କରି ପାରୁନଥିଲେ । ତେଣୁ ସେ ଉକ୍ତ ଜାଗା ଛାଡି ଯାଉ ନଥିଲେ ।
ସ୍ଥାନୀୟ ଲୋକେ ଏବଂ ବନ କର୍ମଚାରୀ ମାଟି ହାଣି ହାତୀ ଛୁଆଟିକୁ ବାହାରକୁ ଆଣିବା ନିମନ୍ତେ ଏକ ବାଟ ତିଆରି କରିଥିଲେ । ଏବଂ ଏହାପରେ ହାତୀ ଛୁଆ ଟି ଉପରକୁ ଆସି ନିଜ ମା’ ପାଖକୁ ଫେରି ଯାଇଥିଲା । ଛୁଆ କୁ ପାଇ ମା’ ର ଖୁସି ମଧ୍ୟ ବନ୍ଧବାଡ ମାନୁ ନଥିଲା ଶେଷରେ ନିଜ ଛୁଆ କୁ ଧରି ମା’ ହାତୀ ଜଙ୍ଗଲ ଭିତରକୁ ପଳାଇ ଥିଲା ।
ଭାଇରାଲ ହେଉଥିବା ଏହି ଭିଡିଓ ଟି ଲୋକ ଙ୍କ ହୃଦୟକୁ ଛୁଇଁଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।