କଣ ଲାଗନ୍ତି ଏହି ଛୋଟ ପିଲା ମାନେ Ollywood ର ଏହି ହୀରୋ ମାନଙ୍କର ? କଣ ଆପଣ ଜାଣନ୍ତି ?

ନମସ୍କାର ବନ୍ଧୁଗଣ ତେବେ ଆଜିକାଲି ସମସ୍ତେ ସିନେମା ପାଇଁ ପାଗଳ ହୋଇ ଯାଇଛନ୍ତି। ତେବେ ନିଜ ମନ ପସନ୍ଦ ର ଅଭିନେତା ହୁଅନ୍ତୁ କିମ୍ବା ଅଭିନେତ୍ରୀ ସେମାନଙ୍କ ସିନେମା ସହ ତାଙ୍କ ବ୍ୟକ୍ତିଗତ ଜୀଵନ ରେ ଲୋକମାନେ ଅଧିକ ରୁଚି ରଖିଥାନ୍ତି। ତେବେ ସେହି ସବୁ ତାରକା ମାନଙ୍କୁ ସେମାନେ ସୋସିଆଲ ମିଡିଆରେ ଫୋଲୋ ମଧ୍ୟ କରୁଛନ୍ତି ତେବେ ଓଲିଉଡ ଜଗତର କିଛି ଲୋକପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ ପ୍ରାୟତଃ ଏକ ଛୋଟ ପିଲାଙ୍କ ସହ ଫୋଟୋ ପୋଷ୍ଟ କରିଥାନ୍ତି ।


ତେବେ କିଛି ଲୋକମାନେ ଏହି ପୋଷ୍ଟ ପାଇଁ ଦ୍ଵନ୍ଦ ରେ ମଧ୍ୟ ରୁହନ୍ତି କି ଏ କଣ ତାଙ୍କ ପିଲା ନା ଆଉ କେହି।ତେବେ ଆସନ୍ତୁ ଜାଣିନେବା ସେହି ଅଭିନେତା ଏବଂ ତାଙ୍କ ସହ ଥିବା କୁନି ପିଲାଙ୍କ ବିଷୟରେ। ୧-ପ୍ରଥମରେ ହେଉଛନ୍ତି ଅଭିନେତା ଅନୁଭବ ମହାନ୍ତି। ତେବେ ଅନୁଭବ ନିଜର ଅଭିନୟ ଜରିଆରେ ଲୋକ ମାନଙ୍କ ହୃଦୟ ରେ ଘର କରିବାରେ ସଫଳ ହୋଇ ଛନ୍ତି ।

ତେବେ ବର୍ତ୍ତମାନ ସେ ବିଜେଡି ଦଳ ର ରାଜନେତା ମଧ୍ୟ ତେବେ ବର୍ତ୍ତମାନ ମଧ୍ୟ ଲୋକମାନେ ତାଙ୍କୁ ଖୁବ ଭଲ ପାଇବା ଦେଉଛନ୍ତି। ତେବେ ସେ ନିଜ ଇଂଷ୍ଟାଗ୍ରାମ ରେ ଏକ କୁନି ଝିଅ ସହ ଫୋଟୋ ପୋଷ୍ଟ କରନ୍ତି ତେବେ ସେ କୁନି ଝିଅ ଟି ହେଉଛି ତାଙ୍କ ଭାଇ ଅନୁପ୍ରାସ ଙ୍କ ଝିଅ।ଯାହାକୁ ଆପଣ ଫୋଟୋ ରେ ଦେଖି ପାରୁଥିବେ।


୨- ଦ୍ଵିତୀୟ ରେ ହେଉଛନ୍ତି ଅଭିନେତା ଆକାଶ ଦାସ ନାୟକ। ତେବେ ଆକାଶ ସିନେମା ଜଗତରେ ଏକ ଶାନ୍ତ ସିଷ୍ଟ ଅଭିନେତା ଭାବରେ ପରିଚିତ ଏବଂ ରାଜନୀତି କ୍ଷେତ୍ରରେ ମଧ୍ୟ ଜଣେ ଭଦ୍ର ଏବଂ ସୁଚାରୁ ମଣିଷ ତେବେ ସେ ନିଜ ଇଂଷ୍ଟାଗ୍ରାମ ରେ ପୋଷ୍ଟ କରୁଥିବା କୁନି ପିଲା ହେଉଛି ତାଙ୍କର ଗୋଟିଏ ମାତ୍ର ପୁଅ ଯାହାକୁ ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ।


୩- ତୃତୀୟ ରେ ହେଉଛନ୍ତି ଅଭିନେତା ଅରିନ୍ଦମ। ତେବେ ଅରିନ୍ଦମ ନିଜ ଅଭିନୟ ପାଇଁ ଯେତେ ପ୍ରଶଂସିତ ସେତେ ନିଜ ଫିଟନେସ ପାଇଁ ମଧ୍ୟ ତାଙ୍କ ବଡି କୁ ଲୋକମାନେ ଖୁବ ପସନ୍ଦ କରନ୍ତି। ତେବେ ସୋସିଆଲ ମିଡ଼ିଆ ରେ ସେ ଯେଉଁ କୁନି ପିଲା ସହିତ ନିଜର ଫୋଟୋ କୁ ସେୟାର କରନ୍ତି ସେ ହେଉଛନ୍ତି ତାଙ୍କ ଭାଇଙ୍କ ଝିଅ।


୪- ଚତୁର୍ଥ ରେ ହେଉଛନ୍ତି ସମରେଶ। ତେବେ ସମରେଶ ଜଣେ ଦକ୍ଷ କଳାକାର ଏବଂ ନିଜ ଅଭିନୟ ରେ ସେ ଲୋକମାନଙ୍କ ହୃଦୟ ରେ ଘର କରିଛନ୍ତି ତେବେ ବର୍ତ୍ତମାନ ସେ ଏହି ସିନେମା ଦୁନିଆ ରୁ ଟିକେ ଦୁରେଇ ଯାଇଛନ୍ତି। ତେବେ ତାଙ୍କ ସହ ଏହି ଫୋଟୋ ରେ ଯେଉଁ କୁନି ପିଲା ଅଛି ସେ ହେଉଛି ତାଙ୍କର ଏକମାତ୍ର ପୁଅ ଯାହାକୁ ସେ ବହୁତ ଭଲ ପାଆନ୍ତି।


୫- ପଞ୍ଚମ ରେ ହେଉଛି ଅଭିନେତା ଶ୍ରିତମ ଦାସ। ତେବେ ଶ୍ରୀତମ ବର୍ତ୍ତମାନ ଅଭିନୟ ସହ ନିର୍ଦେଶନା ଏବଂ ଜଜ୍ ଭାବରେ କାର୍ଯ୍ୟ କରୁଛନ୍ତି ତେବେ ସେ ନିଜର ସୋସିଆଲ ମିଡ଼ିଆ ରେ ନିଜର ଗୋଟିଏ ମାତ୍ର ଝିଅ ଙ୍କ ଫୋଟୋ ଛାଡି ଥାଆନ୍ତି ଯାହା ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ ତେବେ ସେ ନିଜ ଝିଅ କୁ ବହୁତ ଭଲ ପାଆନ୍ତି। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *