ନମସ୍କାର ବନ୍ଧୁଗଣ ତେବେ ବଲିଉଡ କଳାକାର ଙ୍କ ଲାଇଫ ଷ୍ଟାଇଲ, ସେମାନଙ୍କ ପସନ୍ଦ ନାପସନ୍ଦ ଆଦି ସମ୍ବନ୍ଧରେ ତ ଆପଣ ମାନେ ଶୁଣିଥିବେ ନିଶ୍ଚିତ । ତେବେ ବଲିଉଡ କଳାକାର ଙ୍କ ବାହାଘର ଏବଂ ପାର୍ଟି ସମ୍ବନ୍ଧରେ ତ ବହୁତ ମାତ୍ରା ରେ ଚର୍ଚ୍ଚା ହୋଇଥାଏ । କିନ୍ତୁ କଣ ଆପଣ ମାନେ ଜଣିଛନ୍ତି ଯେ, ଏହି କଳାକାର ମାନେ ନିଜ ବାହାଘର ରେ ପାଣି ଭଳି ପଇସା ଖର୍ଚ୍ଚ କରିଥାନ୍ତି ସେହିପରି ଛାଡ଼ପତ୍ର ଦେବା ସମୟରେ ମଧ୍ୟ ଏମାନଙ୍କ ବହୁତ ଖର୍ଚ୍ଚ ହୋଇଥାଏ ।
ସେହି ପଇସାରେ ଜଣେ ସାଧାରଣ ବର୍ଗ ରେ ଦୁଇ ତିନି ଜଣ ବ୍ୟକ୍ତି ର ବାହାଘର ମଧ୍ୟ ସମ୍ପନ୍ନ ହୋଇଯିବ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି କଳାକାର ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ପାର୍ଟନର ଙ୍କୁ ଛାଡ଼ପତ୍ର ଦେଇ ବର୍ତ୍ତମାନ ଖୁସିରେ ଅଛନ୍ତି ଆସନ୍ତୁ ଜାଣିନେବା ତାଙ୍କ ବିଷୟରେ ।
୧- ପ୍ରଥମରେ ହେଉଛନ୍ତି ଜେନିଫର ବିନଗେଟ । ଜେନିଫର ଅଭିନେତା କରନ ଗ୍ରୋଭର ଙ୍କୁ ପ୍ରେମ ବିବାହ କରିଥିଲେ । ସେମାନେ ୨୦୧୨ ରେ ବିବାହ କରିଥିଲେ କିନ୍ତୁ କରନ ଙ୍କ ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ କୁ ନେଇ ସେମାନେ ଦୁଇ ଜଣ ୨୦୧୪ ରେ ଅଲଗା ହୋଇ ଯାଇଥିଲେ ଏବଂ ଇଣ୍ଟରଭିଉ ରେ ଜେନିଫର କରନ ଙ୍କ ସହ ବିବାହ ନିଷ୍ପତ୍ତି କୁ ସବୁଠାରୁ ବଡ଼ ଭୂଲ ବୋଲି କହିଛନ୍ତି ।
୨- ଦ୍ଵିତୀୟ ରେ ହେଉଛନ୍ତି ରଶ୍ମି ଦେଶାଇ । ରଶ୍ମି ଅଭିନେତା ନନ୍ଦୀଶ ସନ୍ଧୁ ଙ୍କ ସହ ପ୍ରେମ ବିବାହ କରିଥିଲେ । ସେମାନେ ଉତ୍ତରଣ ଧାରାବାହିକ ରେ ଏକାଠି କାମ କରିଥିଲେ ଏବଂ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ସେମାନେ ୨୦୧୨ ରେ ବିବାହ କରିଥିଲେ । କିନ୍ତୁ ନନ୍ଦୀଶ ଙ୍କ ଆଉ ଅନ୍ୟ ଝିଅ ସହ ସମ୍ପର୍କ ଥିବା ଯୋଗୁଁ ସେମାନେ ଦୁଇ ଜଣ ଅଲଗା ହୋଇ ଗଲେ । କିନ୍ତୁ ରଶ୍ମି ଆଜି ପର୍ଯ୍ୟନ୍ତ ନିଜ ପ୍ରେମ ବିବାହ ପାଇଁ ବହୁତ ପଶ୍ଚାତାପ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସେ ନିଜ ଜୀବନରେ ବହୁତ ଖୁସିରେ ଅଛନ୍ତି ।
୩- ତୃତୀୟ ରେ ହେଉଛନ୍ତି ଦିଲଜିତ କୋର । ଦିଲଜିତ ଛୋଟ ପରଦାରେ ଏକ ଲୋକପ୍ରିୟ ଚେହେରା । ୨୦୦୯ ରେ ସେ ଅଭିନେତା ଶାର୍ଲିନ ଙ୍କ ସହ ବିବାହ କରିଥିଲେ । ଏବଂ ତାଙ୍କର ଏକ ପୁତ୍ର ମଧ୍ୟ ଅଛି ଯାହାର ନାମ ଜେଡେନ । କିନ୍ତୁ ଘରୋଇ ହିଂସା ଯୋଗୁଁ ସେ ୨୦୧୫ ରେ ଛାଡପତ୍ର ନେଇ ଅଲଗା ହୋଇ ଯାଇଥିଲେ । ଏବଂ ସେ ଏବେ ଏକୁଟିଆ ତାଙ୍କ ପୁଅଙ୍କ ର ଲାଳନପାଳନ କରୁଛନ୍ତି ।
୪- ଚତୁର୍ଥ ରେ ହେଉଛନ୍ତି ଉର୍ବଶୀ ଢୋଲାକିଆ । ଯିଏ ଟିଭି ଜଗତରେ ଖଳନାୟିକା ଭାବେ ଖୁବ ପ୍ରସିଦ୍ଧ । ଉର୍ବଶୀ ନିଜ ବାସ୍ତବ ଜୀବନରେ ବହୁତ ଅସୁବିଧା ଦେଖିଛନ୍ତି । ସେ ୧୬ ବର୍ଷ ରେ ବିବାହ କରି ନେଇଥିଲେ ଏବଂ ୧୭ ବର୍ଷ ରେ ସେ ଦୁଇ ଯାଆଁଳା ପୁଅ ଙ୍କ ର ମାଆ ହୋଇସାରିଥିଲେ । ନିଜର ଛାଡପତ୍ର ପରେ ଦୁଇ ପୁଅ କ୍ଷିତିଜ ଓ ସାଗର ଙ୍କ ଲାଳନପାଳନ ନିଜେ ଏକୁଟିଆ କରିଛନ୍ତି ଏବଂ ସେ ସବୁବେଳେ କୁହନ୍ତି କି ତାଙ୍କ ଦୁଇ ପୁଅ ହିଁ ତାଙ୍କ ର ବଳ ।
୫- ପଞ୍ଚମ ରେ ହେଉଛନ୍ତି ଅଭିନେତ୍ରୀ ଶ୍ୱେତା ତିବାରୀ । ଶ୍ୱେତା ‘କସୋଟି ଜିନ୍ଦେଗି’ ରେ ପ୍ରେରଣା ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିଣି ପାରିଥିଲେ । ଶ୍ୱେତା ନିଜ ଜୀବନରେ ଦୁଇ ଥର ବିଫଳ ବିବାହ ଦେଖିଛନ୍ତି । ପ୍ରଥମ ସ୍ୱାମୀ ରାଜା ଚୌଧୁରୀ ଙ୍କ ଠାରୁ ତାଙ୍କର ଗୋଟିଏ ଝିଅ ଅଛି ଯାହାର ନାମ ପଲକ୍ ଓ ଦ୍ୱିତୀୟ ସ୍ୱାମୀ ଙ୍କ ଠାରୁ ତାଙ୍କର ଗୋଟିଏ ପୁଅ ଅଛି ଯାହାର ନାମ ରେହାନ । ସେ ଏବେ ଦୁଇ ଜଣଙ୍କ ଲାଳନପାଳନ ଏକୁଟିଆ କରୁଛନ୍ତି ।
ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ