ବନ୍ଧୁଗଣ, ସାଧାରଣତ ଅନେକ ସମୟରେ ଯେତେବେଳେ ଗାଡି ଚୋରୀ ହୋଇଯାଏ ସେତେବେଳେ ସମସ୍ତେ ବ୍ୟସ୍ତ ହୋଇଯାଆନ୍ତି ଯେ ଚୋର ଗାଡି କେଉଁଠିକୁ ନେଲା ? ଏହାକୁ ନେଇ ଅନେକ ଅପରାଧୀ ଅପରାଧ ମଧ୍ୟ କରନ୍ତି । ମାତ୍ର ଏହିସବୁ ରେ ବର୍ତ୍ତମାନ ଲାଗିବ ବ୍ରେକ । କାରଣ ଜେଭଳି ଭାବରେ ହାଇ ସିକୁରିଟି ପାଇଁ ଯେଉଁ ରେଜିଷ୍ଟେସନ ନମ୍ବର ଲାଗୁଛି, ସେହି ନମ୍ବର ପ୍ଳେଟ ଚୋର କୁ ଧରିବ ଅପରାଧ କମାଇବ, ଆଉ ଯେଉଁମାନେ ନିୟମ ଉଲଂଘନ କରିବେ ସେମାନେ ଦଣ୍ଡ ପାଇବେ ।
ଜଏଣ୍ଟ କମିସନର ଦୀପ୍ତି ରଞ୍ଜନ ପାତ୍ର କହିଛନ୍ତି ଯେ ଏହି ନମ୍ବର ପ୍ଳେଟ କୁ ଦେଖିଲେ ଯେଉଁ ଅକ୍ଷର ତଥା ନମ୍ବର ରହିଛି ସେଥିରେ ଛୋଟ ଛୋଟ ଅକ୍ଷରରେ ଇଣ୍ଡିଆ ବୋଲି ଲେଖା ହୋଇଛି । ଏଥିରେ ଲେଜର କୋଡ ରହିଅଛି ଗୋଟିଏ ହୋଲୋଗ୍ରାମ ମଧ୍ୟ ରହିଅଛି । ଏହି ଯେଉଁ ଅକ୍ଷରର ସାଇଜ ଅଛି ତଥା ସ୍ପେସ ରହିଅଛି ତାହା ମଧ୍ୟ ୟୁନିଫର୍ମ । ସବୁଠାରୁ ବିଶେଷ କଥା ହେଉଛି ଏଠାରେ ଯେଉଁ ଲକ ଲାଗିଛି ତାହା ଇ ରିଭର୍ସ ସ୍ମାପ ଲକ ଲାଗିଛି ।
ଏହି ଲକ ଟି ଥରେ ଫିଟିଙ୍ଗ ହେଲା ପରେ ଆପଣ ଚାହିଁଲେ ମଧ୍ୟ ଖୋଲିପାରିବେ ନାହିଁ । ଯଦି କୌଣସି ଦୁର୍ଘଟଣାରେ ଏହା ଭାଙ୍ଗିଗଲା ତେବେ ଏହାକୁ ଖୋଲିବା ପାଇଁ ତଥା ଡୁପ୍ଳିକେଟ ନମ୍ବର ପ୍ଳେଟ ପାଇଁ ଆପଣ ଥାନା ରେ ଏକ ଏଫଆଇୟାର ଦେବେ ।
ଏହାପରେ ଆପଣ ଅନଲାଇନ ମାଧ୍ୟମରେ ଆବେଦନ କରିବେ ଏବଂ ଆବେଦନ କରିବା ପରେ ଆର୍ଟିଓ ତାକୁ ଯଥାଶୀଘ୍ର ଯାଞ୍ଚ କରି ସେହି ଡିଲର ପାଖକୁ ରେକମେଣ୍ଡେସନ ଯିବ ଏବଂ ଆପଣ ଡୁପ୍ଳିକେଟ ନେଇ ପାରିବେ । ଯଦି କୌଣସି ଡିଲର ଅଥବା କୌଣସି ଭେଣ୍ଡର ନତବୋଲ୍ଟ ରେ ଲଗାନ୍ତି ତେବେ ସେ ନଟ ରେ ଲଗାଇବାଟା ଆଇନ ର ବିରୁଦ୍ଧଆଚରଣ କରିବ । ଏବଂ ଏହା ଯଦି ଦୃଷ୍ଟି କୁ ଆମ୍ଭର ଆସିବ ତେବେ ଯିଏ ତାକୁ ଫିଟ କରିଥିବ ତାହା ବିରୁଦ୍ଧରେ କାର୍ଜ୍ୟାନୁଷ୍ଟାନ ଗ୍ରହଣ କରିବୁ ।
ଏହା ମାନ୍ୟବର ସୁପ୍ରିମ କୋର୍ଟ ଏବଂ କେନ୍ଦ୍ର ସରକାରଙ୍କର ଆଇନଗତ ନିଷ୍ପତ୍ତି ଅଟେ । ଏଣୁ ରାଜ୍ୟ ସରକାର ଏହାକୁ ଲାଗୁ କରିବା ନିମନ୍ତେ ସଂପୂର୍ଣ୍ଣ ଭାବରେ ଚେଷ୍ଟା କରୁଛନ୍ତି । ଆମ୍ଭେ ମଧ୍ୟ ଆଶାବାଦୀ ଅଛୁ ଯେ ସମୟ ଅନୁସାରେ ସବୁକିଛି ଠିକ ହୋଇଯିବ । ତେବେ ଏହିଭଳି ସୂଚନା ଦେଇଛନ୍ତି ଜଏଣ୍ଟ କମିସନର ଦୀପ୍ତି ରଞ୍ଜନ ପାତ୍ର ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।