ଚିଣ୍ଟୁ ମା’କୁ କହିଲା ମା’ ମୁଁ ଆଜି ପୁଣି ଥରେ ପ୍ରେଗନେଣ୍ଟ ହେଇଗଲି, ଏହା ଶୁଣିକି ମାଆ ତାକୁ ପିଟିବାକୁ ଲାଗିଲା ଓ କହିଲା, ମାଆ- ମୁଁ ତତେ ଏଥିପାଇଁ ମାରୁ ନାହିଁ କି ତୁ…(Odia Jokes)

ବନ୍ଧୁଗଣ ବର୍ତ୍ତମାନର ସମୟରେ ଲୋକମାନେ କେବଳ ଟଙ୍କା କମାଇବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ଲୋକ ମାନେ ନିଜ ଜୀବନରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ଖୁସି କଣ ଜାଣି ପାରୁ ନାହାନ୍ତି । ବନ୍ଧୁଗଣ ଡାକ୍ତର ମଧ୍ୟ କହିଛନ୍ତି ଆପଣ ସବୁ କାମ ଖୁସିରେ କରନ୍ତୁ ସୁସ୍ଥ ରହିବେ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହା ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ଅନେକ ଖୁସି ଦେବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ସନ୍ତା ପ୍ରମୋଶନ ପାଇଁ ଇଣ୍ଟର୍ବ୍ୟୁ ଦେବାକୁ ନିଜ ବସ୍ ପାଖକୁ ଗଲା…

ବସ୍ ସନ୍ତାକୁ ପଚାରିଲା…

ବସ୍- ତମେ କେତେ ଭାଇ ଭଉଣୀ ?

ସନ୍ତା- ୪

ବସ୍- ତମ ନମ୍ବର କଣ ଅଛି ?

ସନ୍ତା- ଏୟାରଟେଲ

୨. ପୁଅ-ଝିଅ ସମୁଦ୍ର କୂଳରେ ବସିଥିଲେ…

ଝିଅ କହିଲା- ତମେ କେଉଁ ପର୍ଯ୍ୟନ୍ତ ମୋ ସହ ରହିବ ?

ପୁଅ ନିଜ ଆଖିରୁ ଲୁହ ସମୁଦ୍ରରେ ଝରାଇ କହିଲା- ଯେତେବେଳ ଯାଏଁ ତମେ ଏହି ଲୁହକୁ ସମୁଦ୍ରରୁ ଖୋଜି ନ ପାରିବ ସେ ପର୍ଯ୍ୟନ୍ତ ।

ଏହା ଦେଖି ସମୁଦ୍ର କହିଲା- ଶଳା ତମେ ମାନେ କେଉଁଠୁ ଏ ସବୁ ସିଖୁଛ…

୩. ନର୍ସରୀ କ୍ଳାସର ଛୁଆ କହିଲା- ମ୍ୟାଡମ ମୁଁ ଆପଣଙ୍କୁ କେମିତି ଲାଗେ ?

ମ୍ୟାଡମ- ସୋ ସ୍ଵୀଟ ।

ଛୁଆ ନିଜ ସାଙ୍ଗକୁ କହିଲା- ଦେଖିଲୁ ତ ମୁଁ ଆଗରୁ ହିଁ କହୁଥିଲି ମ୍ୟାଡମ ମୋତେ ଲାଇନ ମାରେ ।

୪. ଏକ କଳା ଓ ଅସୁନ୍ଦର ସ୍ଵାମୀ ନିଜ ସ୍ତ୍ରୀକୁ କହିଲା…

ସ୍ଵାମୀ- ଆମର ଛୁଆ ସ୍ଵୀଟ ହେବା ଦରକାର ।

ସ୍ତ୍ରୀ- ଶୁଣ ଠିକ ରେ ଭାବ ଛୁଆ ସ୍ଵୀଟ ହେବ ତ ଠିକ ଅଛି ପରେ ମୋତେ କିଛି କହିବ ନାହିଁ ।

୫. ସ୍ତ୍ରୀ ନିଜ ସାଙ୍ଗକୁ କହିଲା- ତମର ଦିଲ୍ଲୀ ଯାତ୍ରା କେମିତି ଗଲା ?

ସାଙ୍ଗ- ଆରେ କଣ କହିବି ସାଙ୍ଗ… ରାସ୍ତା ଅଧରେ ମୋ ସ୍ଵାମୀ ପାଣି ଆଣିବାକୁ ଓଲହାଇଲେ ଏହା ପରେ ଟ୍ରେନ ଚାଲିଲା ଆଉ ସେ ଷ୍ଟେସନରେ ରହିଗଲେ ।

ସ୍ତ୍ରୀ- ତମର ପୀଡା ମୁଁ ବୁଝି ପାରୁଛି ତମକୁ ଏତେ ଲମ୍ବା ଯାତ୍ରାରେ ଶୋଷିଲା ରହିବାକୁ ପଡିଲା ।

୬. ଦିନେ ଶୋନୁ ନିଜ ସ୍ତ୍ରୀକୁ ମେଳାରେ ବୁଲେଇବା ପାଇଁ ନେଇଗଲା । ମେଳାରେ ଏକ ଚିତ୍ରକାର ତା ପାଖକୁ ଆସିଲା ଆଉ କହିଲା…

ଚିତ୍ରକାର- ସାର ଆପଣ ନିଜ ସ୍ତ୍ରୀଙ୍କର ଏକ ଚିତ୍ର ବନାନ୍ତୁ । ମୁଁ ଏମିତି ଚିତ୍ର ବନେଇବି ଯାହାକୁ ଦେଖିଲେ ଆପଣ ଖୁସି ହୋଇଯିବେ ।

ଶୋନୁ- ନା ନା ଥାଉ ମୋ ସ୍ତ୍ରୀ ସେମିତି ବି ମୋତେ ବହୁତ ଖୁସି ଦେଉଛି ଆଉ ତା ପରିକା ଫଟୋର କୌଣସି ଆବଶ୍ୟକତା ନାହିଁ ।

୭. ସ୍ଵାମୀ- ଦିନ ସାରା ସୋଉଛ ।

ସ୍ତ୍ରୀ- ତା ହେଲେ କଣ ଆରାମ ବି କରିବି ନାହିଁ ?

ସ୍ଵାମୀ- ଚାହା ବନାଅ ଶୀଘ୍ର ।

ସ୍ତ୍ରୀ- ନିଜେ ବନେଇ ଦିଅ ।

ସ୍ଵାମୀ- ମୋ ମୁଣ୍ଡ ବିନ୍ଧୁଛି ।

ସ୍ତ୍ରୀ- ମୋର ବି ବେକ ପିନ୍ଧୁଛି ।

ସ୍ଵାମୀ ଠିକ ଅଛି ତମେ ଏଠି ଆସ ମୋର ମୁଣ୍ଡ ଚିପି ଦିଅ ଆଉ ମୁଁ ତମର ବେକ ଚିପି ଦେଉଛି ।

୮. ଚିଣ୍ଟୁ ମା’କୁ କହିଲା ମା’ ମୁଁ ଆଜି ପୁଣି ଥରେ ପ୍ରେଗନେଣ୍ଟ ହେଇଗଲି, ଏହା ଶୁଣିକି ମାଆ ତାକୁ ପିଟିବାକୁ ଲାଗିଲା ଓ କହିଲା

ମାଆ- ମୁଁ ତତେ ଏଥିପାଇଁ ମାରୁ ନାହିଁ କି ତୁ ପ୍ରେଗନେଣ୍ଟ ହେଇଗଲୁ.. ମୁଁ ଏଥିପାଇଁ ମାରୁଛି କି ତୁ…

ଆଜି ପୁଣି ମଦ ପିଇ କି ଆସି ନିଜକୁ ଝିଅ ବୋଲି ଭାବୁଛୁ ଚିଣ୍ଟୁ !

Leave a Reply

Your email address will not be published. Required fields are marked *