ନମସ୍କାର ବନ୍ଧୁଗଣ, ମାଆ କାଳିଜାଇ ପ୍ରତ୍ୟକ୍ଷ ଦେବୀ ଅଟନ୍ତି । ଚିଲିକାର ଗର୍ଭରେ ରହିଛି ତାଙ୍କ ମନ୍ଦିର । ଅନେକ ମହିମା ଗାଥା ଆପଣ ଶୁଣିଥିବେ । ଆଉ ତାଙ୍କ ମନ୍ଦିରରେ ରାତି ହେବା ପରେ ଶୁଭୁଥିବା କାନ୍ଦ ସମ୍ପର୍କରେ ମଧ୍ୟ ଆପଣ ଶୁଣିଥିବେ । କିନ୍ତୁ କାହାର ଏବଂ କାହିଁକି ଶୁଭୁଛି କାନ୍ଦ ଏହାର ରହସ୍ୟ କେହି ମଧ୍ୟ ଜାଣନ୍ତି ନାହିଁ ଯାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ମାଆ କାଳିଜାଇ ମନ୍ଦିର ସହ ଲୁଚି ରହିଥିବା କିଛି ପ୍ରକୃତ ସତ ସମ୍ପର୍କରେ ।
ଜଣେ ସାଧାରଣ ଝିଅ ମାଆ କାଳିଜାଇ ରୂପରେ ପୂଜା ପାଉଛନ୍ତି । ଏହା ଏକ ବାସ୍ତବ ଘଟଣା ଅଟେ । କିମ୍ବଦନ୍ତୀ ଅନୁଯାୟୀ ବାଣପୁର ଗ୍ରାମର ଜାଇ ବିବାହ କରି ପରିକୁଦ ଦୀପକୁ ଯାଉଥିଲେ । ଚିଲିକା ହ୍ରଦ ମଧ୍ୟରେ ଡଙ୍ଗାରେ ଯାଉଥିବା ସମୟରେ ହଠାତ ମେଘ ଘୋଟି ଆସିଲା ଆଉ ତାହା ସହ ଭୟଙ୍କର ଝଡ ପବନ । ଡଙ୍ଗାଟି ଟଳ ମଳ ହେବାକୁ ଲାଗିଲା । ଆଉ ଶେଷରେ ଡଙ୍ଗାଟି ଓଲଟି ପଡିଲା ।
କୌଣସି ପ୍ରକାରେ ନାଉରି ଏବଂ ଜାଇର ବାପା ତ ବଞ୍ଚିଗଲେ ହେଲେ ଜାଇର କୌଣସି ବି ପତ୍ତା ମିଳିଲା ନାହିଁ । ଜାଇକୁ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ଜାଇର ମିଳିନଥିଲା । ତେଣୁ ସନ୍ଧ୍ୟାରେ ଜାଇର ବାପା କାନ୍ଦି କାନ୍ଦି ଘରକୁ ଫେରି ଆସିଲେ । କିନ୍ତୁ ଚିଲିକା ଗର୍ଭରେ ଘୁରି ବୁଲିଲା ଜାଇର ଆତ୍ମା । ଅଶରୀରୀ ହୋଇ ସେ ଚିଲିକା ମଝିରେ କାନ୍ଦିବାକୁ ଲାଗିଲା । ଏହିଭଳି ଭାବରେ ବିତିଗଲା କିଛିଦିନ ।
ଏହାପରେ ମାଛ ଧରିବାକୁ ଯାଊଥିବା ଲୋକେ ବାରମ୍ବାର ଜାଇର କାନ୍ଦ ଚିଲିକା ଗର୍ଭରେ ଶୁଣିବାକୁ ପାଇଲେ । ସେମାନଙ୍କର କୌଣସି କ୍ଷତି ନହେଲେ ବି ସେମାନେ ଭୟଭୀତ ହୋଇଗଲେ । ଶେଷରେ ନାଉରି ମାନେ ଜାଇକୁ ମାଆ କାଳିଜାଇର ଆକ୍ଷା ଦେଇ ଡାକିବାକୁ ଲାଗିଲେ । ଜାଇକୁ ମାଆ କାଳି ବୋଲି କହି ବିପଦରେ ପୂଜା କଲେ ।
ଆଉ କାଳିଜାଇ ସେମାନଙ୍କ ବିପଦ ମଧ୍ୟ ହରଣ କରିବାକୁ ଲାଗିଲେ । ଏହାପରେ ମାଆ କାଳିଜାଇଙ୍କ ପ୍ରସିଦ୍ଧି ବଢିବାକୁ ଲାଗିଲା । ଏହାପରେ ପାରିକୁଦର ରାଜା କାଳିଜାଇ ମନ୍ଦିର ନିର୍ମାଣ କରିଥିଲେ ୧୭୧୭ ମସିହାରେ । ସେବେଠାରୁ ମା କାଳିଜାଇ ସେହି ଅଞ୍ଚଳର ଉଷ୍ଟଦେବୀ ଭାବରେ ପୂଜା ପାଇଲେ ।