ନମସ୍କାର ବନ୍ଧୁଗଣ ତେବେ ଅଘଟଣ ପରେ ଅଘଟଣ ଘଟିବାରେ ଲାଗିଛି । ତେବେ ଗତ କିଛି ସମୟ ହେବ ପାଣି ର ପ୍ରକୋପ ରେ ଅନେକ ଲୋକ ମାନଙ୍କ ର ଜୀଵନ ସଙ୍କଟ ରେ ପଡି ଯାଉଛି ଏବଂ କିଛି ଲୋକ ମୃତ୍ୟୁବରଣ କରି ଦେଉଛନ୍ତି । କାରଣ କିଛି ସମୟ ଧରି ଲଗାତାର ଭାବରେ ଏହି ପାଣି ଯୋଗୁଁ କିଏ ବୁଡି କିମ୍ବା କିଏ ଭାସି ନିଜର ପ୍ରାଣ କୁ ହରାଇ ଦେଇଛନ୍ତି ଯାହାକି ବହୁତ ଦୁଃଖଦ ର କାରଣ ।
ତେବେ ଫୁଣି ଥରେ ଆଉ ଏକ ଦୁଃଖଦ ଘଟଣା ଘଟିଛି ଚିଲିକା ରେ ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ କାଳ ବୈଶାଖୀର ତାଣ୍ଡବ । ଚିଲିକାରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା । ଘଟଣାରେ ଜଣେ ନିଖୋଜ ଥିବା ବେଳେ ପ୍ରାୟ ୧୦ ଜଣଙ୍କୁ ଉଦ୍ଧାର କରା ଯାଇଛି । ପ୍ରବଳ ବର୍ଷା ପବନ ଯୋଗୁଁ ଚିଲିକାରେ ଡଙ୍ଗାଟି ବୁଡ଼ିଥିବା ଅନୁମାନ କରା ଯାଉଛି । କାଳିଜାଇରୁ ଫେରିବା ବେଳେ କାଳବୈଶାଖୀ ଝଡ଼ ଯୋଗୁଁ ଏହି ଅଘଟଣ ଘଟିଛି ।
ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ ଜଣ ଥିଲେ । ସେଥିରୁ ଜଣେ ନିଖୋଜ ଅଛନ୍ତି । ତେବେ ସୌଭାଗ୍ୟ ବସତଃ ଏକ ପୋଲିସ ଟିମ୍ ଚିଲିକା ବୁଲିବାକୁ ଯାଇଥିଲେ । ସେମାନେ ଡଙ୍ଗା ବୁଡ଼ିବା ସ୍ଥାନ ପାଖାପାଖି ବୁଲୁଥିଲେ । ତେଣୁ ଡଙ୍ଗା ବୁଡ଼ିବା ଦେଖି ସେମାନେ ତୁରନ୍ତ ସହଯୋଗର ହାତ ବଢ଼ାଇଥିଲେ । ଏହାସହ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ।
ସ୍ଥାନୀୟ ଲୋକ ଓ ଅନ୍ୟ ଡଙ୍ଗା ଚାଳକଙ୍କ ସାହାଯ୍ୟରେ ଯାତ୍ରୀଙ୍କୁ ଉଦ୍ଧାର କରା ଯାଇଥିଲା । ୧୧ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରା ଯାଇଥିବା ବେଳେ ଯେଉଁ ବ୍ୟକ୍ତି ଜଣଙ୍କ ନିଖୋଜ ଅଛନ୍ତି, ସେ ଜଣେ ସ୍ଥାନୀୟ ଦୋକାନୀ ବୋଲି କୁହା ଯାଉଛି । ତେବେ ସୂଚନାଯୋଗ୍ୟ ଯେ ବାଲେଶ୍ୱର ରେମୁଣା ଅଞ୍ଚଳର ଗୋଟିଏ ପରିବାର ମା କାଳୀଜାଈଙ୍କ ଦର୍ଶନ ପାଇଁ ଯାଇ ଥିଲେ ତେବେ ଫେରିବାବେଳେ ଚିଲିକାର ଚଢେଇଗୁହା ପାହାଡ଼ ନିକଟରେ କାଳବୈଶାଖୀ ପ୍ରଭାବରେ ଡଙ୍ଗାଟି ବୁଡି ଯାଇଥିଲା ।
ଠିକ୍ ଏହି ସମୟରେ ଖୋର୍ଦ୍ଧା ଏସପିଙ୍କ ସହ ପୋଲିସର ଏକ ଟିମ ମା’ଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଲୋକେ ଭାସୁ ଥିବା ଦେଖିବାକୁ ପାଇଥିଲେ । ଏହା ପରେ ପୋଲିସ ଟିମ୍ ୧୦ ଜଣଙ୍କୁ ଉଦ୍ଧାର କରିବା ସହ ବାଲୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଭର୍ତ୍ତି କରା ଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।