ଚିଲିକା ଡଙ୍ଗାବୁଡି ଘଟଣାରେ ନିଜର ଛାତିଥରା ଅନୁଭୂତି ବଖାଣିଲେ ଉଦ୍ଧାର ହୋଇଥିବା ଏହି ମହିଳା, ଶୁଣିଲେ ଆପଣଙ୍କ ଦେହ ଥରି ଉଠିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କାଳିଜାଇରୁ ଫେରିବା ବେଳେ ଚିଲିକା ଡଙ୍ଗାବୁଡି ଘଟଣାରେ ଉଦ୍ଧାର ହୋଇଥିବା ଯାତ୍ରୀ ସେହି ସମୟର ଛାତିଥରା ଅନୁଭୂତି ବୟାନ କରିଛନ୍ତି । ଚିଲିକା ଭିତରେ ଅଚାନକ କାଳ ବୈଶାଖୀ ସତେ ଯେମିତି କାଳ ହୋଇ ସେମାନଙ୍କ ଆଗକୁ ଚାଲିଆସିଲା । ପ୍ରବଳ ବର୍ଷା ସାଙ୍ଗକୁ ପବନରେ ଡଙ୍ଗା ଏମିତି ଦୋହଲୁ ଥାଏ, ଯେମିତି ଏବେ ହିଁ ବୁଡିଯିବ । ଆଉ ସତକୁ ସତ ଧିରେ ଧିରେ ଡଙ୍ଗା ବୁଡିବାକୁ ଲାଗିଲା ।

ସମସ୍ତେ କେବଳ ଚିକ୍ରାର କରୁଥାନ୍ତି, ଆଉ ଭଗବାନଙ୍କୁ ଡାକୁଥାନ୍ତି । କିନ୍ତୁ ତାଙ୍କ ପାଖରେ ସବୁଠାରୁ ବଡ ଅସ୍ତ୍ର ଥିଲା, ତାହା ହେଉଛି ଲାଇଫ ଜ୍ୟାକେଟ । ଆଉ ସେହି ଲାଇଫ ଜ୍ୟାକେଟ ହିଁ ତାଙ୍କ ଲାଇଫ ବଞ୍ଚାଇଦେଲା । ତେବେ ଚିଲିକାରେ କାଳିଯାଇ ଦର୍ଶନ କରି ଫେରୁଥିଲେ ଡଙ୍ଗାରେ ଯାଇଥିବା ୧୧ ଜଣ ପର୍ଯ୍ୟଟକ । ଚିଲିକାର ନୀଳ ଜଳରାଶିରେ ପାଣି ସୁଅକୁ କାଟି କାଟି ଆଗକୁ ବଢ଼ୁଥିଲା ଡଙ୍ଗା । ହସଖୁସିରେ ଫେରୁଥିଲେ ଡଙ୍ଗାରେ ଥିବା ସମସ୍ତେ ।

ଏହି ସମୟରେ ଅଚାନକ ମାଡି ଆସିଥିଲା କାଳବୈଶାଖୀ । କାଳବୈଶାଖୀ ପ୍ରଭାବରେ ଚିଲିକା ଭିତରେ ପ୍ରବଳ ବର୍ଷା ଓ ପବନରେ ଦୋହଲି ଉଠିଥିଲା ଡଙ୍ଗା । ଡଙ୍ଗା ଭିତରେ ପାଣି ପଶି ଯାଇଥିଲା । ପାଣି ପଶିଯିବାରୁ ଓ ପ୍ରବଳ ପବନ ଯୋଗୁଁ ଅଥଳ ପାଣି ଭିତରେ ଓଲଟି ପଡିଥିଲା ଡଙ୍ଗା । ତେବେ ସୌଭାଗ୍ୟବଶତଃ ସସସ୍ତ ପର୍ଯ୍ୟଟକ ଲାଇଫ ଜ୍ୟାକେଟ ପିନ୍ଧିଥିବାରୁ ଡଙ୍ଗା ବୁଡିଯିବା ପରେ ବି ଅଥଳ ପାଣିରେ ଭାସିଥିଲେ ।

କିଛି ସମୟ ଭାସିବା ପରେ ଖବର ପାଇଁ ଅନ୍ୟ ଡଙ୍ଗା ଓ ଉଦ୍ଧାରକାରୀ ଦଳ ପହଁଚି ସେମାନଙ୍କୁ ଉଦ୍ଧାର କରିଥିଲେ । ପାଣି ଭିତରେ ମୃତ୍ୟୁକୁ ଅତି ପାଖରୁ ଦେଖିଥିବା ପର୍ଯ୍ୟଟକ ମାନେ କହିଛନ୍ତି, ସେ ଦିନର ଅଙ୍ଗେନିଭା ଘଟଣା । ଦୁର୍ଭାଗ୍ୟର ବିଷୟ ହେଉଛି ଡଙ୍ଗାରେ ଥିବା ୧୧ ଜଣ ବଞ୍ଚିଯାଇଥିଲେ ବି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସ୍ଥାନୀୟ ଲୋକ । ଭାରତୀୟ ନୌସେନା, ଓଟିଡିସି, ବାଲୁଗାଁ ପୋଲିସର ଦୀର୍ଘ ସମୟର କସରତ ପରେ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ତେବେ ଡଙ୍ଗାରେ ଥିବା ୧୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉଦ୍ଧାର କରା ଯାଇଥିଲା । ହେଲେ ଜଣଙ୍କର ପତ୍ତା ମିଳିନଥଲା । ଶେଷରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଗତକାଲି ଅପରାହ୍ନରେ ଚିଲିକାରେ ଡ଼ଙ୍ଗାବୁଡି ଘଟଣାରେ ୧୧ ଯାତ୍ରୀ ଉଦ୍ଧାର ହୋଇଥିବା ବେଳେ ଜଣେ ବ୍ୟକ୍ତି ନିଖୋଜ ଥିଲେ । ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର ହୋଇଥିବାର ଜଣାଯାଇଛି ।

ମୃତ ବ୍ୟକ୍ତି ଜଣକ ବାଲୁଗାଁ ନିକଟବର୍ତ୍ତୀ କୋଦପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ , ଯିଏ କି ମା’ କାଳିଜାଇ ପୀଠରେ ଅବସ୍ଥିତ ଥିବା ଏକ ଦୋକନରେ ସହକାରୀ କର୍ମଚାରୀ ଥିବା ଜଣା ପଡିଛି। ତେବେ ଗତକାଲି ରାତି ତମାମ ସ୍ଥାନୀୟ ବୋଟ ଆସୋସିଏସନର କର୍ମକର୍ତ୍ତା, ଅଗ୍ନିଶମ ବାହିନୀ ଏବଂ ଓଟିଡ଼ିସି କର୍ମଚାରୀ ମାନେ ଚିଲିକା ଭିତରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଜାରି ରଖିଥିଲେ ଏବଂ ବିଫଳ ହୋଇଥିଲେ। ଆଜି ସକାଳୁ ଆଇଏନଏସ ଚିଲିକା ସର୍ଚ୍ଚ ଅପେରସନ ଆରମ୍ଭ କରି ମୃତଦେହ ଠାବ କରିବାରେ ସଫଳ ହୋଇଥିଲେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *