ମାଡି ଆସୁଛି କି ମହାବିପଦ, ମହାପ୍ରଭୁ ଦେଲେ ଇଏ କି ସଂକେତ ! ନୀଳଚକ୍ର ଉପରେ ଚିଲ, ପୁଣି ଦେବୀ ସୁଭଦ୍ରାଙ୍କ ରଥରେ ଫାଟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହାପ୍ରଭୁଙ୍କର ଏ କି ସଂକେତ ! ପ୍ରଥମେ ପତିତପାବନ ବାନାରେ ବସିଲା ଚିଲ । ତାପର ଦିନ ମା’ ସୁଭଦ୍ରାଙ୍କ ରଥରେ ଦେଖାଦେଲା ଫାଟ ! ଏପରି ୨ ଟି ସଂକେତ ଦେଖି ସେବାୟତ ଓ ସାଧାରଣ ଶ୍ରଦ୍ଧାଳୁ କିଞ୍ଚିତ ମାତ୍ରାରେ ଭୟଭୀତ ହୋଇପଡିଛନ୍ତି । କାରଣ କିଛି ସେବାୟତଙ୍କ କହିବା ଅନୁଯାଇ ମନ୍ଦିରର ନୀଳଚକ୍ର ଉପରେ ଚିଲ ବସିବା ଜମାରୁ ମଧ୍ୟ ଶୁଭ ସଂକେତ ନୁହେଁ । ବୋଧ ହୁଏ ଏହି ସଂକେତ ମାଧ୍ୟମରେ ମହାପ୍ରଭୁ ଓଡିଶାକୁ ଆସିଥିବା କିଛି ବିପତ୍ତିର ପୂର୍ବ ସୂଚନା ଦେଉଛନ୍ତି।

ଗତ ଶୁକ୍ରବାର ଦିନ ନୀଳଚକ୍ର ଉପରେ ଚିଲ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତାହା ପୁଣି ଚିଲଟି ଦୀର୍ଘ ସମୟ କାଳ ମନ୍ଦିରର ନୀଳଚକ୍ର ଉପରେ ବସି ରହିଥିଲା । ପୂର୍ବରୁ ମଧ୍ୟ ଶ୍ରୀମନ୍ଦିରର ଚାରିପଟେ ଦଳ ଦଳ ହୋଇ ଚିଲ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରି ଦୃଶ୍ୟ ମଧ୍ୟ ବର୍ତ୍ତମାନ ଭଳି ସେତେବେଳେ ସେବାୟତ ମାନଙ୍କ ମନରେ ଭୟର ଏକ ଆଶଙ୍କା ଖେଳାଇ ଦେଇଥିଲା । ତାପରେ ସତକୁ ସତ ରେଳ ଦୁର୍ଘଟଣା ଘଟିଯାଇଥିଲା ।

ଯାହାକି ବହୁତ ବଡ ଏକ ଦୁଃଖ ଖବର ପାଲଟି ଯାଇଥିଲା । ଗତ ଶନିବାର ଦିନ ଦେବୀ ମା’ ସୁଭଦ୍ରାଙ୍କ ରଥର ଅଖରେ ଫାଟ ସୃଷ୍ଟି ହୋଇଛି ବୋଲି ଜଣା ପଡିଛି । ଯଦି ରଥର ଅଖରେ ସାମାନ୍ୟତମ ଫାଟ ସୃଷ୍ଟି ହୁଏ । ତେବେ ମଧ୍ୟ ସଂପୂର୍ଣ୍ଣ ରଥ ଉପରେ ବିପଦ ନେଇଆସିବ । କାରଣ ରଥର ସଂପୂର୍ଣ୍ଣ ଭାର ରଥର ତଳ ଅଂଶରେ ହିଁ ପ୍ରଭାବ ପକାଇଥାଏ । ତେଣୁ ଏହି କଥାକୁ ନେଇ ମଧ୍ୟ ଅନେକ ଆଡେ ଆଲୋଚନା ହେବାରେ ଲାଗି ପଡିଛି ।

ଆଉ ମାତ୍ର କିଛି ଦିନର ଅପେକ୍ଷା ପରେ  ଅପେକ୍ଷାର ଅନ୍ତ ଘଟିବା ପାଇଁ ଯାଉଛି । କାରଣ ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା ତଥା ରଥଯାତ୍ରା ପୁରୀ ପବିତ୍ର ଧାମ ଠାରେ ଅନୁଷ୍ଟିତ ହେବା ପାଇଁ ଯାଉଛି । ତେଣୁ ପୁରୀ ପୋଲିସ ପ୍ରଶାସନ ତରଫରୁ ରଥଯାତ୍ରାର ପୂର୍ବପ୍ରସ୍ତୁତି କାର୍ଯ୍ୟକ୍ରମ ଯଥାସମ୍ଭବ ସରିବାକୁ ଆସିଲାଣି ।

ହେଲେ ଗତ ଶୁକ୍ରବାର ଓ ଶନିବାରରେ ଦ୍ରୁଷ୍ଟିଗୋଚର ହୋଇଥିବା ୨ ଟି ଦୃଶ୍ୟ ଲୋକଙ୍କ ମନକୁ ସାମାନ୍ୟ ଭୟଭୀତ କରାଇ ଦେଇଛି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଅପଡେଟ ପାଇବା ପାଇଁ ଆମ ସହ ଯୋଡି ହୋଇ ରୁହନ୍ତୁ । ଏଥିପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *