ଛୋଟ ପିଲାଙ୍କୁ ଗାଡି ଦିଅନ୍ତୁ ନାହିଁ ରାସ୍ତାରେ ଯମ ଜଗିଛି…ରସୁଲଗଡ଼ ଛକରେ ସବୁ ସ୍ୱପ୍ନ ଚକାତଳେ ଚାପି ହୋଇଗଲା…

ଛୋଟ ପିଲାଙ୍କୁ ଗାଡି ଦିଅନ୍ତୁ ନାହିଁ । କାରଣ ରାସ୍ତାରେ ଜଗିଛି ଯମ । ହଁ ଆଜ୍ଞା ରସୁଲଗଡ ରାସ୍ତାରେ ଅନେକ ସ୍ଵପ୍ନ ଚକା ତଳେ ଚାପି ହୋଇ ରହିଯାଇଛି । ସବୁ ଆଶା ଆଶାରେ ହିଁ ରହିଯାଇଛି । କାରଣ ସବୁ ବାପା, ମାଆଙ୍କର ନିଜ ସନ୍ତାନଙ୍କୁ ନେଇ ଅନେକ କିଛି ସ୍ଵପ୍ନ ରହିଥାଏ । ଯେ ତାଙ୍କ ପିଲା ମାନେ କିଭଳି ଭଲ ପାଠ ପଢି ସମାଜରେ ଜଣେ ଭଲ ମଣିଷରେ ଗଣତି ହୁଅନ୍ତି । ନିଜର ଭଲ କର୍ମ ଦ୍ଵାରା ଲୋକଙ୍କର ସେବାରେ ଆସନ୍ତୁ । ସେହିପରି ସେହି ବାପା ଓ ମା’ ଙ୍କର ମଧ୍ୟ ସେହିପରି କିଛି ସ୍ଵପ୍ନ ରହିଥିଲା ।

ହେଲେ ଯେଉଁ ସ୍ଵପ୍ନ ସବୁ ଗାଡିର ଚକା ତଳେ ହିଁ ଚାପି ହୋଇ ରହିଯାଇଛି । କାରଣ ବାପା, ମା’ ଙ୍କର ଇଛା ଥିଲା । ଯେ ପୁଅ ଭଲ ଡାକ୍ତରୀ ପାଠ ପଢି ବଡ ଡାକ୍ତରଟିଏ ହେଉ । ଲୋକଙ୍କର ସେବା କରୁ । ଯେଉଁ କାରଣରୁ ପୁଅକୁ ଖୁସି କରିବା ପାଇଁ ପୁଅ ହାତରେ ମଧ୍ୟ ଏକ ସ୍କୁଟି ଦେଇଥିଲେ । ହେଲେ କେହି ଜାଣିନଥିଲେ । କି ଏହି ସ୍କୁଟି ଦିନେ ତାଙ୍କ ପୁଅର ମୃତ୍ୟୁର କାରଣ ପାଲଟିଜୀବ । କାରଣ ଦୁର୍ଘଟଣା ଯୋଗୁ ଚାଲି ଯାଇଛି ଗୋଟିଏ ମାତ୍ର ପୁଅର ଜୀବନ ।

କିଛି ସମୟ ମଧ୍ୟରେ ସବୁକିଛି ଓଲଟପାଲଟ ହୋଇଯାଇଛି । ଗତ କାଲି ରସୁଲଗଡ ଛକରେ ସକାଳୁ ସକାଳୁ ଏଭଳି କିଛି ହୃଦୟବିଦାରକ ଦୃଶ୍ୟ ଘଟିଯାଇଛି । ଦୁର୍ଘଟଣାରେ ଶିକାର ମୃତ ବିଟେକ ଛାତ୍ର ଜଣଙ୍କ ହେଉଛନ୍ତି ପ୍ରତ୍ଯୁପ୍ତନ ଦାସ । ହେଲେ ଏଭଳି ଏକ ରାସ୍ତାରେ ଦୁର୍ଘଟଣା ଘଟିସରିଲା ପରେ ପୋଲିସ ଉକ୍ତ ଘଟଣା ସ୍ତଳରେ ପହଞ୍ଚି ମୃତ୍ୟୁ ମାମଲା ରୁଜୁ କରି ଉକ୍ତ ଛାତ୍ରଙ୍କର ମୃତଶବକୁ ଶବବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

ଯାହାକୁ ଦେଖି ବାପା, ମା’ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ଯେଉଁ ପୁଅର ମୁହଁକୁ ଚାହିଁ ବାପା, ମା’ ଦୁହେଁ ନିଜର ଦୁନିଆକୁ ଦେଖୁଥିଲେ । ସେହି ପୁଅ ଆଉ ନାହିଁ । କାରଣ ସ୍କୁଟି ନେଇକି ଯାଉଥିବା ବେଳେ ଏକ ଟ୍ରକ ଦୁର୍ଘଟଣାରେ ତାଙ୍କ ପୁଅ ସବୁଦିନ ପାଇଁ ତାଙ୍କୁ ଛାଡି ଚାଲିଯାଇଛି । ଖବରର ଅପଡେଟ ପାଇବା ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *