ଚତୁର ଡ୍ରାଇଭର ! ମାଛ ଲୁଟିବା ପାଇଁ ନିଜ ଟ୍ରକକୁ ନିଜେ କଲା ଆକ୍ସିଡେଣ୍ଟ, ଦେଖନ୍ତୁ ଡ୍ରାଇଭର ର ଚାଲାଖିକୁ କେମିତି ଧରିଲେ ମାଲିକ ?

ବିଶ୍ଵାସରେ ବିଶ ଦେଲା ଡ୍ରାଇଭର, ମାଛ ଲୋଭରେ ଜାଳି ଦେଲା ଟ୍ରକ । ଟ୍ରକରେ ଥିବା 12 ଲକ୍ଷ ଟଙ୍କାର ମାଛକୁ ବିକ୍ରି କରିଦେଲା 7 ଲକ୍ଷ ଟଙ୍କାରେ । ଆଉ ଜଙ୍ଗଲ ଭିତରେ ଘଟାଇଲା ଏହି ଭୟଙ୍କର କାଣ୍ଡ । ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓଟିକୁ ଦେଖନ୍ତୁ । ଏହି ଭିଡିଓଟି ହେଉଛି ସେହି ଘଟଣାର । ଦେଖନ୍ତୁ ଏହି ଭିଡିଓଟିକୁ କିଭଳି ମଝି ଜଙ୍ଗଲରେ ହୁତୁ ହୁତୁ ହୋଇ ଜଳୁଛି ଟ୍ରକ । ଆଉ ଗାଡିର ଅବସ୍ଥା ବି ଆପଣ ମାନେ ଭଲରେ ଦେଖନ୍ତୁ କେମିତି ଜଳି ପୋଡି ପାଉଁଶ ହୋଇଯାଇଛି ଟ୍ରକ ।

ତେବେ ବନ୍ଧୁଗଣ ଗାଡିରେ ଭର୍ତ୍ତି ହୋଇଥିଲା ମାଛ ଆଉ ମନରେ ଥିଲା ଲୋଭ । 12 ଲକ୍ଷ ଟଙ୍କାର ମାଛ ଗାଡିକୁ ଦେଖି ଡ୍ରାଇଭରଙ୍କ ମନ ସମ୍ଭାଳି ହୋଇ ପାରି ନଥିଲା । କେମିତି ମାଛକୁ ହଡପ କରିବେ ସେନେଇ କରିଥିଲେ ମାଷ୍ଟର ପ୍ଳାନ । ସେ 12 ଲକ୍ଷର ମାଛକୁ 7 ଲକ୍ଷରେ ବିକ୍ରି କରିବା ପରେ ଏହି ଜଙ୍ଗଲରେ ଟ୍ରକକୁ ଜାଳି ଦେଇଥିଲେ ଡ୍ରାଇଭର ।

22.6. 2022 ଦିନ ଗଞ୍ଜାମ ଖାଲିକୋଟ ଜାତୀୟ ରାଜପଥର ବଡ ଘାଟରେ ଏହି ମାଛ ଟ୍ରକଟି ଦୁର୍ଘଟଣା ଗ୍ରସ୍ତ ହୋଇ ସଂପୂର୍ଣ୍ଣ ରୂପେ ଜଳି ଯାଇଥିଲା । ତେବେ ଆନ୍ଧ୍ର ପ୍ରଦେଶରୁ କଲିକତା ଅଭିମୁଖେ ଯାଉଥିବା ଏହି ଟ୍ରକରେ 10 ଟନ ମାଛ ଥିବା ବେଳେ ଜ୍ଵଳନ୍ତା ଟ୍ରକରେ ବହୁତ କମ ପୋଡା ମାଛ ମିଳିବା ନେଇ ଟ୍ରକ ମାଲିକ ସୁରେଶ ବର୍ମାଙ୍କୁ ସନ୍ଦେହ ହେଲା ।

ପରେ ସୁରେଶ ଥାନାରେ ମାମଲା ମଢ ରୁଜୁ କରିଲେ । ପରେ ପୋଲିସ ତଦନ୍ତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରିଥିଲା । ଆଉ ପୋଲିସ ସାମ୍ନାରେ ସବୁ ସତ ମାନି ଯାଇଥିଲେ ଡ୍ରାଇଭର । ତେବେ ବନ୍ଧୁଗଣ ଡ୍ରାଇଭରଙ୍କ କହିବା ଅନୁସାରେ ଆନ୍ଧ୍ର ପ୍ରଦେଶର ଭିମ୍ବ ଭରମୂରୁ 10 ଟନ ମାଛ ଲୋଡ କରି ଆସିବା ପରେ ଭୋଗ ପୁରରେ ଜଣେ ମାଛ ବ୍ୟବସାୟୀଙ୍କୁ 12 ଲକ୍ଷ ଟଙ୍କାର ମାଛକୁ 7 ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ।

ଏହାକୁ ଲୁଚେଇବା ପାଇଁ ଖାଲିକୋଟରେ ଗାଡି ଖସାଇ ଦୁର୍ଘଟଣାର ରୂପ ଦେଇଥିଲେ । ବନ୍ଧୁଗଣ ଏବେ ଉକ୍ତ ଡ୍ରାଇଭରକୁ ପୋଲିସ ଗିରଫ କରିଛି ଆଉ ଏହି ମାମଲାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏଭଳି ଅଭାବନୀୟ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *