ଦର୍ଶକ ବନ୍ଧୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଛି ଏକ ବଡ ଖବର ଯାହା ବିଷୟରେ ଜାଣିଲେ ସମସ୍ତ ଛାତ୍ର ଛାତ୍ରୀ ବହୁତ ଖୁସି ହେବେ । ତେବେ ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ଏବଂ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଦର୍ଶକ ବନ୍ଧୁ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ଓଡିଶା ବଜେଟ 2023 ଅନୁସାରେ ଆରମ୍ଭ ହେଇଛି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ବୃତ୍ତି ଯୋଜନା ।
ତେବେ ଏହି ଯୋଜନା ଅନ୍ତର୍ଗତ 10 ହଜାର ଯୋଗ୍ୟ ଛାତ୍ର-ଛାତ୍ରୀଙ୍କୁ ମିଳିବ ବାର୍ଷିକ 10 ହଜାର ଟଙ୍କା । ଏଠି ଆମେ କହି ରଖିବାକୁ ଚାହୁଁ ଯେ ଯୁକ୍ତ 2 ଛାତ୍ର ଛାତ୍ରୀଙ୍କୁ ମିଳିବ 10 ହଜାର ଟଙ୍କା । ସେହି ପରି ପାଞ୍ଚ ହଜାର ଯୋଗ୍ୟ ପିଜି ଛାତ୍ର-ଛାତ୍ରୀଙ୍କୁ ମିଳିବ ବାର୍ଷିକ 15 ହଜାର ଟଙ୍କା ।
ଅନ୍ୟ ପଟେ 10 ହଜାର ଯୋଗ୍ୟ ଏବଂ ବୈଷୟିକ ଓ ବୃତିଗତ ଶିକ୍ଷା ପିଲା ମାନଙ୍କୁ ବାର୍ଷିକ 20 ହଜାର ଟଙ୍କା ମିଳିବ । ଏଣିକି ନବମ ଏବଂ ଦଶମ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କୁ ମିଳିବ ୟୁନିଫର୍ମ । 200 ମେଧାବୀ ଛାତ୍ର-ଛାତ୍ରୀଙ୍କୁ ମାଗଣା ସିଭିଲ ସର୍ଭିସ କୋଚିଙ୍ଗ ଦିଆଯିବ । ମାଗଣା ରହିବା ସହିତ ଖାଦ୍ୟ ପେୟ ମଧ୍ୟ ଯୋଗାଇ ଦିଆଯିବ । 2023 ଏବଂ 2024ରେ ପ୍ରବେଶିକା ମାଧ୍ୟମରେ ଏହି ପିଲାଙ୍କୁ ଚୟନ କରାଯିବ ।
ଦର୍ଶକ ବନ୍ଧୁ ଏହା ସହ ଓଡିଶାରେ ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଟି କ୍ଲଷ୍ଟର । ଆନ୍ତର୍ଜାତୀୟ ଆଇଟି କମ୍ପାନୀ ସହଭାଗିତାରେ ପ୍ରକଳ୍ପ ହେବ କାର୍ଯ୍ୟକାରୀ । ଯୋଗ୍ୟ ଏବଂ ଆଗ୍ରହୀ ବ୍ୟକ୍ତିଙ୍କୁ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଟି କ୍ଲଷ୍ଟର ପାଇଁ ତାମିଲ ଦିଆଯିବ । ସେହି ପରି କାଳିଆ ଯୋଜନା ଅଧୀନରେ 50 ହଜାର ଟଙ୍କା ଯାଏଁ ବିନା ସୁଧାରେ ରୁଣ ଦିଆଯିବ । 50 ହଜାରରୁ 3 ଲକ୍ଷ ଯାଏଁ ରୁଣ ନେଲେ 2 ପ୍ରତିଶତ ସୁଧ ପଡିବ ।
41 ଲକ୍ଷ 8 ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ପାଇଛନ୍ତି ସହାୟତା । ସେହିପର ଆମ ହସ୍ପିଟାଲ ଯୋଜନାରେ ବର୍ଷକ ମଧ୍ୟରେ 147 ହସ୍ପିଟାଲ ହେବ ରୂପାନ୍ତରଣ । ଏହି ଯୋଜନାରେ ରୋଗୀ ସେବା ଓ ଭିତ୍ତିଭୂମି ନିର୍ମାଣ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିବ । ତେବେ ଦର୍ଶକ ବନ୍ଧୁ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।