Kideny ଫେଲ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏହି 6 ଟି ସଙ୍କେତ, ଭୁଲରେ ବି କରନ୍ତୁ ନାହିଁ ନଜରଅନ୍ଦାଜ, ନ ହେଲେ…(Health Tips)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଯେ, କିଡ୍ନୀ ଆମ ଶରୀରର ଅତ୍ୟନ୍ତ ମହତ୍ତ୍ୱପୂର୍ଣ ଅଙ୍ଗ ଅଟେ । ଏହା ଆମ ରକ୍ତରେ ଥିବା ଅଶୁଦ୍ଧ ପଦାର୍ଥକୁ ଛାଣି ରକ୍ତକୁ ସଫା କରିବା ସହିତ ଆମ ରକ୍ତରେ ଥିବା ଅଶୁଦ୍ଧ ପଦାର୍ଥ ଗୁଡିକୁ ବି ମୂତ୍ରମାର୍ଗ ଦ୍ୱାରା ଆମ ଶରୀରର ବାହାରକୁ କାଢ଼ି ଦେଇଥାଏ । ଗୋଟିଏ ମଣିଷ ଶରୀରରେ ଦୁଇଟି କିଡ୍ନୀ ଥାଏ ଓ ଏମିତିରେ ଯଦି ଗୋଟିଏ କିଡ୍ନୀ ଖରାପ ହୋଇଯାଏ ତେବେ ମଣିଷ ନିଜର ଅନ୍ୟ ଏକ କିଡନୀ ସାହାଯ୍ୟ ରେ ଜୀବିତ ରହିଥାଏ ।

କିନ୍ତୁ ଏହା ସହିତ ବ୍ୟକ୍ତି ଅଳ୍ପ କମଜୋର ବି ହୋଇଯାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଡ୍ନୀ ସମ୍ବନ୍ଧିତ କିଛି ଏଭଳି ସୂଚନା ଦେବୁ ଯାହା ଆପଣଙ୍କ ଭବିଷ୍ୟତରେ ଆପଣଙ୍କ ପାଇଁ ହିଁ ଲାଭଦାୟକ ରହିବ । କିଡ୍ନୀ ଖରାପ ହେବା ପୂର୍ବରୁ ଏହି ସବୁ ସଙ୍କେତ ଦେଖା ଦେଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ଯଦି ଆପଣଙ୍କୁ ଶୀଘ୍ର ଥକା ଲାଗୁଛି କିମ୍ବା ବିରକ୍ତି ଲାଗୁଛି ଏହା ସହ ଅଣ୍ଟା ପିଠି ମଧ୍ୟ ବିନ୍ଧା ହେଉଛି ତେବେ ଏହା କିଡ୍ନୀ ଖରାପ ହେବାର ସଙ୍କେତ । ତେବେ ଏହି ସଙ୍କେତ ଅଧିକ ମିଳିଲେ ଆପଣ ସତର୍କ ହୋଇ ଯାଆନ୍ତୁ । ୨- ଯଦି ଆପଣଙ୍କୁ ସାମାନ୍ୟ ୟୁରିନ ଆସିବା ବଦଳରେ କମ ୟୁରିନ ଆସୁଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କର କିଡନୀ ଠିକ ରୂପରେ କାମ କରୁ ନାହିଁ । ଆପଣ ଏହା ବିଷୟରେ ଡାକ୍ତରଙ୍କର ପରାମର୍ଶ ନେଇ ପାରିବେ । ତେବେ ଏହା ସହ ପରିସ୍ରା କରିବା ସମୟରେ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଏହା ମଧ୍ୟ କିଡ୍ନୀ ଖରାପ ହେବାର ସଙ୍କେତ ଅଟେ ।


୩- ପାଦ ଅଚାନକ ଫୁଲିଯିବା ମଧ୍ୟ କିଡ୍ନୀ ଖ୍ରାଓ ହେବାର ଏକ ସଙ୍କେତ ଅଟେ । ତେବେ ପାଦ ଫୁଲିଯିବା ଅନ୍ୟ କୌଣସି କାରଣ ରୁ ମଧ୍ୟ ହୋଇପାରେ । କିନ୍ତୁ କିଡ୍ନି ଖରାପ ହେଲେ ପାଦ ଫୁଲିଯାଇଥାଏ । ଏହା ସହିତ ହାତ ଓ ଚେହେରା ମଧ୍ୟ ଫୁଲି ଯାଇଥାଏ । ନୀତି ଦିନିଆ କାର୍ଯ୍ୟ କରିବା ନିମନ୍ତେ ମଧ୍ୟ ଅସୁବିଧା ହୋଇଥାଏ । ଏହା ସହ ଶୀଘ୍ର ଥକି ଯିବା ଭଳି ମଧ୍ୟ ସମସ୍ୟା ଦେଖା ଦେଇଥାଏ ।

୪- କିଡ୍ନୀ ଖରାପ ହେବା ଦ୍ୱାରା ଶରୀର ରେ ପାଣି ବଢ଼ିଯାଏ ଏବଂ ଏହି ପାଣି ଫୁସଫୁସ ରେ ପଶିଯାଇ ଥାଏ ଯାହା ଦ୍ୱାରା ଆମକୁ ନିଶ୍ୱାସ ନେବାରେ ଅସୁବିଧା ହୁଏ କିମ୍ବା ଶ୍ୱାସ ଫୁଲିବାରେ ଲାଗେ ।


୫- ଯେତେବେଳେ ଆମ କିଡ୍ନୀ ଖରାପ ହୋଇଯାଏ କିମ୍ବା ଠିକ ଭାବରେ କାମ କରେ ନାହିଁ ସେତେବେଳେ ବାନ୍ତି ଲାଗିବା, ଇଛା ନ ହେବା ଏବଂ ଭୋକ ନ ଲାଗିବା ଭଳି ସଙ୍କେତ ଦେଖା ଯାଇଥାଏ । ତେବେ ଏହା କିଡ୍ନୀ ର ଖରାପ ହେବାର ସଙ୍କେତ ଅଟେ । କିଡ୍ନୀ ଖରାପ ହେଲେ ମୁହଁରୁ ଦୁର୍ଗନ୍ଧ ମଧ୍ୟ ବାହାରି ଥାଏ ।

୬- କିଡ୍ନୀ ଖରାପ ହେବା ଦ୍ବାରା ସର୍ବ ପ୍ରଥମେ ଶରୀରରେ ରକ୍ତ ଖରାପ ହୋଇଯାଏ ଯାହା ଫଳରେ ଶରୀର ଫୁଲିବାକୁ ଲାଗିଯାଏ । ତେବେ ଯଦି ଆପଣଙ୍କ ଶରୀରରେ ମଧ୍ୟ ଏହି ସମସ୍ୟା ଦେଖା ଦେଉଛି ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *